ନିର୍ବାଚନ ଅନିୟମିତତା ମାମଲା: ମହମ୍ମଦ ମୋକିମଙ୍କ ଆବେଦନର ଜବାବ ଦାଖଲ କରିବାକୁ ଦେବାଶିଷ ସାମନ୍ତରାୟଙ୍କୁ ନିର୍ଦ୍ଦେଶ
Advertisement

ନିର୍ବାଚନ ଅନିୟମିତତା ମାମଲା: ମହମ୍ମଦ ମୋକିମଙ୍କ ଆବେଦନର ଜବାବ ଦାଖଲ କରିବାକୁ ଦେବାଶିଷ ସାମନ୍ତରାୟଙ୍କୁ ନିର୍ଦ୍ଦେଶ

ବାରବାଟୀ କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ଦେବାଶିଷଙ୍କ ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମଙ୍କ ଆବେଦନ ଉପରେ ଜାବାବ ଦେବାକୁ ହାଇକୋର୍ଟ କହିଛନ୍ତି । 

ଫାଇଲ ଫଟୋ

କଟକ: ବାରବାଟୀ କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ଦେବାଶିଷଙ୍କ ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମଙ୍କ ଆବେଦନ ଉପରେ ଜାବାବ ଦେବାକୁ ହାଇକୋର୍ଟ କହିଛନ୍ତି । 

ସିପିସିର ୭, ରୁଲ ୧୧ରେ ଦେବାଶିଷଙ୍କ ମାମଲାକୁ ଖାରଜ କରିବାକୁ ମୋକିମ ଆବେଦନ କରିଛନ୍ତି । ଏହି ପ୍ରସଙ୍ଗରେ ଜାବବ ଦାଖଲ ପାଇଁ ଦେବାଶିଷଙ୍କ ପାଖରୁ ମହଲତ ମଗାଯାଇଥିଲା । ତେବେ ଆସନ୍ତା ଶୁଣାଣି ପୂର୍ବରୁ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ଆସନ୍ତା ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅପରପଟେ ବରି ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ବିଧାୟିକା ସୁନନ୍ଦା ଦାସ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି । ମାମଲାର ଜବାବ ଦାଖଲ ପାଇଁ ମହଲତ ମାଗିବାରୁ କୋର୍ଟ ଜାନୁଆରୀ  ୩ କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ।

ଆହୁରି ପଢନ୍ତୁ: ସିଏଜି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ