ଶୁଣିଲେନି ସରକାର; ନିଜ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ
Advertisement
Article Detail0/zeeodisha/odisha931752

ଶୁଣିଲେନି ସରକାର; ନିଜ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ

ପ୍ରାୟ ୧୨ କିମି ଦୂରତା ବିଶିଷ୍ଟ ଏହି ରାସ୍ତା ଉପରେ ୨୦ରୁ ଅଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି। 

ଶୁଣିଲେନି ସରକାର; ନିଜ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ

ଗଜପତି: ଶୁଣିଲେନି ସରକାର ନିଜ ରାସ୍ତା ନିଜେ ନିର୍ମାଣ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ଗ୍ରାମବାସୀ। ବାରମ୍ବାର ଗୁହାରୀ କରି ବିଫଳ ହେବା ପରେ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତବାସୀ। ଗତ ତିତିଲି ମହାବାତ୍ୟାରେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ଗଙ୍ଗାବାଡ଼ ପଞ୍ଚାୟତକୁ ଓଡିଶା ପଟରୁ ଯୋଗାଯୋଗ ପାଇଁ ରହିଥିବା କଇଁପୁର-ଗଙ୍ଗାବାଡ଼ ରାସ୍ତା ନଷ୍ଟ ହେବା ପର ଠାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଏହି ପଞ୍ଚାୟତବାସୀ।

ଆନ୍ଧ୍ର ପ୍ରଦେଶ (Andhra Pradesh) ଦେଇ ଯୋଗାଯୋଗ କରୁଥିବା ହେତୁ ବିଭିନ୍ନ ସମୟରେ ପଡୋଶୀ ରାଜ୍ୟର ମନମାନୀର ଶିକାର ହେଉଛନ୍ତି। ହେଲେ ବାରମ୍ବାର ଅଭିଯୋଗ ପରେ ସରକାର ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ବାଧ୍ୟ ହୋଇ ନିଜସ୍ଵ ଶ୍ରମଦାନ କରି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ଗ୍ରାମବାସୀ।

Also Read: ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି

ଓଡି଼ଶା (Odisha) ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଗଙ୍ଗାବାଡ଼ ପଞ୍ଚାୟତବାସୀଙ୍କ (Gangabad Panchayat) ଦୁଃଖ କହିଲେ ନସରେ। ଗଜପତି ଜିଲ୍ଲାରେ ଅବସ୍ଥିତ ଏହି ପଞ୍ଚାୟତ ଜିଲ୍ଲା ମୁଖ୍ୟାଳୟ (Gajapati District Headquarter) ଠାରୁ ଦୂରରେ ରହିବା କାରଣରୁ ପ୍ରଶାସନର (Gajapati District Administration) ଦୃଷ୍ଟି ଆଢୁଆଳରେ ରହିଯିବାରୁ ଏଠାରେ ବିକାଶ ଅପହଞ୍ଚ ହୋଇପଡ଼ିଛି। ଗତ ୨୦୧୮ ବର୍ଷରେ ଅନୁଭୂତ ହୋଇଥିବା ତିତିଲି ମହାବାତ୍ୟା (Cyclone Titli) ପ୍ରକୋପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଜିଲ୍ଲାର ଏହି ପଞ୍ଚାୟତ। 

ବାତ୍ୟା ପରେ ବାରମ୍ବାର ପାହାଡ ଧସିବା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲା ଗଙ୍ଗବାଡ ପଞ୍ଚାୟତ। ଏପରିକି ଏ ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ଜାଣିବା ପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଆସି ପହଞ୍ଚିଥିଲେ। ନିଜେ ଏହି ଅଞ୍ଚଳ ଗସ୍ତ କରିବା ସହ କ୍ଷତିପୂରଣ ପ୍ରଦାନ ସହ ଗ୍ରାମର ବିକାଶ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମହାବାତ୍ୟାକୁ ୩ ବର୍ଷ ବିତିଗଲାଣି ହେଲେ ଗଙ୍ଗାବାଡ଼କୁ ଯୋଗାଯୋଗ  କରୁଥିବା କଇଁପୁର- ଗଙ୍ଗାବାଡ଼ ମୁଖ୍ୟ ରାସ୍ତା ଏବେ ପର୍ଯ୍ୟନ୍ତ ମରାମାତି ହୋଇପାରିନାହିଁ। ପୁନଃ ନିର୍ମାଣ ଦୂରର କଥା ମରାମତି ପାଇଁ ମଧ୍ୟ ଚିନ୍ତା କରିନାହାନ୍ତି ସରକାର। 

Also Read: ରାସ୍ତା ପାଲଟିଛି ମରଣ ଯନ୍ତା! ଆସିଛି ଟଙ୍କା, ଚୁପ ବସିଛି ଠିକା ସଂସ୍ଥା

ପ୍ରାୟ ୧୨ କିମି ଦୂରତା ବିଶିଷ୍ଟ ଏହି ରାସ୍ତା ଉପରେ ୨୦ରୁ ଅଧିକ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଭଲ ରାସ୍ତା ଖଣ୍ଡେ ନଥିବାରୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଏବଂ ଚାଉଳ ପାଇଁ ପାହଡରେ ଚାଲି ଚାଲି ଯିବା କରୁଥିବା କହିଛନ୍ତି ଗ୍ରାମବାସୀ। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଏଠାକାର ପହଞ୍ଚି ପାରୁନାହିଁ। ସେପଟେ ବାରମ୍ବାର ସରକାରଙ୍କ ନିକଟରେ ଗୁହାରୀ କରିବା ପରେ କୌଣସି ସୁଫଳ ନପାଇ ନିଜସ୍ୱ ଉଦ୍ୟମରେ ଶ୍ରମଦାନ କରି ମରାମତି କରିବା ପାଇଁ ଅଣ୍ଟା ଭିଡିଛନ୍ତି ଗଙ୍ଗାବାଡ଼ ପଞ୍ଚାୟତ ବାସୀ। 

Also Read: ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି, ଉନ୍ନୟନମୂଳକ କାର୍ଯ୍ୟରେ ସାଜୁଛି ବାଧକ

ମିଳିମିଶି ଗ୍ରାମର ରାସ୍ତାକୁ ମରାମତି କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି ଗ୍ରାମବାସୀ। ଏକ ସପ୍ତାହ ହେବ ମାଟି ପଥର ପାହାଡରୁ ବୋହି ଆଣି ରାସ୍ତା ମରାମତି କାର୍ଯ୍ୟ କରୁଛନ୍ତି। ଯଦି ସରକାର ଏହା ଉପରେ ଦୃଷ୍ଟି ନିଦିଅନ୍ତି ତାହା ହେଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବୁ ବୋଲି କହିଛନ୍ତି ଗ୍ରାମବାସୀ। ପାହାଡିଆ ଘାଟି ରାସ୍ତା ହୋଇଥିବା ହେତୁ ରାସ୍ତା ନିର୍ମାଣ ବହୁ କଷ୍ଟ ହୋଇପଡିଛି। ବିନା ଯନ୍ତ୍ରପାତି ସାହାଯ୍ୟରେ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ମରାମତି କେତେ ଦୂର ସମ୍ଭବ ହେଉଛି ଏବଂ ସରକାର ଏହା ଉପରେ କେବେ ହୃଷ୍ଟି ଦେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡି଼ବ।