Balangir: ବୁଲଡୋଜର ସହାୟତାରେ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ସଫେଇ ଅଭିଯାନ ଜାରି
Advertisement
Article Detail0/zeeodisha/odisha1623960

Balangir: ବୁଲଡୋଜର ସହାୟତାରେ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ସଫେଇ ଅଭିଯାନ ଜାରି

Balangir News: ବଲାଙ୍ଗୀର ଜିଲ୍ଲାର ଆରଟିଓ ଛକ ଠାରେ ହୋଇଥିବା ବହୁଚର୍ଚ୍ଚିତ ହିଟ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ବେଆଇନ ନିର୍ମାଣକୁ ଭାଙ୍ଗିଛି ପୋଲିସ। ପୋଲିସ କାର୍ଯ୍ୟାନୁଷ୍ଠାନରେ ଧ୍ବଂସ ହୋଇଯାଇଛି ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାରେ ଥିବା ଚିତ୍ତ ମହାନ୍ତିଙ୍କ ଆର୍ଯ୍ୟ ପ୍ୟାଲେସ। 

Balangir: ବୁଲଡୋଜର ସହାୟତାରେ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ସଫେଇ ଅଭିଯାନ ଜାରି

Balangir Police: ବଲାଙ୍ଗୀର ପୋଲିସ ତରଫରୁ ବୁଲଡୋଜର ସହାୟତାରେ କ୍ରିମିନାଲ ସଫେଇ ଅଭିଯାନ। ଗତ ଗୋଟିଏ ମାସ ହେବ ବଲାଙ୍ଗୀରରେ ଜାରି ରହିଛି ଜିଲ୍ଲା ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ମିଶନ କ୍ଲିନ କ୍ରିମିନାଲ ଅଭିଯାନ। ବୁଲଡୋଜର ସହାୟତାରେ ମାଫିଆ, ଗୁଣ୍ଡା, ଅପରାଧିଙ୍କ ବେଆଇନ ଆଡ୍ଡା ଏବଂ ଘରକୁ ଧୂଳିସାତ କରୁଛି ପୋଲିସ। ଏବେ ବଲାଙ୍ଗୀର ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ବୁଲଡୋଜ କାର୍ଯ୍ୟାନୁଷ୍ଠାନର ଆଉ ଏକ ଅଧ୍ୟାୟ ଦେଖିବାକୁ ମିଳିଛି।

ବଲାଙ୍ଗୀର ଜିଲ୍ଲାର ଆରଟିଓ ଛକ ଠାରେ ହୋଇଥିବା ବହୁଚର୍ଚ୍ଚିତ ହିଟ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ବେଆଇନ ନିର୍ମାଣକୁ ଭାଙ୍ଗିଛି ପୋଲିସ। ପୋଲିସ କାର୍ଯ୍ୟାନୁଷ୍ଠାନରେ ଧ୍ବଂସ ହୋଇଯାଇଛି ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାରେ ଥିବା ଚିତ୍ତ ମହାନ୍ତିଙ୍କ ଆର୍ଯ୍ୟ ପ୍ୟାଲେସ। ଇଡକୋ ଜମିକୁ ସିମେଣ୍ଟ କାରଖାନା ନାମରେ ନେଇ ବିବାହ ମଣ୍ଡପ କରିଥିଲା ଚିତ୍ତ। ଗତବର୍ଷ ଆରଟିଓ ଛକ ଠାରେ ହୋଇଥିବା ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି ଚିତ୍ତ ମହାନ୍ତି। ଆର୍ଯ୍ୟ ପ୍ୟାଲେସ ଠାରେ ବେଆଇନ କାର୍ଯ୍ୟକଳାପ ଚଳାଇଥିବାରୁ ପ୍ରଶାସନର ସହାୟତାରେ ପୋଲିସ ଆର୍ଯ୍ୟ ପ୍ୟାଲେସ ଭାଙ୍ଗି ଦେଇ ଏହାକୁ ମାଟିରେ ମିଶାଇଦେଇଛି।

ବଭିନ୍ନ ଅପରାଧିକ ଘଟଣାରେ ଜଡିତ ଚିତ୍ତ ମହାନ୍ତି ନାମରେ ଦାଦା ବଟି ଠାରୁ ଆରମ୍ଭ କରି ହତ୍ୟା ଲୁଣ୍ଠନ ପରି ଅଭିଯୋଗ ରହିଥିବା କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁଶଲକର। ଯଦି ଏମିତି ଆହୁରି କୌଣସି ଅପରାଧିକ ମାମଲାରେ ଜଡ଼ିତ ରହିଥିବା ଲୋକଙ୍କ ବିରୋଧରେ ଅଭିଯୋଗ ଆସେ ତାହେଲେ ଆଗକୁ ମଧ୍ୟ ଅପରାଧ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ବଲାଙ୍ଗୀର ଏସପି।