Puri News: ଜଗା ଶରଣରେ ମିଥୁନ୍ ଚକ୍ରବର୍ତ୍ତୀ
Advertisement

Puri News: ଜଗା ଶରଣରେ ମିଥୁନ୍ ଚକ୍ରବର୍ତ୍ତୀ

Puri News In Odia: ଓଡ଼ିଶାରେ ବଲିଉଡ଼ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତୀ (Bollywood Superstar Mithun Chakraborty। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ (Mithun Chakraborty)। ରବିବାର ରାତିରେ ମିଥୁନ ଶ୍ରୀମନ୍ଦିର ନିକଟରେ(jagannath temple) ପହଞ୍ଚିବା ପରେ ତାଙ୍କୁ ସେବାୟତମାନେ ସ୍ୱାଗତ କରିବା ସହ ଶ୍ରୀମନ୍ଦିର (jagannath temple) ଭିତରକୁ ପାଛୋଟି ନେଇଥିଲେ ।

Puri News: ଜଗା ଶରଣରେ ମିଥୁନ୍ ଚକ୍ରବର୍ତ୍ତୀ

Puri News In Odia: ଓଡ଼ିଶାରେ ବଲିଉଡ଼ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତୀ (Bollywood Superstar Mithun Chakraborty। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ (Mithun Chakraborty)। ରବିବାର ରାତିରେ ମିଥୁନ ଶ୍ରୀମନ୍ଦିର ନିକଟରେ(jagannath temple) ପହଞ୍ଚିବା ପରେ ତାଙ୍କୁ ସେବାୟତମାନେ ସ୍ୱାଗତ କରିବା ସହ ଶ୍ରୀମନ୍ଦିର (jagannath temple) ଭିତରକୁ ପାଛୋଟି ନେଇଥିଲେ । ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ପରେ ମିଥୁନ ବିମଳା, ମା ଲକ୍ଷ୍ମୀଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ (Lord jagannath )ଦର୍ଶନ କରିବା ପରେ ମିଥୁନ ଚକ୍ରବର୍ତ୍ତୀ ପ୍ରତିକ୍ରିୟା ରଖିଛନ୍ତି (Mithun Chakraborty) । ସେ କହିଛନ୍ତି ଯେ, ଏଠାରୁ ସେ ଯେଉଁ ସ୍ନେହ, ମମତା ପାଇଛନ୍ତି ତାହା ଅନ୍ୟ କେଉଁଠାରୁ ପାଇନାହାଁନ୍ତି । ସେ ଯେମିତି ଅନ୍ୟକୁ କଷ୍ଟ ନ ଦିଅନ୍ତୁ ଏଥିପାଇଁ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ। ଶ୍ରୀମନ୍ଦିର ଦର୍ଶନ ସମୟରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା,ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ନିକଟରେ ଏହି ଅଭିନେତା ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥତା ନେଇ କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଫଟୋକୁ ଦେଖି ଫ୍ୟାନ୍ସ ନିରାଶ ହୋଇ ପଡିଥିଲେ। କିଡନୀ ଷ୍ଟୋନ ସମସ୍ୟା କାରଣରୁ ମିଥୁନଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ବର୍ତ୍ତମାନ ମିଥୁନ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି ।

 

Also Read: Odisha News: ଏଥର ବିନା ସୁଧରେ ଚାଷୀ ପାଇବେ ଋଣ ,ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ଚାଷୀ

Also Read: Bhubaneswar News: ଚେୟାର ଖାଲି ନଥିବାରୁ ରଣକ୍ଷେତ୍ର ପାଲଟିଲା ଏକାମ୍ର ହାଟ ହୋଟେଲ

୧୯୭୬ରେ ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମ ‘ମୃଗୟା’ ପରଦାକୁ ଆସିଥିଲା। ଆଦିବାସୀଙ୍କ ଜୀବନୀ ଉପରେ ଏହି ଫିଲ୍ମ ‘ବେଷ୍ଟ ଫିଲ୍ମ ଆୱାର୍ଡ’ ପାଇବା ସହ ମିଥୁନ୍‍ ବି ଜାତୀୟ ପୁରସ୍କାର ପାଇଥିଲେ। ମାତ୍ର ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‍ ନହେବାରୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ହତାଶ ହୋଇଯାଇଥିଲେ। ପ୍ରଯୋଜକ ରାଜେଶ୍ୱର ରାଓ ଏବଂ ନିର୍ଦ୍ଦେଶକ ମୃଣାଳ ସେନ୍‍ ମନସ୍ତାପ ମଧ୍ୟରେ ରହୁଥିଲେ। ମିଥୁନ୍‍ ମଧ୍ୟ ତାଙ୍କ ପାଉଣା ପାଇ ନଥିଲେ। କିଛିଦିନ ପରେ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ପ୍ରଚାରକ ଆର୍‍ ଆର୍‍‍ ପାଠକଙ୍କୁ ଭେଟି ତାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କଲେ। ଆଉ ଏହି ଫିଲ୍ମ କେମିତି ଭଲରେ ଚାଲିବ ତାର ଦାୟିତ୍ୱ ନେବାକୁ ପାଠକଙ୍କୁ ନିବେଦନ କରିଥିଲେ। ପାଠକ ନିର୍ଦ୍ଦେଶକ ମୃଣାଳ ସେନଙ୍କ ନିବେଦନକୁ ମନା କରିପାରି ନଥିଲେ। ଫଳରେ ଫିଲ୍ମଟି ମୁମ୍ବାଇ ବ୍ଲେଜ ଥିଏଟରରେ ସ୍କ୍ରିନିଂ ହୋଇଥିଲା।ଫିଲ୍ମଟି ସ୍କ୍ରିନିଂ ହେବା ପରେ ମିଥୁନ୍‍ ପାଠକଙ୍କୁ ଭେଟି ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ କହିଥିଲେ। ପାଖରେ ଟଙ୍କା ନଥିବାରୁ ମୋତେ ସଂଘର୍ଷ କରିବାକୁ ପଡ଼ୁଛି ଏବଂ ଷ୍ଟେସନରେ ରହିବାକୁ ପଡ଼ୁଛି ବୋଲି ମିଥୁନ୍‍ କହିଥିଲେ। ମିଥୁନ୍‍ଙ୍କର ଏହି ପଦିଏ କଥା ପାଠକଙ୍କୁ ପ୍ରଭାବିତ କରିଥିଲା। ପରେ ପାଠକ ମିଥୁନ୍‍ଙ୍କୁ ନେଇ ବି ଏନ୍‍ ଶର୍ମାଙ୍କ ସହ ସାକ୍ଷାତ କରାଇଥିଲେ। ଶର୍ମା ମିଥୁନ୍‍ଙ୍କୁ ତାଙ୍କ ଆଗାମୀ ଫିଲ୍ମ ପାଇଁ ସାଇନ୍‍ କରିଥିଲେ। ଏଥିପାଇଁ ଶର୍ମା ମିଥୁନ୍‍ଙ୍କୁ ଅଗ୍ରୀମ ୫ ହଜାର ଟଙ୍କାର ଚେକ୍‍ ଦେଇଥିଲେ। ହେଲେ ମିଥୁନ୍‍ କହିଥିଲେ ଚେକ୍‍ ନେଇ ମୁଁ କ’ଣ କରିବି? ମୋତେ କିଛି ଟଙ୍କା ଦିଅନ୍ତୁ, କାରଣ ମୁଁ ଦୁଇଦିନ ହେଲା କିଛି ଖାଇନି। ଦୁର୍ଭାଗ୍ୟବଶତଃ ଏହି ଫିଲ୍ମଟି କୌଣସି କାରଣ ପାଇଁ ସୁଟିଂ ହୋଇପାରିନଥିଲା।