Odisha News: ଏଥର ବିନା ସୁଧରେ ଚାଷୀ ପାଇବେ ଋଣ ,ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ଚାଷୀ
Advertisement

Odisha News: ଏଥର ବିନା ସୁଧରେ ଚାଷୀ ପାଇବେ ଋଣ ,ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ଚାଷୀ

Odisha News In Odia: ବିନା ସୁଧରେ ଚାଷୀ (Farmer)ପାଇବେ ଋଣ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ (Farmer)ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik)। ଅର୍ଥନୀତିର ଆତ୍ମା, ବିକାଶର ଆଧାର ଚାଷ(Farmer)। ସଶକ୍ତ ଓଡ଼ିଶାର ସାରଥି ଚାଷୀ, ମା ଓ ଯୁବକ ଯୁବତୀ। ଲୋକସେବା ଭବନରେ (Loka Seva Bhawan) ସୁଧ ରିହାତି ବିତରଣ (interest deduction)ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha News In Odia: ବିନା ସୁଧରେ ଚାଷୀ (Farmer)ପାଇବେ ଋଣ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ (Farmer)ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik)। ଅର୍ଥନୀତିର ଆତ୍ମା, ବିକାଶର ଆଧାର ଚାଷ(Farmer)। ସଶକ୍ତ ଓଡ଼ିଶାର ସାରଥି ଚାଷୀ, ମା ଓ ଯୁବକ ଯୁବତୀ। ଲୋକସେବା ଭବନରେ (Loka Seva Bhawan) ସୁଧ ରିହାତି ବିତରଣ (interest deduction)ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସ୍ୱତନ୍ତ୍ର ବଜେଟ ହୋଇଛି। କାଳିଆ ଶିକ୍ଷା ବୃତ୍ତି ମଧ୍ୟ ପ୍ରଦାନ କରଯାଉଛି। ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ(odisha state)। ୩୫ଲକ୍ଷ ଚାଷୀ ସୁଧ ରିହାତି ପାଇ ଉପକୃତ ହୋଇଛନ୍ତି। ସେମାନଙ୍କୁ ସୁଧ ଦେବାକୁ ପଡିନି। ରାଜ୍ୟର କୋ-ଅପରେଟିଭ ମୁମେଣ୍ଟ ଶକ୍ତିଶାଳୀ ହୋଇଛି। ଚାଷୀଭାଇ ଆମ ଗର୍ବ,ଚାଷୀଙ୍କ କଲ୍ୟାଣ ପାଇଁ କାମ କରିଚାଲିବେ ବୋଲି ମୁଖ୍ୟମନ୍ତ୍ରୀ (Cm Naveen Patnaik)କହିଛନ୍ତି।

ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରାଯାଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Cm Naveen Patnaik)। ୪୪୧କୋଟି ୭୬ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି। ଚାଷୀଙ୍କ ବିକାଶରେ ଓଡ଼ିଶା ସମବାୟ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ କରୁଛି । ଏଥିରେ ପ୍ରତି ବର୍ଷ ୩୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ଚାଷୀ ଋଣ ଉପରେ ବାର୍ଷିକ ପ୍ରାୟ ୮୦୦ କୋଟି ଟଙ୍କା ସୁଧ ରିହାତି ଦେଉଛି ଓଡ଼ିଶା ସମବାୟ। ଚାଷୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୪୧୫ କୋଟି ୧୭ ଲକ୍ଷ ଟଙ୍କା ସୁଧ ରିହାତି ପ୍ରଦାନ କରାଯାଇଥିଲା । ଏଥିରେ ମଧ୍ୟ ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଥିଲେ । ଦୁଇଟି ପର୍ଯ୍ୟାୟକୁ ମିଶାଇ ସରକାର ୮୫୬ କୋଟି ୯୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

 

ଏହାବି ପଢନ୍ତୁ : Bhubaneswar News: ଚେୟାର ଖାଲି ନଥିବାରୁ ରଣକ୍ଷେତ୍ର ପାଲଟିଲା ଏକାମ୍ର ହାଟ ହୋଟେଲ

ଏହାବି ପଢନ୍ତୁ : Crime News: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

ଚାଷୀଙ୍କ ପାଇଁ ଅହରହ କାମ କରୁଥିବା ବିଜେଡି ସରକାର ନିକଟରେ ଅର୍ଥାତ୍ ଚଳିତ ଉତ୍କଳ ଦିବସ ଅବସରରେ ଚାଷୀଙ୍କ ଖାତକୁ କଳିଆ ଟଙ୍କା ପଠାଇଥିଲେ। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନେ ଏହି ସହାୟତା ପାଇଛନ୍ତି । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ପୁଷ୍ଟି ଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀ ମାନଙ୍କୁ ଫସଲ ବିବିଧ କରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ।