Bhubaneswar News: ଚେୟାର ଖାଲି ନଥିବାରୁ ରଣକ୍ଷେତ୍ର ପାଲଟିଲା ଏକାମ୍ର ହାଟ ହୋଟେଲ
Advertisement

Bhubaneswar News: ଚେୟାର ଖାଲି ନଥିବାରୁ ରଣକ୍ଷେତ୍ର ପାଲଟିଲା ଏକାମ୍ର ହାଟ ହୋଟେଲ

Bhubaneswar News In Odia: କଥା କଥାକେ ଲୋକଙ୍କ ଉଠି ଯାଉଛି ହାତ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି(Fight) । ରବିବାର ଦିନ ଭୁବନେଶ୍ବରରେ ଥିବା (Bhubaneswar) ଏକାମ୍ର ହାଟରେ (Ekamra Haat) ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhubaneswar News In Odia: କଥା କଥାକେ ଲୋକଙ୍କ ଉଠି ଯାଉଛି ହାତ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି(Fight) । ରବିବାର ଦିନ ଭୁବନେଶ୍ବରରେ ଥିବା (Bhubaneswar) ଏକାମ୍ର ହାଟରେ (Ekamra Haat) ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଏଥିରେ ଜଣେ ଗ୍ରାହକ ଆହତ ହୋଇଛନ୍ତି ।  ଆହତ ହୋଇଥିବା ଗ୍ରାହକ ଜଣକ ହେଲେ ପ୍ରଭାତ ମାର୍ଥା । 

ସୂଚନା ଅନୁସାରେ, ରବିବାର ଛୁଟି ଦିନ ଥିବାରୁ ଏକାମ୍ର ହାଟରେ (Ekamra Haat) ଥିବା ଏକ ହୋଟେଲରେ (Hotel)ଖାଇବା ପାଇଁ ଲୋକଙ୍କ ଭିଡ ଲାଗିଥିଲା । ଗ୍ରାହକଙ୍କ ଭିଡ ବଢୁଥିବାରୁ ହୋଟେଲରେ (Hotel) ବସିବା ପାଇଁ ଚେୟାର ନଥିଲା। ଏହି ସମୟରେ ଅଧିକାଂଶ ଗ୍ରାହର ଖାଇବା ପାଇଁ ଅପେକ୍ଷା କରି ଛିଡା ହୋଇଥିଲେ। ହେଲେ , ପ୍ରଭାତ ଖାଇ ସାରି ଫେରିବା ବେଳେ ଗୋଟିଏ ଚେୟାର ଗ୍ରାହକଙ୍କ ଦେହରେ ବାଜି ଯାଇଥିଲା । ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ମାରପିଟ ଓ ଭଙ୍ଗାରୁଜା । କିଛି କ୍ଷଣ ମଧ୍ୟରେ ହୋଟେଲ ପାଲଟି ଯାଇଥିଲା ରଣକ୍ଷେତ୍ର । ମାରପିଟ୍ ଦେଖି ହୋଟେଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଏବଂ ଗଣ୍ତଗୋଳରେ ଆହତ ହୋଇଥିବା ପ୍ରଭାତଙ୍କୁ ପୋଲିସ୍ ଉଦ୍ଦାର କରି ମେଡିକାଲରେ ଭର୍ତ୍ତୀ କରିଛି ।  ଏବଂ ମାମଲା ରୁଜୁ କରି ତଦନ୍ତ କରୁଛି । ଗଣ୍ଡଗୋଳ ବେଳେ ସାଂସଦ ମମତା ମହାନ୍ତ ମଧ୍ୟ ସେହି ସ୍ଥାନକୁ ନିଜ ପରିବାର ସହ ଖାଇବାକୁ ଯାଇଥିଲେ । ଏତେ ଜୋରରେ ମାରପିଟ ହୋଇଥିଲା ଯେ ଟେବୁଲ ଉପରେ ଥିବା ତାଙ୍କ ଫୋନ୍‌ କୁଆଡ଼େ ହଜି ଯାଇଥିଲା ।

Also Read: Crime News: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

 Also Read: Bhubaneswar News: ୮ ମହଲାରୁ ଖସି ଆଇନ ଛାତ୍ରଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା? ତଦନ୍ତୁ କରୁଛି ପୋଲିସ

ସେହିପରି ଶନିବାର ବିଳମ୍ବିତ ରାତିରେ ମଧ୍ୟ ଗାଡ଼ି ପାର୍କିଂକୁ (Car parking dispute ) ଭୁବନେଶ୍ବରର ମହାରାଜା ହଲ୍ ପାର୍କିଂ ପ୍ଲେସରେ ତୁମୁଳକାଣ୍ଡ ଘଟିଛି । ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍‌ପିଟ୍‌। ଭୁବନେଶ୍ୱରର (Bhubaneswar) ମହାରାଜା ସିନେମା ହଲ (Maharaja Cinema Hall)ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି।  (Car parking dispute )ଗାଡ଼ି ପାର୍କିଂକୁ ନେଇ ହଲ୍‌ ପରିସରରେ ହଙ୍ଗାମା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ଏଥିରେ ଗଣ୍ତଗୋଳରେ କିଛି ଲୋକେ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି (ଶନିବାର) ବିଳମ୍ବିତ ରାତିରେ  ଭୁବନେଶ୍ୱର ମହାରାଜା ହଲ୍  (Maharaja Cinema Hall) ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।  ଫିଲ୍ମ ଦେଖି ଫେରିବା ପରେ ପାର୍କିଂକୁ (Car parking dispute ) ନେଇ ହଲ୍‌ ପରିସରରେ ଦୁଇ ଗୋଷ୍ଠୀ ପ୍ରଥମେ ମୁହାମୁହିଁ ହୋଇଥିଲେ। ଗଣ୍ଡଗୋଳ ଏତେ ଜୋର ହୋଇଥିଲା ଯେ, କିଛି ସମୟ ପାଇଁ ହଲ୍ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଗଣ୍ଡଗୋଳରେ ଖାଲି ପୁରୁଷ ନୁହଁନ୍ତି ମହିଳାମାନେ ମଧ୍ୟ ସାମିଲ ଥିଲେ। ଏପରିକି ଜଣେ ଯୁବତୀ କାର୍ ବନେଟ୍ ଉପରେ ଚଢ଼ି ଯାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏପରିକି ଏହି ହାଇଭୋଲଟେଜ ଡ୍ରାମା ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଫଳରେ ସିନେମା ଦେଖିବାକୁ ଆସିଥିବା ଲୋକେ ଏହି ଗଣ୍ତଗୋଳ ଯୋଗୁଁ ଦିର୍ଘ ସମୟ ଧରି ପାର୍କିଂ ପ୍ଲେସରେ ଫସି ଯାଇଥିଲେ ।