ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ
Advertisement

ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ

କିଛି ମାସ ପୂର୍ବରୁ କୋରୋନା ମାମଲା କମି ଯାଇଥିବାରୁ ଏହି କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦିଆ ଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦିନକୁ ଦିନ କୋରୋନା ସ୍ଥିତି ଗମ୍ଭୀର ହେଉଥିବା କାରଣରୁ ପୁଣି ଥରେ ସେହି ସଦର ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ

ସମ୍ବଲପୁର: ଖୁବଶୀଘ୍ର ସମ୍ବଲପୁର ସଦର ହସ୍ପିଟାଲରେ ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ। କିଛି ମାସ ପୂର୍ବରୁ କୋରୋନା ମାମଲା କମି ଯାଇଥିବାରୁ ଏହି କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦିଆ ଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦିନକୁ ଦିନ କୋରୋନା ସ୍ଥିତି ଗମ୍ଭୀର ହେଉଥିବା କାରଣରୁ ପୁଣି ଥରେ ସେହି ସଦର ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ସମ୍ବଲପୁର ସଦର ହସ୍ପିଟାଲ (Sambalpur DHH) ରେ ଖୁବଶୀଘ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। କିନ୍ତୁ ଏଥର ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବରେ କୋଭିଡ୍ ହସ୍ପିଟାଲ ଭାବରେ ପରିଣତ କରାଯିବ ନାହିଁ। କେବଳ ଗୋଟିଏ ଭାଗକୁ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟକ୍ଷମ କରାଯିବ। ଆସନ୍ତା ସପ୍ତାହକ ମଧ୍ୟରେ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

Also Read: ରାଷ୍ଟ୍ର ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଲା ସମ୍ବଲପୁର ପୋଲିସ

ପୂର୍ବରୁ ଏହି ହସ୍ପିଟାଲରେ 200 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ (Covid Hospital) ପରିଚାଳିତ ହେଉଥିଲା। ଯେ ହେତୁ ପୂର୍ବରୁ ସମସ୍ତ ବ୍ୟବସ୍ଥା ଓ ଉପକରଣ ରହିଛି। ସେଥିପାଇଁ ଏହି ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସମ୍ବଲପୁର (Sambalpur) ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି।