ନବବଧୂ ମୃତ୍ୟୁ ଘଟଣା; ସନ୍ଦେହରେ ଶାଶୁ ଶ୍ୱଶୁର ଗିରଫ
Advertisement
Article Detail0/zeeodisha/odisha1179060

ନବବଧୂ ମୃତ୍ୟୁ ଘଟଣା; ସନ୍ଦେହରେ ଶାଶୁ ଶ୍ୱଶୁର ଗିରଫ

ସ୍ୱାମୀ ଘରେ ନ ଥିବା ବେଳେ ସ୍ତ୍ରୀ ର ମୃତ୍ୟୁ ପଛରେ ପ୍ରକୃତ କାରଣ କ'ଣ ରହିଛି ତାହାର ତଦନ୍ତ କରୁଛି ପୋଲିସ। 

ନବବଧୂ ମୃତ୍ୟୁ ଘଟଣା; ସନ୍ଦେହରେ ଶାଶୁ ଶ୍ୱଶୁର ଗିରଫ

ବାଲେଶ୍ୱର: ଜିଲ୍ଲାର ଭୋଗରାଇ ବ୍ଳକ ଗାଜିପୁର ଗାଁରେ ଏକ ନବ ବଧୂର ସନ୍ଦେହଜନକ ମୃତ ହୋଇଛି। ବାପ ଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହି ତାଳସାରୀ ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି। ମୃତକ ହେଲେ ଗାଜିପୁର ଗାଁର ଶେଖ ଆଲ୍ଲୀନଙ୍କ ବୋହୂ। ଏହି ଘଟଣାରେ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ୬ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି। ମୃତ ବୋହୂର ଶାଶୁ ରବ ବିବି, ଶ୍ୱଶୁର ଶେଖ ଅଲ୍ଲୀ ଥାନାରେ ଅଟକ ଥିବା ବେଳେ ଦିଅର, ନଣନ୍ଦ, ନଣନ୍ଦେଇ ଫେରାର ହୋଇଯାଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ କୁହାଯାଉଥିବା ସ୍ୱାମୀ ଶେଖ ରାଜେଶ ବିଦେଶରେ ରହୁଛନ୍ତି। 

ଏହି ଘଟଣାକୁ ନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ  ପହଁଞ୍ଚି ମୃତ ଦେହକୁ ପରିବାର ଲୋକେ ସତ୍କାର କରାଇବା ପୂର୍ବରୁ ଶବ ଜବତ କରି ସାଇଣ୍ଟିଫିକ ଟିମ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ତଦନ୍ତ ଆରମ୍ଭ କରିଛି। ସେପଟ ଏହି ଘଟଣାକୁ ମୃତକ ବୋହୂର ଶାଶୁ ଘର ଲୋକେ ଆତ୍ମହତ୍ୟା ବୋଲି କହୁଥିବା ବେଳେ  ବାପ ଘର ଲୋକେ ଏହାକୁ ହତ୍ୟା ବୋଲି କହିଛନ୍ତି। ବର୍ଷକ ପୂର୍ବରୁ ବିବାହ ହୋଇଥିବା ନୂଆ ବୋହୂର ମୃତ ଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ୱାମୀ ଘରେ ନ ଥିବା ବେଳେ ସ୍ତ୍ରୀ ର ମୃତ୍ୟୁ ପଛରେ ପ୍ରକୃତ କାରଣ କ'ଣ ରହିଛି ତାହାର ତଦନ୍ତ କରୁଛି ପୋଲିସ।