ଭୁଲ ତଥ୍ୟ ଦେଇ ଧାନ ବିକ୍ରି କରିଥିବା କୃଷକ କେଶବ ରାଓଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ଜିଲ୍ଲାପାଳ ଅନୁପମ ସାହା ଆଦେଶ ଦେଇଛନ୍ତି।
Trending Photos
ପାରଳାଖେମୁଣ୍ଡି: ଧାନ କିଣା ଦୁର୍ନୀତି (Paddy Corruption) ଅଭିଯୋଗରେ ନିଲମ୍ବିତ ହେଲେ ଗଜପତି ଜିଲ୍ଲାରାମଲିଙ୍ଗେଶ୍ୱର ସମବାୟ ସମିତିର ସମ୍ପାଦକ ଈ ରାମ ପ୍ରସାଦ। ମିଥ୍ୟା ତଥ୍ୟ ଆଧାରରେ ଧାନ କିଣାଯାଇଥିବା ଜଣା ପଡିବା ପରେ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଭୁଲ ତଥ୍ୟ ଦେଇ ଧାନ ବିକ୍ରି କରିଥିବା କୃଷକ କେଶବ ରାଓଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ଜିଲ୍ଲାପାଳ ଅନୁପମ ସାହା ଆଦେଶ ଦେଇଛନ୍ତି।
ସୂଚନା ପ୍ରକାରେ ପାରଳାଖେମୁଣ୍ଡି (Paralakhemundi) ର କେଶବ ରାଓ ନାମକ ଚାଷୀ ନିଜର ୧୧ ଏକର ଜମିରେ ଚାଷ କରିଥିବା ଦର୍ଶାଇ ପଞ୍ଜିକରଣ ପ୍ରକ୍ରିୟା ଆଧାରରେ ୨୦୬ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳ ଅନୁପମ ସାହା (Anupam Shah) ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ କେଶବଙ୍କର କେବଳ ୬ ଏକର ଜମିରେ ଚାଷ କରାଯାଇଥିବା ଜଣା ପଡିଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ରାମଲିଙ୍ଗେଶ୍ୱର ସମବାୟ ସମିତି (Co operative Society) ର ସମ୍ପାଦକ ଈ ରାମ ପ୍ରସାଦ ଓ ଡି କେଶବ ରାଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Also Read: ଅଧା ଓଡିଶାରେ ଦୁଇ ଦିନ କାଳବୈଶାଖୀ, ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଏଭଳି ଦୁର୍ନୀତିରେ ଲିପ୍ତ ରହି ମିଥ୍ୟା ତଥ୍ୟ ଆଧାରରେ ବ୍ୟବସାୟୀ ଧାନ ବିକ୍ରି କରି ଲାଭବାନ ହେଉଛନ୍ତି। ଫଳରେ ଅନେକ ପ୍ରକୃତ ଚାଷୀ (Oidsha Farmer) ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି। କେବଳ ରାମଲିଙ୍ଗେଶ୍ୱର ସମବାୟ ସମିତି ନୁହଁ ଆହୁରିଅନେକ ସମବାୟ ଅଧିକାରୀଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି। ଏହି ସବୁ ମାମଲାର ତଦନ୍ତ ଜାରି ରହିଥିବା ଜିଲ୍ଲା ଯୋଗାଣ ଅଧିକାରୀ (Dist Supply Officer) କହିଛନ୍ତି।