ଆଦିବାସୀ ମହିଳାଙ୍କୁ ଜୀବିକା ଯୋଗାଇବ ମାଛ ଚାଷ
Advertisement

ଆଦିବାସୀ ମହିଳାଙ୍କୁ ଜୀବିକା ଯୋଗାଇବ ମାଛ ଚାଷ

ପାରଳାଖେମୁଣ୍ଡି ସମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ତରଫରୁ ଜୀବିକା ମିଶନ ପ୍ରକଳ୍ପ ମାଧ୍ୟମରେ ଗଜପତି ଜିଲ୍ଲାର ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଗାଁ ପୋଖରୀରେ ମତ୍ସ୍ୟଚାଷ କରିବା ପାଇଁ ସରକାର ମାଗଣାରେ ପ୍ରତ୍ସାହନ ଯୋଗାଉଛନ୍ତି। ଫଳରେ ରୋଜଗାର ନପାଇ ପୂର୍ବରୁ ହାତ ବାନ୍ଧି ବସିଥିବା ଆଦିବାସୀ ମହିଳାମାନେ ଏବେ ଆତ୍ମନିର୍ଭରଶୀଳ ହେବା ସହ ମତ୍ସ୍ୟଚାଷ କରି ଅଧିକ ଲାଭବାନ ହେବା ପାଇଁ ଆଶା ରଖିଛନ୍ତି।

 ଆଦିବାସୀ ମହିଳାଙ୍କୁ ଜୀବିକା ଯୋଗାଇବ ମାଛ ଚାଷ

ଗଜପତି: ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ମହିଳା ସ୍ବୟଂ ସହାୟକ ଗାଷ୍ଠୀ ଗୁଡିକୁ ଉନ୍ନତ ତଥା ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ପାରଳାଖେମୁଣ୍ଡି ସମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ତରଫରୁ ଜୀବିକା ମିଶନ ପ୍ରକଳ୍ପ ମାଧ୍ୟମରେ ଗଜପତି ଜିଲ୍ଲାର ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଗାଁ ପୋଖରୀରେ ମତ୍ସ୍ୟଚାଷ କରିବା ପାଇଁ ସରକାର ମାଗଣାରେ ପ୍ରତ୍ସାହନ ଯୋଗାଉଛନ୍ତି। ଫଳରେ ରୋଜଗାର ନପାଇ ପୂର୍ବରୁ ହାତ ବାନ୍ଧି ବସିଥିବା ଆଦିବାସୀ ମହିଳାମାନେ ଏବେ ଆତ୍ମନିର୍ଭରଶୀଳ ହେବା ସହ ମତ୍ସ୍ୟଚାଷ କରି ଅଧିକ ଲାଭବାନ ହେବା ପାଇଁ ଆଶା ରଖିଛନ୍ତି।

ରୋଜଗାର ପାଇଁ ପ୍ରେରଣା ଯୋଗାଉଛି ମତ୍ସ୍ୟଚାଷ। ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଗ୍ରାମାଞ୍ଚଳର ଜନଜାତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କର ଆର୍ଥିକ ଉନ୍ନତି ତଥା ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ମାଛଚାଷ ନିମନ୍ତେ ସରକାର ମାଛ ଜାଆଁଳ, ଔଷଧ, ମାଛଦାନା ଯୋଗାଉଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆର ଜୀବିକା ମିଶନ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରିତ ମହିଳା ଗୋଷ୍ଠୀ ପ୍ରତି ଅନ୍ୟୁନ ପଚାଶ ହଜାର ଟଙ୍କା ପ୍ରତ୍ସାହନ ରାଶି ଯୋଗାଇ ଦିଆଯାଉଛି। ଆର ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ସରପଞ୍ଚ ବିରଭାସ୍କର ପାଇକଙ୍କ ତତ୍ବାବଧନାରେ ପଞ୍ଚାୟତର ତିନି ପ୍ରମୁଖ ଘାଇକୁ ସ୍ଥାନୀୟ ମହିଳା ଗୋଷ୍ଠୀକୁ ଲିଜ ଆକାରରେ ଦିଆଯାଇଛି। 

Also Read: ସେପ୍ଟେମ୍ବରରେ ପ୍ରଥମ ତିନି ସପ୍ତାହ ଭିଜିବ ଓଡ଼ିଶା; ସାତ ଦିନ ବ୍ୟବଧାନରେ ଦୁଇଟି ଲଘୁଚାପ ସମ୍ଭାବନା

ପ୍ରାଥମିକ ସ୍ତରରେ ମତ୍ସ୍ୟଚାଷ ସମ୍ପର୍କରେ ତାଲିମ ସହ ପ୍ରତି ମହିଳା ଗୋଷ୍ଠୀ ପ୍ରତି ୧୦୦ କେଜି ମାଛ ଜାଆଁଳ, ଚୁନ, ମତ୍ସ୍ୟଖାଦ୍ୟ ଆଦି ଦିଆଯାଇଛି । ଗୋଟିଏ ଦିନରେ ମତ୍ସ୍ୟଚାପ ପାଇଁ ବେଶ ଆଗ୍ରହୀ ଥିବା ମହେନ୍ଦ୍ରଗଡ ପଞ୍ଚାୟତର ରଣାଲଇ ଗ୍ରାମର ମାଁ ଭୌରବୀ ସ୍ୱୟଂ ସହାୟିକା ଗୋଷ୍ଠୀ, କୁଶପଲ୍ଲି ଗ୍ରାମର ମାଁ ଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଝାଡ ରଣ୍ଡିବା ଗ୍ରାମର ମାଁ ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀକୁ ମାଛଚାଷ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ବେଳେ ମୋହନା ଓ ଆର ଉଦୟଗିରି ଅଞ୍ଚଳରେ ଆଗ୍ରହୀ ଥିବା ଅନ୍ୟାନ୍ୟ ଗୋଷ୍ଠୀଙ୍କୁ ମତ୍ସ୍ୟଚାଷ ପାଇଁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ପାରଳାଖେମୁଣ୍ଡି ଆଇଟିଡିଏର ପ୍ରଜେକ୍ଟ ମ୍ୟାନେଜର ଗୌତମ କୁମାର ସ୍ବାଇଁ କହିଛନ୍ତି।

fallback

ମାଛ ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ବେଳେ ପୂର୍ବରୁ ରୋଜଗାର ନଥିବାରୁ ଆଦିବାସୀ ମହିଳା ହାତବାନ୍ଧି ବସିଥିଲେ। ବର୍ତ୍ତମାନ ସରକାରଙ୍କ ସାହାଯ୍ୟ ମିଳିବା ପରେ ମାଛଚାଷ କରି ସେମାନେ ଭଲ ଦି ପଇସା ରୋଜଗାର କରି ସ୍ବାବଲମ୍ବୀ ହେବା ଆଶା ରଖିଛନ୍ତି। ଏଭଳି ସୁବିଧା ପାଇବାରେ ମହିଳାମାନେ ଖୁସି ବ୍ୟକ୍ତ କରିବା ସହ ସରକାର ତଥା ଜିଲ୍ଲା ପ୍ରଶାସନର ସମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି। ପୋଖରୀର ସଠିକ ରକ୍ଷଣାବେକ୍ଷଣା ଓ ମାଛ ଜାଆଁଳର ଉପଯୁକ୍ତ ଯତ୍ନ ନେଲେ ବାର୍ଷିକ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲାଭବାନ ହେବା ଲକ୍ଷ୍ୟ ରଖିଥିବା ମହିଳା ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି।

Also Read: ସମସ୍ୟାର ହୋଇପାରୁନାହିଁ ସମାଧାନ; ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚଲେ ଅସନ୍ତୁଷ୍ଟ ଛାତ୍ରାବାସ ଅନ୍ତେବାସୀ

ମହିଳା ଶସକ୍ତ ହେଲେ ଅଞ୍ଚଳର ଉନ୍ନତି ହେବ। ଏଥିପାଇଁ ସରକାରଙ୍କ ତରଫରୁ ଜୀବିକା ମିଶନ ଜରିଆରେ ଆଗ୍ରହୀ ଜନଜାତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବା ଏସ୍ଏଚଜିକୁ ମତ୍ସ୍ୟଚାଷ ପାଇଁ ଆନୁସାଙ୍ଗିକ ସହୟତା ଯୋଗାଇଦିଆଯାଉଛି। ମତ୍ସ୍ୟଚାଷ କରି ମହିଲା ସ୍ବାବଲମ୍ବୀ ହୋଇପାରିବେ ବୋଲି ଆଶା ରହିଥିବା ବେଳେ ଆଗାମୀ ଦିନରେ ମହିଳା କେତେ ବିକଶିତ ହେବେ ତା ଉପରେ ନଜର ରହିଛି।