ବାହାଘର ବେଦୀରେ କନ୍ୟାର ହାଇ ଡ୍ରାମା, ଶିଶୁପାଳ ହେବା ଆଶଙ୍କା ରେ ବର ବେହୋସ।
Advertisement
Article Detail0/zeeodisha/odisha1188684

ବାହାଘର ବେଦୀରେ କନ୍ୟାର ହାଇ ଡ୍ରାମା, ଶିଶୁପାଳ ହେବା ଆଶଙ୍କା ରେ ବର ବେହୋସ।

(ଦିଲ୍ଲୀପ ଦାସ, ଜଳେଶ୍ଵର);-

 

  ବେଦୀ ସଜା ହୋଇଛି। ବାଜା ରସୋଣି ବରଯାତ୍ରୀ ନେଇ ବର ଆସିଛି। ବାହା ବେଦୀରେ ବରକନ୍ୟାଙ୍କ ବାହାଘର ଶେଷ ଅବସ୍ଥା। କେବଳ ସିନ୍ଦୂର ପିନ୍ଧା କାର୍ଯ୍ୟ ବାକି ଅଛି, ଏତିକି ବେଳକୁ କନ୍ୟା କଲା ହାଇ ଡ୍ରାମା। ହାତରୁ ଶଙ୍ଖା ବାହାର କରି ଫିଙ୍ଗି ଦେଇ  କନ୍ୟା ବେଦୀରୁ ଉଠି ଗଲେ, କହିଲେ ମୋର ସ୍ଵାମୀ ଅଛି ମୁଁ ବାହା ହୋଇ ପାରିବିନି। କନ୍ୟା ଯାତ୍ରୀ ,ବର ଯାତ୍ରୀ ,ବନ୍ଧୁ ବାନ୍ଧବ, ସାଇ ପଡିଶା ସାଙ୍ଗ ସାଥି  ସମସ୍ତେ ଆବାକ। ଏସବୁ ଦ୍ରୁଶ୍ଯ  ଦେଖୁ ଦେଖୁ ବର  ବେହୋସ ହୋଇ ଗଲେ। ଆଉ କନ୍ୟା ଊପରେ ଆରମ୍ଭ ହେଲା ନିର୍ଡ୍ଧିମ ମାଡ଼। କିନ୍ତୁ କନ୍ୟା  ର ଏକା ଜିଦ ସେ ଆଉ ବାହା ହେବନି। 

ବାହାଘର ବେଦୀରେ କନ୍ୟାର ହାଇ ଡ୍ରାମା, ଶିଶୁପାଳ ହେବା ଆଶଙ୍କା ରେ  ବର ବେହୋସ।

ବାଲେଶ୍ଵର ଜିଲ୍ଳା ବାଲିଆପାଳ ଥାନା ରେମୁ ଗ୍ରାମରେ ଏକ ବିବାହ ବେଳର ଏପରି ଅପ୍ରୀତିକର ଘଟଣାର ଭାଇରାଲ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।ତେବେ ବର ଶିଶୁପାଳ ହେବା ଭୟରେ ବେହୋସ ହୋଇ ଯାଇଥିବା ବେଳେ, ସାଙ୍ଗ ଓ ଘର ଲୋକ ତାଙ୍କୁ ଅନ୍ୟତ୍ର ବିବାହ କରାଇ ଘରକୁ ନେଇଥିବାଖବର ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳର ଜନୈକ ବର ବାଲିଆପାଳ ଥାନା ରେମୁ ଗ୍ରାମକୁ ଗତ ସପ୍ତାହେ ତଳେ ବିବାହ କରିବାକୁ ଆସିଥିଲେ। ପରମ୍ପରା, ରୀତିନୀତି ଅନୁସାରେ ବୈଦିକ ନିୟମ ଅନୁଯାୟୀ ଉଭୟ ପକ୍ଷ  ଏହି ବିବାହ କାର୍ଯ୍ୟ କରୁଥିଲେ । ବର ଯାତ୍ରୀ ଠିକ ସମୟରେ ଆସିଥିଲା।ବେଦୀରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା,  ମାତ୍ର ସିନ୍ଦୂର ପିନ୍ଧା ବେଳେ ଅସଲ ଖେଳ ଆରମ୍ଭ ହୋଇ ଥିଲା, ଯାହା ଏବେ ଭାଇରାଲ ହୋଇଛି।

 ତେବେ ଏଠାରେ ପ୍ରଶ୍ନ ଉଠୁଛି ସବୁ ଯଦି ସହମତି ରେ ହୋଇଥିଲା ତେବେ ଏମିତି ହାଇ ଡ୍ରାମା କାହିକି ?? ଯାହା ଜଣାପଡ଼ିଛି କନ୍ୟା ଜଣକ ଏହି ବିବାହରେ ରାଜି ନ ଥିଲେ ।ସେ  ପୂର୍ବରୁ ପ୍ରେମ ବିବାହ କରି ସାରିଥିଲେ । ତେବେ ଏସବୁ ଜାଣିବି କଣ ପାଇଁ କନ୍ୟା ପକ୍ଷ ବର ପକ୍ଷ ର ସମ୍ମାନ ହାନି କଲେ  ତାହା ତଦନ୍ତ ସାପେକ୍ଷ।ତେବେ ବର୍ତ୍ତମାନ ସୁଦ୍ଧା ଏବାବଦରେ ଥାନାରେ କିଛି ଅଭିଯୋଗ ନଥିବା ବେଳେ ଗ୍ରାମବାସୀ ବା କନ୍ୟା ଏବଂ ବର ଘର କେହି ପ୍ରତିକ୍ରିୟା ରଖି ନାହାନ୍ତି।ତେବେ କନ୍ୟା ଜଣକ ତାଙ୍କ ପୂର୍ବ ପ୍ରେମିକଙ୍କ ଘରେ ରହିଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି। ଏହା ଗୋଟିଏ ଘଟଣା ନୁହେ ନିକଟରେ ଭୁବନେଶ୍ଵର ରେ ମଧ୍ୟ ଚତୁର୍ଥୀ ପର ଦିନ ମନ୍ଦିର ବୁଲିବା ନାମରେ କନ୍ୟା ଜଣକ ନିଜ ସମ୍ପର୍କୀୟ ମାନଙ୍କ ସହାୟତାରେ ବରକୁ ନୀର୍ଦ୍ଧୁମ ମାଡ଼ ମାରି ସୁନା ଗହଣା ନେଇ ଚମ୍ପଟ ମାରିଥିଲେ । ତେବେ କାହିକି ଏପରି ସାମାଜିକ ମୂଲ୍ୟବୋଧ ର ଅବଖ୍ଯୟ ଘଟୁଛି, ରୀତି ନୀତି ପରମ୍ପରା ର ଧଜୀଆ ଉଡୁଛି ସେ ବିଷୟରେ ଚିନ୍ତନ ର ସମୟ ଆସିଛି।