ବ୍ୟାଙ୍କରୁ ଋଣ ନେଉଥିଲେ ସାବଧାନ!
Advertisement

ବ୍ୟାଙ୍କରୁ ଋଣ ନେଉଥିଲେ ସାବଧାନ!

ଠକେଇ ଅଭିଯୋଗରେ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବ୍ରହ୍ମପୁର ରାମ ନଗର ଅଞ୍ଚଳର ଗୁପ୍ତେଶ୍ବର ପଟ୍ଟନାୟକ। ଗିରଫ ଅଭିଯୁକ୍ତ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। 

ଡିଜାଇନ୍ ଫଟୋ

ବ୍ରହ୍ମପୁର: ବ୍ୟାଙ୍କ କିମ୍ବା ଅନ୍ୟକୌଣସି ସଂସ୍ଥାରୁ ଋଣ ନେଉଥିଲେ ସାବଧାନ ହୋଇଯାଆନ୍ତୁ। ଯଦି ଆପଣ କୌଣସି ବ୍ରୋକରଙ୍କ ମଧ୍ୟମରେ ଋଣ କରାଉଥିଲେ ଠକେଇର ଶିକାର ହୋଇପାରନ୍ତି। ଋଣ କରେଇଦେବା ନାଁରେ ବ୍ୟାଙ୍କ ମ୍ୟାନେଜର ସହ ମିଶି ପ୍ରାୟ ୪ କୋଟି ଟଙ୍କା ଠକେଇ କରି ନେଇଥିବା ଅଭିଯୋଗରେ ଶନିବାର ଜଣେ ଠକ ବ୍ରୋକରକୁ ବ୍ରହ୍ମପୁର ବଡ଼ ବଜାର ପୋଲିସ ଗିରଫ କରିଛି।  

ଠକେଇ ଅଭିଯୋଗରେ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବ୍ରହ୍ମପୁର ରାମ ନଗର ଅଞ୍ଚଳର ଗୁପ୍ତେଶ୍ବର ପଟ୍ଟନାୟକ। ଗିରଫ ଅଭିଯୁକ୍ତ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ରାମ ନଗର ଅଞ୍ଚଳର ସୁଧାଂସୁ ଶେଖର ପାଢି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରଥମେ ପର୍ସିନାଲ ଲୋନ ଓ ପରେ ହାଉସ୍ ଲୋନ କରାଇ ଦେବା ବାହାନାରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Also Read: ଭୟଙ୍କର ସଡ଼କ ଦୁର୍ଘଟଣା; ଶବଦାହ କରିବାକୁ ଯାଇ ଶବ ପାଲଟି ଗଲେ ୧୮, ଅନେକ ଗୁରୁତର

 

ସୁଧାଂସୁ ପ୍ରଥମେ ୟୁନିୟନ ବ୍ୟାଙ୍କ ମ୍ୟାନେଜର ଗୋପାଳ ଜେନାଙ୍କ ସହ ଋଣ ପାଇଁ ସାକ୍ଷାତ କରିଥିଲେ। ପରବର୍ତ୍ତୀ ସମୟରେ ଗୋପାଳ ଜେନା ଓ ଏଜେଣ୍ଟ ଗୁପ୍ତେଶ୍ବର ମିଳିମିଶି ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି। ଏ ନେଇ ସୁଧାଂସୁ ଶେଖର ପାଢି ବ୍ରହ୍ମପୁର ବଡ ବଜାର ଥାନାରେ ଅଭିଯୋଗ କରିଥିଲେ। ତନାଘନା ବେଳେ ୨୦ରୁ ୨୫ଜଣ ଲୋକଙ୍କ ଠାରୁ ଅଭିଯୁକ୍ତମାନେ ୪ କୋଟି ଟଙ୍କା ଠକେଇ କରି ଥିବା ପୋଲିସ ଜାଣିବାକୁ ପାଇଛି।  

ସପଟେ ଏଜେଣ୍ଟ ଗୁପ୍ତେଶ୍ୱରଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଗୋପାଳ ଫେରାର ଅଛନ୍ତି। ଗୁପ୍ତେଶ୍ୱରଙ୍କୁ କୋର୍ଟରେ ହାଜର କରାଇଥିବା ବେଳେ ଆଗାମୀ ଦିନରେ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରିବା ନିମନ୍ତେ ପୋଲିସ ଯୋଜନା ପ୍ରସ୍ତୁତ କରିଛି।