Keonjhar: ମକର ସଂକ୍ରାନ୍ତିରେ ମାଆ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ
Advertisement
Article Detail0/zeeodisha/odisha1528722

Keonjhar: ମକର ସଂକ୍ରାନ୍ତିରେ ମାଆ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ

Ghatagaon Maa Tarini:  ଭୋର ଚାରିଟାରୁ ମାଆଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନ ସହ, ମଙ୍ଗଳ ଆଳତୀ ହେବା ପରେ ମକର ଚାଉଳ ଲାଗି ହୋଇ ପହଡ଼ ଖୋଲିଥିଲା।

Keonjhar: ମକର ସଂକ୍ରାନ୍ତିରେ ମାଆ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ

Tarini Temple Ghatgaon: ଜାନୁଆରୀ ୧୪ ତାରିଖ ଶନିବାର ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଘଟଗାଁସ୍ଥିତ ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ଶ୍ରଦ୍ଧାଳୁ ଶୁଦ୍ଧପୂତ ହୋଇ ମାଆ ତାରିଣୀଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଭୋର ଚାରିଟାରୁ ମାଆଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନ ସହ, ମଙ୍ଗଳ ଆଳତୀ ହେବା ପରେ ମକର ଚାଉଳ ଲାଗି ହୋଇ ପହଡ଼ ଖୋଲିଥିଲା।

ମାଆଙ୍କ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବା ବେଳେ, ଦିନ ବଢ଼ିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଥିଲା। କେବଳ ଘଟଣା ତାରିଣୀ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ରାଜ୍ୟର ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସବୁ ଠାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି।