Dangerous Son: ଭେଣ୍ଡିଆ ପୁଅଙ୍କ ଉନ୍ମତ୍ତକାଣ୍ଡ, ସମାଜ ପାଇଁ କୁଳାଙ୍ଗାର
Advertisement
Article Detail0/zeeodisha/odisha1358842

Dangerous Son: ଭେଣ୍ଡିଆ ପୁଅଙ୍କ ଉନ୍ମତ୍ତକାଣ୍ଡ, ସମାଜ ପାଇଁ କୁଳାଙ୍ଗାର

Son Set Fire At Home: ଜଣେ ଅସାମାଜିକ ପୁଅର ଉନ୍ମତ୍ତ କାଣ୍ଡରେ ବାପା ଓ ମା ଅତିଷ୍ଠ ହୋଇ ପଡ଼ିଛନ୍ତି । ନିଜ ବାପା ମାଙ୍କୁ ବାରମ୍ବାର ପିଟାପିଟି କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରେ ପୁଅ ଜଣକ ।

Dangerous Son: ଭେଣ୍ଡିଆ ପୁଅଙ୍କ ଉନ୍ମତ୍ତକାଣ୍ଡ, ସମାଜ ପାଇଁ କୁଳାଙ୍ଗାର

Son Set Fire At Home: ଜଣେ ଅସାମାଜିକ ପୁଅର ଉନ୍ମତ୍ତ କାଣ୍ଡରେ ବାପା ଓ ମା (Father And Mother) ଅତିଷ୍ଠ ହୋଇ ପଡ଼ିଛନ୍ତି । ନିଜ ବାପା ମାଙ୍କୁ ବାରମ୍ବାର ପିଟାପିଟି କରିବା ସହ ଜୀବନରୁ ମାରି (Kill) ଦେବାକୁ ଉଦ୍ୟମ କରେ ପୁଅ ଜଣକ । ସେତିକିରେ ରାଗ ଶାନ୍ତ ନହେବାରୁ ଶେଷରେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ (Set Fire) ଦେଇଛି । ଖବର ପାଇ ଭୋଗରାଇ ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା (Prabhnjan Behera) ଓ ଚନ୍ଦନେଶ୍ଵର ଫାଣ୍ଡି ଅଧିକାରୀ ବିଶ୍ଵନାଥ କର (Bishwanath Kar) ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛନ୍ତି (Arrest To The Son) । ଏ ବାବଦରେ ବାପାଙ୍କ ଲିଖିତ ଅଭିଯୋଗ ମୂଳେ ଭୋଗରାଇ ଥାନାରେ କେଶ ନଂ ୧୫୩ /୨୨ରେ ଏକ ମାମଲା ରୁଜ୍ଜୁ ହୋଇଛି । 

ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭୋଗରାଇର ଗୋଛିଦା ତେଘରି ପଞ୍ଚାୟତ ଅଧୀନ ମଙ୍ଗରାଜପୁର ଗାଁରେ । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗରାଜପୁର ଗାଁର ବାପା ସୁଧୀର ନାୟକ ଓ ମାଆ ସ୍ନେହଲତାଙ୍କ ଏକମାତ୍ର ପୁତ୍ର ଶ୍ରୀମନ୍ତ(୪୦) ।  ଶ୍ରୀମନ୍ତ ବିବାହ ପରେ କାନ୍ଥିଭଉଁରୀ ଗାଁର ଶ୍ବଶୁର ଘରେ ରହି ଆସୁଥିଲେ। ସୋମବାର ଦିନ ପ୍ରାୟ ୧ଟା ବେଳେ ମା ରୋଷେଇ କରୁଥିବା ବେଳେ ସେ ଅଚାନକ ଘରେ ପହଞ୍ଚି ଥିଲେ। ମାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ।  ବାପା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ଯ ସେ ଛାଡ଼ି ନଥିଲେ । ପରେ ରାଗରେ ପେଟ୍ରୋଲ ଢାଳି  ନିଜ ଚାଳ ଘରକୁ ନିଆଁ ଲଗାଇ ଦେଇଥିଲେ। 

 

ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ବେଳକୁ ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା। ମା ସ୍ନେହଲତା ଜଣେ କର୍କଟ ରୋଗୀ ତାଙ୍କ ଚିକିତ୍ସା ପାଇଁ ବାପା ସୁଧୀର ମାଗିଯାଇଛି ଘରେ ୩୫ ହଜାର ଟଙ୍କା ସାଇତି ରଖିଥିଲେ । ତାହା ମଧ୍ଯ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଏବେ ନିରାଶ୍ରୟ ବାପା-ମା ରାତି କେମିତି କାଟିବେ ଚିନ୍ତାରେ ରହିଛନ୍ତି । ସୂଚନା ଥାଉ କି, ଶ୍ରୀମନ୍ତ ଦୀର୍ଘ ବର୍ଷ ହେଲା ବାପା-ମାଙ୍କୁ ଏହିଭଳି ନିର୍ଯ୍ୟାତନା ଦେଇ ଆସୁଛି । ପୁଅର ଏଭଳି କାଣ୍ଡରେ ଅତିଷ୍ଠ ହୋଇ ତାକୁ କଠୋର ଦଣ୍ଡ ପାଇଁ ଅଭିଯୋଗକାରୀ ବାପା ଆକୁଳ ନିବେଦନ କରିଛନ୍ତି ।