Niali Returns!! ଲାଲ୍ ପଡ଼ିଗଲା କିଡ଼ିଗାଁ ମାଟି, ରହସ୍ୟମୟ ଜନ୍ତୁ ଆକ୍ରମଣରେ ମଲେ ୯୩ ଛେଳି
Advertisement

Niali Returns!! ଲାଲ୍ ପଡ଼ିଗଲା କିଡ଼ିଗାଁ ମାଟି, ରହସ୍ୟମୟ ଜନ୍ତୁ ଆକ୍ରମଣରେ ମଲେ ୯୩ ଛେଳି

Mysterious Goat death in Gajapati: କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁର ବି. ରାମନାଥ ଓ ବି. କ୍ରୀଷ୍ଣାଙ୍କ ଗୁହାଳରୁ ମୋଟ ୬୩ ଛେଳି ଓ ମେଣ୍ଢାଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜସ୍ବ ଓ ପ୍ରାଣୀଧନ ବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

Niali Returns!! ଲାଲ୍ ପଡ଼ିଗଲା କିଡ଼ିଗାଁ ମାଟି, ରହସ୍ୟମୟ ଜନ୍ତୁ ଆକ୍ରମଣରେ ମଲେ ୯୩ ଛେଳି

Mysterious Goat death in Gajapati, ଗଜପତି: କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁରେ ଆତଙ୍କ। ଅଜଣା ଜନ୍ତୁର ଆକ୍ରମଣରେ ୯୩ ଛେଳି ମୃତ। ଶକ୍ରବାର ସକାଳେ ଗାଁର ବି. ରାମନାଥ ଓ ବି. କ୍ରୀଷ୍ଣାଙ୍କ ଗୁହାଳରେ ଛେଳିଙ୍କ ମୃତଦେହ ପଡିଥିଲା। ଅନ୍ୟ ୨୮ ଛେଳି ମଧ୍ୟ କ୍ଷତାକ୍ତ ହୋଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ଭୟଭିତ ହୋଇଯାଇଛନ୍ତି। ଖବର ପାଇ ରାଜସ୍ବ ଓ ପ୍ରାଣୀଧନ ବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

ମିଳିଥିବା ସୂଚନାନୁସାରେ, କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁର ବି. ରାମନାଥ ଓ ବି. କ୍ରୀଷ୍ଣାଙ୍କ ଗୁହାଳରୁ ମୋଟ ୯୩ ଛେଳି ଓ ମେଣ୍ଢାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨୮ ଛେଳି ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳେ କ୍ଷତାକ୍ତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ଛେଳି ଗୁଡିକୁ ଉଦ୍ଧାର କରାଯାଇଥିଲା। ଅନେକ ଛେଳିଙ୍କ ପେଟ ଚିରି ହୋଇଯାଇଥିବା ବେଳେ କିଛି ଛେଳିଙ୍କ ପିଠିରେ କ୍ଷତ ଚିହ୍ନ ରହିଛି। ତେବେ କୌଣସି ଅଜଣା ଜନ୍ତୁ ଏହି ଛେଳି ଗୁଡିକୁ ଆକ୍ରମଣ କରିଥାଇ ପାରେ ବୋଲି କୁହାଯାଉ କରାଯାଉଛି।

Also Read: Sprinter Dutee Chand: 5T ସଚିବ ପାଣ୍ଡିଆନଙ୍କୁ କାହିଁକି ଏମିତି କହିଲେ ଦୌଡ଼ରାଣୀ? ସଙ୍ଗେ ସଙ୍ଗେ ଡିଲିଟ୍ କରିଦେଲେ ଫେସବୁକ୍ ପୋଷ୍ଟ୍

 

ଗ୍ରାମବାସୀଙ୍କ କହିବା ଅନୁସାରେ, ବିଳମ୍ବିତ ରାତିରେ ଛେଳି ଗୁଡିକ ଉପରେ ହମଲା ହୋଇଛି। କୌଣସି ଅଜଣା ଜନ୍ତୁ ଏମାନଙ୍କୁ ଅତି ନିର୍ଦୟ ଭାବେ ଆକ୍ରମଣ କରିଛି। ଦୁଇଟି ଗୁହାଳରେ ପ୍ରାୟ ୯୦ଟି ଛେଳିଥିଲା। ସେଥିମଧ୍ୟରୁ ଜନ୍ତୁର ଆକ୍ରମଣରେ ୬୩ଟି ଛେଳି ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ୨୮ଟି ଗୁରୁତର ହୋଇଛନ୍ତି। ତେବେ ଗୁରତର ଛେଳିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ହେଟାବାଘ କିମ୍ବା ରାମ ଶିଆଳ ଆକ୍ରମଣ କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ସେପଟେ ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପରେ ସେ ଏହି ଘଟଣା ବିଷୟରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ। ରାଜସ୍ବ ବିଭାଗ କର୍ମଚାରୀ ଓ ଜିଲ୍ଲା ପ୍ରାଣୀଧନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆହତ ଛେଳିଙ୍କ ଚିକିତ୍ସା କରିଥିଲେ। ଏକା ସାଙ୍ଗରେ ଏତେ ସଂଖ୍ୟକ ଛେଳିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଆତଙ୍କୀତ ଅଛନ୍ତି। ତେବେ ଯେଉଁ ରହସ୍ୟମୟ ଜନ୍ତୁ ଏହି ଛେଳି ଗୁଡିକୁ ହତ୍ୟା କରିଛି ତାହାକୁ ତୁରନ୍ତ ଚିହ୍ନଟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।