କୋରାପୁଟ କୋଟିଆରେ ଆନ୍ଧ୍ର ନିର୍ବାଚନ ପାଇଁ ଉଦ୍ୟମ କରୁଥିବା ବେଳେ ଏବେ ପୁଣି ଚାଞ୍ଚଲ୍ୟକର ଖବର ପଦାକୁ ଆସିଛି। ସୀମାନ୍ତବର୍ତ୍ତୀ ଆନ୍ଧ୍ର ସ୍କୁଲରେ ୪୦୦ ଓଡ଼ିଆ ଛାତ୍ରଛାତ୍ରୀ ନାମ ଲେଖାଇଥିବା ନେଇ ସୂଚନା ମିଳିଛି।
Trending Photos
ଭୁବନେଶ୍ୱର: ସୀମା ବିବାଦର ନୂଆ ଗୁମର। କୋରାପୁଟ କୋଟିଆରେ ଆନ୍ଧ୍ର ନିର୍ବାଚନ ପାଇଁ ଉଦ୍ୟମ କରୁଥିବା ବେଳେ ଏବେ ପୁଣି ଚାଞ୍ଚଲ୍ୟକର ଖବର ପଦାକୁ ଆସିଛି। ସୀମାନ୍ତବର୍ତ୍ତୀ ଆନ୍ଧ୍ର ସ୍କୁଲରେ ୪୦୦ ଓଡ଼ିଆ ଛାତ୍ରଛାତ୍ରୀ ନାମ ଲେଖାଇଥିବା ନେଇ ସୂଚନା ମିଳିଛି।
ଆନ୍ଧ୍ର ପ୍ରଦେଶ ମୁହାଁ ହେଉଛନ୍ତି ଓଡ଼ିଆ ପିଲା (Odisha Students) । ଓଡିଆ ଅପକ୍ଷା ତେଲୁଗୁ ବିଦ୍ୟାଳୟ (Telugu school) ରେ ରାଜ୍ୟର ଛାତ୍ରଛାତ୍ରୀ ନାଁ ଲେଖାଇବାକୁ ଆଗ୍ରହ ଦେଖାଉଛନ୍ତି। ଯାହାର ପ୍ରମାଣ ସୀମାନ୍ତବର୍ତ୍ତୀ ଆନ୍ଧ୍ର ସ୍କୁଲରେ ଦେଖିବାକୁ ମିଳୁଛି। ପ୍ରାୟ ୪୦୦ ଓଡିଆ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ନାମ ଲେଖାଇଛନ୍ତି। ଜଗନ ସରକାରଙ୍କ ଆମ୍ମାବଡ଼ି (Ammabadi) ଓ ଜଗନ୍ନାନ୍ କିଟ୍ ଯୋଜନା ପିଲାଙ୍କୁ ଅଧିକ ଆକର୍ଷଣ କରୁଥିବା କୁହାଯାଉଛି।
Also Read: କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ
କୋରୋନା (Corona virus) ପାଇଁ ରାଜ୍ୟରେ ଏଯାଏ ସମସ୍ତ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିନି। ଆନ୍ଧ୍ରରେ ଜାନୁୟାରୀରୁ ସ୍କୁଲ ଖୋଲିବା (School Reopen) ସହ ପାଠପଢ଼ା ଆରମ୍ଭ ହୋଇଯାଇଛି। ସେଥିପାଇଁ ଅନେକ ମାସ ଧରି କୋରୋନା ସଂକଟ କାଳରେ ଘରେ ବସିଥିବା ପିଲାମାନେ ଏବେ ଆନ୍ଧ୍ର (AndraPradesh) ମୁହାଁ ହେବାକୁ ମନ ବଳାଇଛନ୍ତି।
କେବଳ ପାଠ ପଢିବା ଉଦ୍ଦେଶ୍ୟରେ ନୁହଁ ଆନ୍ଧ୍ର ସରକାରଙ୍କ ତରଫରୁ ଆମ୍ମାବଡ଼ି ନାମରେ ପିଲାଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ବି ମିଳୁଛି। ଏହା ଆନ୍ଧ୍ରବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଓଡ଼ିଆ ପିଲା ମଧ୍ୟ ଏଥିରେ ଫାଇଦା ଉଠାଇବାକୁ ଇଚ୍ଛା କରି ସୀମାନ୍ତ ସ୍କୁଲରେ ନାମ ଲେଖାଉଛନ୍ତି। ଗଞ୍ଜାମ (Ganjam) ଜିଲ୍ଲା ପାତ୍ରପୁର ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ନାମ ଲେଖାଇଛନ୍ତି। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।