ଆଜି 'ଓଡ଼ିଶା ବନ୍ଦ' ଡାକରା; ଜାଣନ୍ତୁ କିଏ ଦେଇଛି ଡ଼ାକରା, କ'ଣ କହିଲେ ସରକାର
Advertisement

ଆଜି 'ଓଡ଼ିଶା ବନ୍ଦ' ଡାକରା; ଜାଣନ୍ତୁ କିଏ ଦେଇଛି ଡ଼ାକରା, କ'ଣ କହିଲେ ସରକାର

ବିଜେବି କଲେଜ ଛାତ୍ରୀ ରୁଚିକାଙ୍କୁ ରାଗିଂ ପରେ ତାଙ୍କର ଆତ୍ମହତ୍ୟା ଅଭିଯୋଗ ଓ ତା’ର ତଦନ୍ତ ଦାବିରେ ନବନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ସଂଗଠନ ବନ୍ଦ ଡାକରା ଦେଇଛି। ଏହି ଦୁଇ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଏହାକୁ ସଫଳ କରିବା ଓ ଏହାକୁ ନୈତିକ ସମର୍ଥନ ଦେବା ପାଇଁ ବଲାଙ୍ଗୀରର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି।

ପ୍ରତିକାତ୍ମକ ଫଟୋ

Odisha Bandh: ଆଜି (ମଙ୍ଗଳବାର) ଓଡିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଏହି ଦୁଇ ସଂଗଠନ ଏକଜୁଟ୍ ହୋଇଛନ୍ତି। ଓଡିଶା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହି ସମୟରେ ଜରୁରୀ ସେବା ବ୍ୟାହତ ହେବ ନାହିଁ।

ବିଜେବି କଲେଜ ଛାତ୍ରୀ ରୁଚିକାଙ୍କୁ ରାଗିଂ ପରେ ତାଙ୍କର ଆତ୍ମହତ୍ୟା ଅଭିଯୋଗ ଓ ତା’ର ତଦନ୍ତ ଦାବିରେ ନବନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ସଂଗଠନ ବନ୍ଦ ଡାକରା ଦେଇଛି। ଏହି ଦୁଇ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଏହାକୁ ସଫଳ କରିବା ଓ ଏହାକୁ ନୈତିକ ସମର୍ଥନ ଦେବା ପାଇଁ ବଲାଙ୍ଗୀରର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି। ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପୂର୍ବରୁ ଦଳ ଘୋଷଣା କରିଥିଲା। ବହୁ ସ୍କୁଲକଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏପରିକି ଅନେକ ଛାତ୍ର ସଂଗଠନ ଏଥିରେ ସାମିଲ ହେବା ନେଇ ଆଶା କରାଯାଉଛି।

Also Read: ଦିଲ୍ଲୀ ପ୍ରସିଦ୍ଧ ଚାନ୍ଦିନୀ ଚୌକର ରୋଚକ କାହାଣୀ; ଜାଣନ୍ତୁ, କାହିଁକି ଏହି ବଜାର ବସାଇଥିଲେ ମୋଗଲ ସମ୍ରାଟ

ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅପରାଧୀଙ୍କୁ ଧରିବାରେ ପୋଲିସର ବିଫଳତା ଓ ଆନ୍ଦୋଳନରତ ତାଙ୍କ ମା’ଙ୍କ ଉପରେ ପୋଲିସର ବର୍ବରତା ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାର ବିଭିନ୍ନ କଲେଜରେ ରାଗିଂ ଯୋଗୁଁ ଛାତ୍ର ଛାତ୍ରୀଙ୍କ ପ୍ରାଣ ଯାଉଛି। ସରକାର କିମ୍ବା ପୋଲିସ ଏହା ଉପରେ କୌଣସି ବିଶେଷ ପଦକ୍ଷେପ ନେଉନାହିଁ। ତେବେ ସରକାର ଏଦିଗରେ କଠୋର ନିୟମ ଆଣନ୍ତୁ ଓ ସବୁଠି ରାଗିଂ ବନ୍ଦ କରାଯାଉ ବୋଲି ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହି ସମୟରେ ଗାଡ଼ିମୋଟର ଓ ଟ୍ରେନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି।

ଅନ୍ୟପଟେ, ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖାଯାଇଥିବାବେଳେ ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଦିନ ୧୦ଟା ୧୫ରେ ଲୋକସେବା ଭବନ ସମ୍ମୁଖ ଗେଟ ବନ୍ଦ ହେବାକୁ ଥିବାବେଳେ ଲୋକସେବା ଭବନକୁ ପ୍ରବେଶ ବେଳେ ଯାଞ୍ଚ କଡାକଡି ହେବ। ଲୋକସେବା ଭବନକୁ ଭିଜିଟର୍ସଙ୍କୁ ଅନୁମତି ମିଳିବ ନାହିଁ।