କଥାରେ ଅଛି "ସା ବିଦ୍ୟା ୟା ବିମୁକ୍ତୟେ"। ଅର୍ଥାତ୍ ବିଦ୍ୟା ହେଉଛି, ଏପରି ଏକ ଅସ୍ତ୍ର ଯାହା ବନ୍ଧନରୁ ମୁକ୍ତ କରେ। ଏହି ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଏହାର ୮୨ତମ ଅଧ୍ୟୟନ କେନ୍ଦ୍ର ଭୁବନେଶ୍ଵର ଝାରପଡାସ୍ଥିତ ସ୍ବତନ୍ତ୍ର କାରାଗାରରେ ସ୍ଥାପନ କରିଛି।
Trending Photos
ଭୁବନେଶ୍ୱର: କଥାରେ ଅଛି "ସା ବିଦ୍ୟା ୟା ବିମୁକ୍ତୟେ"। ଅର୍ଥାତ୍ ବିଦ୍ୟା ହେଉଛି, ଏପରି ଏକ ଅସ୍ତ୍ର ଯାହା ବନ୍ଧନରୁ ମୁକ୍ତ କରେ। ଏହି ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଏହାର ୮୨ତମ ଅଧ୍ୟୟନ କେନ୍ଦ୍ର ଭୁବନେଶ୍ଵର ଝାରପଡାସ୍ଥିତ ସ୍ବତନ୍ତ୍ର କାରାଗାରରେ ସ୍ଥାପନ କରିଛି। ମଙ୍ଗଳବାର ଜେଲ୍ ପରିସରରେ ଏହି କେନ୍ଦ୍ରକୁ ଜେଲ୍ ଡି.ଜି ସନ୍ତୋଷ କୁମାର ଉପାଧ୍ୟାୟ ଉଦ୍ଘାଟନ କରିଛନ୍ତି। ଯେଉଁଠି ୧୫ ଜଣ ଅନ୍ତେବାସୀ ବିଶ୍ଵବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ସାମିଲ୍ ହୋଇଛନ୍ତି।
ଝାରପଡାସ୍ଥିତ ସ୍ବତନ୍ତ୍ର କାରାଗାରରେ ବିଭିନ୍ନ କକ୍ଷଗୁଡିକ ବିଶ୍ୱବିଦ୍ୟାଳୟର କ୍ଲାସରୁମ୍ ଭାବରେ ବ୍ୟବହାର କରାଯାଇ ଅନ୍ତେବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ବର୍ତ୍ତମାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (Odisha State Open University) ଓଡ଼ିଶାର ବିଭିନ୍ନ ମଣ୍ଡଳ କାରାଗାର ଯଥା- ଚୌଦ୍ବାର ସର୍କଲ ଜେଲ, ସମ୍ବଲପୁର ସର୍କଲ ଜେଲ୍, ବ୍ରହ୍ମପୁର ସର୍କଲ ଜେଲ ଏବଂ ଝାରପଡା ସର୍କଲ ଜେଲ୍ରେ ମୁକ୍ତ ଶିକ୍ଷା ପ୍ରଦାନ କରିଆସୁଛି। ଭବିଷ୍ୟତରେ ରାଜ୍ୟର ସ୍ବତନ୍ତ୍ର ଓ ମଣ୍ଡଳ କାରାଗାରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଅଧ୍ୟୟନ କେନ୍ଦ୍ର ଖୋଲାଯାଇ ଅନ୍ତେବାସୀମାନଙ୍କ ପାଠ ପଢ଼ିବାର ଇଚ୍ଛା ପୂର୍ତ୍ତି ହୋଇପାରିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ମତବ୍ୟକ୍ତ କରିଛନ୍ତି।
Also Read: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ
ସମସ୍ତ ଅନ୍ତେବାସୀ (Prisons) ଙ୍କୁ ଶିକ୍ଷାର୍ଥୀ ତଥା ଶିକ୍ଷାଗତ ଯୋଗ୍ୟତା ଥିବା ପରାମର୍ଶଦାତା ଭାବରେ ସାମିଲ୍ ହେବାକୁ ଆମନ୍ତ୍ରଣ କରାଯାଇଛି। ସମସ୍ତଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ହେଉଛି ବିଶ୍ଵବିଦ୍ୟାଳୟ (University) ର ମୂଳ ଲକ୍ଷ୍ୟ ବୋଲି କୁଳପତି କହିଛନ୍ତି। ଜେଲ (Odisha Jail) ରେ ଥିବା ସମୟକୁ ସଠିକ୍ ଉପଯୋଗ କରି କିପରି ଶିକ୍ଷିତ ହେବାର ଯୋଗ୍ୟତା ହାସଲ କରାଯାଇପାରିବ ସେନେଇ ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ଆଲୋକପାତ କରିଥିଲେ।
ମୁକ୍ତ ବିଶ୍ବବିଦ୍ୟାଳୟର ୮୨ତମ ଅଧ୍ୟୟନ କେନ୍ଦ୍ର ଅବସରରେ ଜେଲ୍ ଡି.ଆଇ.ଜି ଶୁଭକାନ୍ତ ମିଶ୍ର, ଜେଲ ସୁପରିଟେଣ୍ଡେଟ୍ ସରୋଜ କୁମାର ବିଶ୍ଵାଳ, ଜେଲର ସରୋଜିନୀ ଦାସ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଆଞ୍ଚଳିକ କେନ୍ଦ୍ରର ଇନଚାର୍ଜ ଡକ୍ଟର ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।