କାଳିଆ ଦର୍ଶନ ପାଇଁ ପାଦରେ ଚାଲିଚାଲି ବାଲେଶ୍ବରରୁ ପୁରୀ ଯାଉଛନ୍ତି ବୃଦ୍ଧ
Advertisement
Article Detail0/zeeodisha/odisha1222466

କାଳିଆ ଦର୍ଶନ ପାଇଁ ପାଦରେ ଚାଲିଚାଲି ବାଲେଶ୍ବରରୁ ପୁରୀ ଯାଉଛନ୍ତି ବୃଦ୍ଧ

ବୃଦ୍ଧାବସ୍ଥାରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ମନରେ ଭରି ରହିଛି ଉତ୍ସାହ।

କାଳିଆ ଦର୍ଶନ ପାଇଁ ପାଦରେ ଚାଲିଚାଲି ବାଲେଶ୍ବରରୁ ପୁରୀ ଯାଉଛନ୍ତି ବୃଦ୍ଧ

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଦୁଃଖ ଜଣାଇବି। ତାଙ୍କ କୃପାରୁ ଆରୋଗ୍ୟ ହୋଇଥିବାରୁ ଦେଇଥିବା କଥା ଅନୁଯାୟୀ ବାଲେଶ୍ୱରରୁ ପୁରୀ ଚାଲି ଚାଲି ଯାଉଛନ୍ତି ୬୨ ବର୍ଷୀୟ ବୃଦ୍ଧ। ବୃଦ୍ଧାବସ୍ଥାରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ମନରେ ଭରି ରହିଛି ଉତ୍ସାହ।

ମାନସିକ ରୋଗୀ ହୋଇ ଥିଲେ ମଧ୍ୟ କୌଣସି ଔଷଧ ଭଲ କରି ପାରି ନଥିଲା ତାଙ୍କୁ ହେଲେ ଜଗତର ନାଥ ଜଗନ୍ନାଥଙ୍କୁ ଦୁଃଖ ଜଣାଇ ରୋଗ ଭଲ ହୋଇଗଲେ ପ୍ରତି ରଥ ଯାତ୍ରାକୁ ପାଦରେ ଚାଲି ଚାଲି ଯିବାକୁ ମାନସିକ କରିଥିଲେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସାନପାଟପୁର ଗ୍ରାମର ସୁରେନ୍ଦ୍ର ମଣ୍ଡଳ। ଯିଏ ଦୀର୍ଘ ମାଇଲ ମାଇଲ ବାଟ ପାଦରେ ଚାଲି ପୁରୀ ଯିବାକୁ ମନସ୍ଥ କରିଛନ୍ତି। ସେ ନୀଳଗିରିରୁ ଆସି ସେ ସୋର ମାର୍କୋନା ଅତିକ୍ରମ କରିଛନ୍ତି। ହାତରେ ଖଣ୍ଡେ ବାଡ଼ି ଏବଂ ବ୍ୟାଗରେ କିଛି ଖାଦ୍ୟ ପାଣି ଧରି ଖରା ବର୍ଷାକୁ ଖାତିର ନକରି କରୁଛନ୍ତି ପୁରୀ ଅଭିମୁଖେ ଯାତ୍ରା। ରଥଯାତ୍ରା ପୂର୍ବରୁ ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିବେ। ବୃଦ୍ଧ ବୟସରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ତାଙ୍କ ଭକ୍ତି ସମସ୍ତଙ୍କୁ ଚକିତ କରିଛି। ସେ ଠିକ ସମୟରେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।