Balasore Helpless Women: ପଲିଥିନ ତଳେ ବିତୁଛି ବୃଦ୍ଧା ତାରାମଣୀଙ୍କ ଜୀବନ, ଆବାସ ତାଙ୍କ ପାଇଁ ବହୁଦୂର
Advertisement
Article Detail0/zeeodisha/odisha1358890

Balasore Helpless Women: ପଲିଥିନ ତଳେ ବିତୁଛି ବୃଦ୍ଧା ତାରାମଣୀଙ୍କ ଜୀବନ, ଆବାସ ତାଙ୍କ ପାଇଁ ବହୁଦୂର

Helpless Taramani: ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ଅଧିନସ୍ଥ ପ୍ରତାପପୁର ପଞ୍ଚାୟତର ଗୋସାଣୀବିନ୍ଧା ଗ୍ରାମରେ ରୁହନ୍ତି ଜଣେ ଅସହାୟ ବ୍ରୁଦ୍ଧା  ତାରାମଣୀ। ତାଙ୍କ ପାଇଁ ପକ୍କା ଘର ପାଲଟିଛି ସାତ ସପନ । ବାରମ୍ବାର ପକ୍କା ଘରଟିଏ ପାଇଁ ଆବେଦନ କରୁଛନ୍ତି ମାତ୍ର, ତାଲିକା ରେ ନାମ ରହୁନାହିଁ ।

Balasore Helpless Women: ପଲିଥିନ ତଳେ ବିତୁଛି ବୃଦ୍ଧା ତାରାମଣୀଙ୍କ ଜୀବନ, ଆବାସ ତାଙ୍କ ପାଇଁ ବହୁଦୂର

Helpless Taramani: କେନ୍ଦ୍ର ସରକାରଙ୍କ ନାରା ସାରା ଦେଶରେ ପକ୍କା ଘର ନିର୍ମାଣ ହେବ । ସେଥିପାଇଁ ଗରିବ ହିତାଧିକାରୀ ମାନେ ଆବାସ ଯୋଜନା (Awas Yojana)ରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ସହ ଦେଶର ଚାଳ ଛପର ଘର ରହିବ ନାହିଁ ବୋଲି ସ୍ବପ୍ନ (Dream) ଦେଖୁଛନ୍ତି । ମାତ୍ର ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇ ସରକାରୀ ବାବୁ (Govt Officers)ଙ୍କ ଚଞ୍ଚକତା ଯୋଗୁଁ ବହୁ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଦିନ-ମାସ-ବର୍ଷ ଗଡ଼ି ଗଡ଼ି ଯାଉଛି ଆଉ କୋର୍ଟର ତାରିଖ ପରି ସମୟ ଅତିକ୍ରାନ୍ତ ହେଉଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଜଣକ ସରକାରୀ ଆବାସ ତାଲିକାରେ ସାମିଲ ହୋଇ ପାରୁନି। 

କେତେବେଳେ ସମ୍ପର୍କୀୟ ତ କେତେବେଳେ ଗାଁର କୁଜି ନେତା ପୁଣି କେତେବେଳ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ଆର୍ଥିକ, ମାନସିକ ଏବଂ ଶାରୀରିକ ଭାବରେ ଶୋଷଣର ଶିକାର ହୋଇ ସରକାରଙ୍କ ଉପରେ ବିଶ୍ଵାସ ଓ ଭରସା ହରାଉଛନ୍ତି। ନିଜ କର୍ମକୁ ଆଦରି କେତେବେଳ ପଥର ତଳେ ତ କେତେବେଳ ପତର ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ଅଧିନସ୍ଥ ପ୍ରତାପପୁର ପଞ୍ଚାୟତର ଗୋସାଣୀବିନ୍ଧା ଗ୍ରାମରେ। 

ଏହି ଗ୍ରାମର ଜଣେ ଅସହାୟ ବ୍ରୁଦ୍ଧା  ତାରାମଣୀ (Taramani)ଙ୍କୁ ପକ୍କା ଘର ସାତ ସପନ ପାଲଟିଛି । ବାରମ୍ବାର ପକ୍କା ଘରଟିଏ ପାଇଁ ଆବେଦନ କରୁଛନ୍ତି ମାତ୍ର, ତାଲିକା (List)ରେ ନାମ ରହୁନାହିଁ । କରଣ ନେତାଠୁ ସରକାରୀ ଅଧିକାରୀ କାହାକୁ ଲାଞ୍ଚ ଦେଇ ପାରୁ ନାହାନ୍ତି । ସେଇଥିପାଇଁ ତାରାମଣୀ ଭଙ୍ଗା ଦଦରା ଘରେ  ପଲିଥିନ ତଳେ ବହୁ ଦୟନୀୟ ଓ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ଖରା ଦିନରେ ଯେମିତି ହେଉ ରହିଯାଉଛନ୍ତି ହେଲେ ବର୍ଷା ଦିନ କଥା ନକହିବା ଭଲ । ପଲିଥିନ ତଳେ ବର୍ଷା ଦିନରେ ବହୁ ହଇରାଣ ହରକତ ହେଉଛନ୍ତି ତାରାମଣୀ । ପ୍ରଶାସନଙ୍କୁ ଗ୍ରାମବାସୀ ମାନେ ଗୁହାରି କରିଛନ୍ତି ତାଙ୍କୁ ଘର ଖଣ୍ତିଏ ଯୋଗାଇ ଦେବା ପାଇଁ । ମାତ୍ର କେବେ ତାରାମଣିଙ୍କ  ଭାଗ୍ୟରେ ସରକାରୀ ଆବାସ ଜୁଟିବ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି। ଏହା କେବଳ ଯେ ଜଣେ ତାରାମଣିଙ୍କ କଥା ତାହା ନୁହେଁ, ଅନେକ ତାରାମଣୀ ଏପରି ପକ୍କା ଘର ଖଣ୍ତିଏ ପାଇବା ପାଇଁ  ଆବାସ ଯୋଜନାରେ ସାମିଲ ହେବାକୁ  ଚାତକ ପରି ଚାହିଁ ବସିଛନ୍ତି । ତେବେ ଏ ଯୋଜନା ସତରେ ଗରିବ ଲୋକଙ୍କ ଗୁହାରୀ ଶୁଣୁଛି ନା କେବଳ ଏଖ ପ୍ରହସନ ପାଲଟିଛି?