Draupadi Murmu: ଆସୁଛନ୍ତି ମହାମହିମ, ଜାଣନ୍ତୁ କ’ଣ ସବୁ ରହିଛି କାର୍ଯ୍ୟକ୍ରମ?
Advertisement
Article Detail0/zeeodisha/odisha1565457

Draupadi Murmu: ଆସୁଛନ୍ତି ମହାମହିମ, ଜାଣନ୍ତୁ କ’ଣ ସବୁ ରହିଛି କାର୍ଯ୍ୟକ୍ରମ?

President Draupadi Murmu: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଦିନ ୧୧ଟା ୫୫ ରେ ମହାମହିମ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ।  ଏହା ପରେ ୧୨ଟା ୫ରେ ରାଷ୍ଟ୍ରପତି ଉତ୍କଳ ମଣ୍ଡପରେ ପହଞ୍ଚିବେ । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେଠାରୁ ୧ଟା ୨୫ ମିନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। 

ସୌଜନ୍ୟ- ସୋସିଆଲ ମିଡିଆ

President Draupadi Murmu: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଦିନ ୧୧ଟା ୫୫ ରେ ମହାମହିମ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ।  ଏହା ପରେ ୧୨ଟା ୫ରେ ରାଷ୍ଟ୍ରପତି ଉତ୍କଳ ମଣ୍ଡପରେ ପହଞ୍ଚିବେ । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେଠାରୁ ୧ଟା ୨୫ ମିନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୪ଟା ୫ ମିନିଟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମକୁ ଯିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ନିଜେ ପଢ଼ୁଥିବା ବିଶ୍ୱବିଦ୍ୟାଳୟକୁ ପ୍ରଥମଥର ପାଇଁ ଯିବେ ମ୍ୟାଡାମ ପ୍ରେସିଡେଣ୍ଟ । ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ରହିବ।

ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ପୂର୍ଣମାସି ଜାନି, ପଦ୍ମଶ୍ରୀ ଶ୍ରୀମତୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ୍ ଉପାଧି ମିଳିବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠୀନୀ ଉପସ୍ଥିତ ରହିବେ। ଆସନ୍ତାକାଲି ସକାଳ ୯ଟା ୧୦ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୀମିତ ସମୟ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ।  ପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

Also Read : Former PM Manmohan Singh: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହକେ ରାଜ୍ୟସଭାର ଶେଷ୍ ଧାଡ଼ିକେ ବଦ୍ଲି

Also Read : Kendujhar District: ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିବା ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ କାରଣ...

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।କାରକେଡ ଯିବା ବେଳେ ଲୋକଙ୍କ ପାଇଁ ଟ୍ରାଫିକ ଡାଇଭର୍ସନ ହେବ । ସୁରକ୍ଷା ପାଇଁ ଛାତ ଉପରେ ଜଗିବେ ଗନ ମ୍ୟାନ୍ ପୋଲିସ୍ । ପ୍ରଥମେ ଓ୍ବେର୍ଣ୍ଣିଂ ଓ ପଛେ ପଛେ ପାଇଲଟିଂ ଭ୍ୟାନ୍ ଯିବ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ ଏୟାରପୋର୍ଟରୁ କାରକେଡ କରାଯିବ । ୩୦ଟି କାର୍ ରାଷ୍ଟ୍ରପତିଙ୍କ କାରକେଡରେ ସାମିଲ ହେବ ବୋଲି ଜଣାପଡିଛି । କ୍ଲିଅରିଂ କାର୍, ଜାମର ଭ୍ୟାନ୍, ଟେକନୋ କାର୍, ଭିଭିଆଇପି କାର୍ ଏହି କାରକେଡରେ ରହିବ । ଏହା ବ୍ୟତିତ ଏସକର୍ଟ-୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ଓ ଏସକର୍ଟ-୨ରେ ଓଡ଼ିଶା ପୋଲିସ ଅଫିସର ରହିବେ । ଶେଷରେ ଆମ୍ବୁଲାନ୍ସ ଓ ଫାୟାର ଗାଡ଼ି ରହିବ । ମୋଟ ୪୦ ପ୍ଲାଟୁନ ଫୋର୍ସ ଓ ୨ ଶହ ଅଫିସର ମହାମହିମଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ମହାମହିମଙ୍କ ଦର୍ଶନ ବେଳେ ଲିଙ୍ଗରାଜ ମନ୍ଦିର ହେବ ନୋ ମ୍ୟାନ୍ ଜୋନ୍ ।