ବାଲେଶ୍ଵରରେ ସକ୍ରିୟ ଆଧାର ମାଫିଆ; କାର୍ଡ ପିଛା ଗଣିବାକୁ ପଡୁଛି ୨୫୦ ଟଙ୍କା, ସ୍ୱର ଉଠାଇଲେ ରାଜକିଶୋର
Advertisement
Article Detail0/zeeodisha/odisha1195373

ବାଲେଶ୍ଵରରେ ସକ୍ରିୟ ଆଧାର ମାଫିଆ; କାର୍ଡ ପିଛା ଗଣିବାକୁ ପଡୁଛି ୨୫୦ ଟଙ୍କା, ସ୍ୱର ଉଠାଇଲେ ରାଜକିଶୋର

ସରକାରଙ୍କ ତରଫରୁ ଉତ୍ତର ବାଲେଶ୍ଵରରେ ଥିବା ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ଵର ବ୍ଲକରେ ବ୍ୟବସ୍ଥା କରାଯାଇଥିବା ବିଭିନ୍ନ ଆଧାର ସୁବିଧା କେନ୍ଦ୍ର ସଠିକ ଭାବରେ ଖୋଲା ଯାଉ ନାହିଁ। ଅଧିକାଂଶ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ନୂତନ ଆଧାର ଏବଂ ସଂଶୋଧନ କାର୍ଯ୍ୟ ପାଇଁ ସରକାର ବ୍ୟବସ୍ଥା କରାଇଥିଲେ ମଧ୍ୟ ଏହି ସଂସ୍ଥା ଗୁଡିକର ଦାୟିତ୍ୱରେ ଥିବା ଆଧାର ଅପରେଟର ଗୁଡିକ ଆଧାର ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ସିଧା ସଳଖ ଅଫିସ ଗଲେ ମନା କରୁଛନ୍ତି।

ବାଲେଶ୍ଵରରେ ସକ୍ରିୟ ଆଧାର ମାଫିଆ; କାର୍ଡ ପିଛା ଗଣିବାକୁ ପଡୁଛି ୨୫୦ ଟଙ୍କା, ସ୍ୱର ଉଠାଇଲେ ରାଜକିଶୋର

ବାଲେଶ୍ଵର: ଆଧାର କାର୍ଡ ବର୍ତ୍ତମାନ ସମସ୍ତ ନାଗରିକଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି। ପିଲାଟିର ଜନ୍ମ ପଞ୍ଜିକରଣ ପ୍ରମାଣ ପତ୍ର ପ୍ରଦାନ ଠାରୁ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସତ୍କାର ନିମନ୍ତେ ଆର୍ଥିକ ସହାୟତ ପାଇବା ପାଇଁ ଆଧାର କାର୍ଡ ନଥିଲେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେବା ସହିତ ବିଭିନ୍ନ ସରକାରୀ ଜନମଙ୍ଗଳ ଯୋଜନାରେ ମିଳୁଥିବା ସହାୟତାରୁ ବାଦ ପଡ଼ୁଛନ୍ତି। ଆଉ ଏହାର ଫାଇଦା ନେଇ ଏବେ ଉତ୍ତର ବାଲେଶ୍ୱରରେ ଆଧାର ମାଫିଆମାନେ ସକ୍ରୀୟ ହୋଇଛନ୍ତି। ସେମାନେ କାର୍ଡ ପିଛା ଦେଢ ଶହରୁ ଅଢେଇ ଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି।

ସରକାରଙ୍କ ତରଫରୁ ଉତ୍ତର ବାଲେଶ୍ଵରରେ ଥିବା ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ଵର ବ୍ଲକରେ ବ୍ୟବସ୍ଥା କରାଯାଇଥିବା ବିଭିନ୍ନ ଆଧାର ସୁବିଧା କେନ୍ଦ୍ର ସଠିକ ଭାବରେ ଖୋଲା ଯାଉ ନାହିଁ। ଅଧିକାଂଶ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ନୂତନ ଆଧାର ଏବଂ ସଂଶୋଧନ କାର୍ଯ୍ୟ ପାଇଁ ସରକାର ବ୍ୟବସ୍ଥା କରାଇଥିଲେ ମଧ୍ୟ ଏହି ସଂସ୍ଥା ଗୁଡିକର ଦାୟିତ୍ୱରେ ଥିବା ଆଧାର ଅପରେଟର ଗୁଡିକ ଆଧାର ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ସିଧା ସଳଖ ଅଫିସ ଗଲେ ମନା କରୁଛନ୍ତି। ଯାହା ଫଳରେ ବ୍ଲକ, ତହସିଲ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଅଫିସରେ ଆଧାର ଦାୟିତ୍ୱରେ ଥିବା ଆଧାର ସୁବିଧା କେନ୍ଦ୍ରର ଅପରେଟର ଗୁଡିକ ଅଫିସରେ ଠିକ ସମୟରେ କାର୍ଯ୍ୟ ନକରି କ୍ୟାମ୍ପ ମୋଡ଼ରେ ଆଧାର କାର୍ଯ୍ୟ କରିବାର ବାହାନା ଦେଖାଇ ବିଭିନ୍ନ ମୋବାଇଲ ଦୋକାନ, ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଆଦି ବେସରକାରୀ ଜାଗାରେ ବସି ବିଭିନ୍ନ ଆଧାର ସମ୍ପର୍କୀତ କାର୍ଯ୍ୟ କରିବା ସହିତ ସାଧାରଣ ଲୋକଠୁ କାର୍ଡ ପିଛା ୧୫୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଶୋଷଣ କରୁଛନ୍ତି।

Also Read: ବନ୍ଧା ହେବେ କି ଅନୁଭବ ମହାନ୍ତି? DCP ଦେଲେ ଏମିତି ଉତ୍ତର

ନୂତନ ଆଧାର ପଞ୍ଜିକରଣ ଏବଂ ଏକ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କର ବାୟୋମେଟ୍ରିକ ଅପଡେଟ ସମ୍ପୂର୍ଣ୍ଣ ମାଗଣା ହୋଇଥିଲେ ବି ସାଧାରଣ ଜନତାଙ୍କୁ ଏହି କାର୍ଯ୍ୟ ପାଇଁ ଅଯଥାରେ ୨୦୦ରୁ ୨୫୦ ପର୍ଯ୍ୟନ୍ତ ଅର୍ଥ ଗଣିବାକୁ ପଡୁଛି। ଏହି ସମସ୍ୟାର ସମାଧାନ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନର ସୂଚନା କର୍ମୀ ରାଜକିଶୋର ପାତ୍ର ସୋମବାର ବାଲିଆପାଳ ବ୍ଲକ ପରିସରରେ ହୋଇଥିବା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିରରେ ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଧାର ସୁବିଧା କେନ୍ଦ୍ରର ସୁପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବା ସହିତ ୟୁ.ଆଇ.ଡି.ଏ.ଆଇ ନିୟମକୁ ଉଲଙ୍ଘନ କରୁଥିବା କେନ୍ଦ୍ର ଏବଂ ଏହାର ଅପରେଟରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ସମାଜରେ ଆଧାର ସମ୍ପର୍କିତ କାର୍ଯ୍ୟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ବୋଲି ରାଜକିଶୋର ପାତ୍ର ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲପାଳଙ୍କ ନିକଟରେ ମତ ପ୍ରକାଶ କରିଥିଲେ। 

fallback

ଅଭିଯୋଗକୁ ଗୁରୁତ୍ୱ ଦେଇ ଅତିରିକ୍ତ ଜିଲ୍ଲପାଳ ବାଲିଆପାଳ ବ୍ଲକର ବିଡିଓଙ୍କୁ ଏହାର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଜିର ସ୍ୱାର୍ଥପର ଦୁନିଆରେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ନିଜର ସମୟ ବାହାର କରି ମିଳିତ ଜନ ଶୁଣାଣି ଅଭିଯୋଗ ଶିବିରରେ ଆଧାର ସଂପର୍କିତ ଅବ୍ୟବସ୍ଥା ବିଷୟରେ ଅଭିଯୋଗ କରିଥିବା ରାଜକିଶୋର ପାତ୍ରଙ୍କୁ ବହୁ ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ପ୍ରସଂଶା କରିଛନ୍ତି।