Ice cream କାଠିରେ ୧୦ ଇଞ୍ଚର କେଦାରନାଥ ମନ୍ଦିର
Advertisement
Article Detail0/zeeodisha/odisha903708

Ice cream କାଠିରେ ୧୦ ଇଞ୍ଚର କେଦାରନାଥ ମନ୍ଦିର

ଦୀର୍ଘ ୬ମାସ ପରେ ଅର୍ଥାତ ମେ' ୧୭ ତାରିଖରେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର (Kedarnath Temple) ଖୋଲିଛି। ଚତୁର୍ଧାମ ମଧ୍ୟରୁ କେଦାରନାଥ ଅନ୍ୟତମ। କୋଭିଡ୍ ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ ରହିଥିବାରୁ କେବଳ ପ୍ରଭୁଙ୍କ ନୀତିକ୍ରାନ୍ତି ଓ ସେବାପୂଜା କରାଯାଉଛି।

୧୦ ଇଞ୍ଚର କେଦାରନାଥ ମନ୍ଦିର

ପୁରୀ: ଓଡିଶାରେ ବାବା କେଦାରନାଥ!  ଆଇସକ୍ରିମ କାଠିରେ ତିଆରି ହୋଇଛି କେଦାରନାଥ ମନ୍ଦିରର ନକଲ। ଆଉ ଏହାକୁ ତିଆରି କରିଛନ୍ତି ପୁରୀର ଯୁବଶିଳ୍ପୀ ବିଶ୍ୱଜିତ ନାୟକ। ୨୭ ଘଣ୍ଟା ପରିଶ୍ରମ କରି ବିଶ୍ୱଜିତ, ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ତିଆରି କରିଛନ୍ତି।

ଦୀର୍ଘ ୬ମାସ ପରେ ଅର୍ଥାତ ମେ' ୧୭ ତାରିଖରେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର (Kedarnath Temple) ଖୋଲିଛି। ଚତୁର୍ଧାମ ମଧ୍ୟରୁ କେଦାରନାଥ ଅନ୍ୟତମ। କୋଭିଡ୍ ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ ରହିଥିବାରୁ କେବଳ ପ୍ରଭୁଙ୍କ ନୀତିକ୍ରାନ୍ତି ଓ ସେବାପୂଜା କରାଯାଉଛି। ସାଧାରଣ ଭକ୍ତ ଓ ଦର୍ଶନାର୍ଥିଙ୍କ ପାଇଁ ମନ୍ଦିର ବନ୍ଦ ରହିଛି। ଏହାକୁ ଗୁରୁତ୍ୱ ଦେଇ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ପୁରୀର ଜଣେ ଯୁବଶିଳ୍ପୀ ବିଶ୍ୱଜିତ ନାୟକ  ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ କେଦାରନାଥ ମନ୍ଦିର। 

Also Read: ପୁରୀ ପୋଲିସର ଜୁଲମ୍! ବଡଦାଣ୍ଡରେ ଲାଠିଚାର୍ଜ, ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

ପ୍ରାୟ ୧୭୫ ଖଣ୍ଡ ଆଇସକ୍ରିମ କାଠି (Ice cream) ବ୍ଯବହାର କରି ବିଶ୍ୱଜିତ ଏହି ନିଖୁଣ କଳାକୃତ୍ତିଟି (Temple) କୁ ଗଢିଛନ୍ତି। ୧୦ ଇଞ୍ଚ୍ ଲମ୍ବ ଓ ୭ଇଞ୍ଚ୍ ଚଉଡାର ଏହି କଳାକୃତ୍ତିଟି ଗଢିବାକୁ ତାକୁ ୨୭ ଘଣ୍ଟା ଲାଗିଥିଲା। ତେବେ ଏହି କଳାକୃତ୍ତି ଜରିଆରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ (India Book Of Record)  ହାସଲ କରିବା ପାଇଁ ବିଶ୍ୱଜିତ (Biswajit Nayak) ଆବେଦନ କରିଥିବା କହିଛନ୍ତି।

fallback