ରାସ୍ତା ପାଲଟିଛି ମରଣ ଯନ୍ତା! ଆସିଛି ଟଙ୍କା, ଚୁପ ବସିଛି ଠିକା ସଂସ୍ଥା
Advertisement
Article Detail0/zeeodisha/odisha920010

ରାସ୍ତା ପାଲଟିଛି ମରଣ ଯନ୍ତା! ଆସିଛି ଟଙ୍କା, ଚୁପ ବସିଛି ଠିକା ସଂସ୍ଥା

ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଠାରେ ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ସୁରଙ୍ଗି ଅଞ୍ଚଳର ୧୦ରୁ ଅଧିକ ଗ୍ରାମର ୪ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା ପାଲଟିଛି ମରଣ ଯନ୍ତା! ଆସିଛି ଟଙ୍କା, ଚୁପ ବସିଛି ଠିକା ସଂସ୍ଥା

 

ଗଜପତି: ରାସ୍ତା ଥାଇ ନଥିଲା ସଙ୍ଗେ ସମାନ। ଦୀର୍ଘ ୧୫ ବର୍ଷ ହେଲା ହୋଇନି ମରାମତି। କେଉଁଠି ପିଚୁ ଉଠି ଯାଇଛି ତ ଆଉ କେଉଁଠି ମେଟାଲ ଉଠି ରହିଛି। ଆଉ କେଉଁଠି କେଉଁଠି ରାସ୍ତା ଧୋଇ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଯାତାୟତ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇଛି। ବାରମ୍ବାର ଦାବି ପରେ ନୂଆ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି, କିନ୍ତୁ କାମ ନେଇ ଠିକା ସଂସ୍ଥା ଚୁପ ବସିଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଦୁର୍ଗମ ଅଞ୍ଚଳ ସୁରଙ୍ଗି ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। 

ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଠାରେ ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ସୁରଙ୍ଗି ଅଞ୍ଚଳର ୧୦ରୁ ଅଧିକ ଗ୍ରାମର ୪ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦୬ରେ ନାମନଗଡ ଠାରୁ ସୁରଙ୍ଗି ପର୍ଯ୍ୟନ୍ତ ୭ କିମି ରାସ୍ତା ନିର୍ମାଣ ହୋଇଥିଲା। ଇତିମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି, ଫଳରେ ଯାତାୟାତ କଷ୍ଟକର ହୋଇପଡିଛି। ତେବେ ଅଞ୍ଚଳର ଏକ ମାତ୍ର ନିର୍ଭରଶୀଳ ଏହି ରାସ୍ତା ତୁରନ୍ତ ପୁନଃ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି।

Also Read: ବିଧାୟକ ଓ ଜିଲ୍ଲା ପ୍ରଶାସନ ବିରୋଧରେ କୋଭିଡ ନିୟମର ଉଲଂଘନ ଅଭିଯୋଗ ଆଣିଲା ବିଜେପି 

ଅପରପକ୍ଷରେ ଅନୁନ୍ନତ ଅଞ୍ଚଳର ସମସ୍ୟାରର ସମାଧାନ ନିମନ୍ତେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିକାଶର ଧାରାକୁ ଆଗେଇ ନେଉଛନ୍ତି। ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ଏତେ ସବୁ ସତ୍ତ୍ଵେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଠାରେ ଯୋଜନା କାର୍ଯ୍ୟକାରୀରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ରାସ୍ତାର ପୁନଃନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ବିଭାଗ ପକ୍ଷରୁ ଏନେଇ କୈାଣସି ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ। ନିଜ ଅଞ୍ଚଳର ବିକାଶଧାରାକୁ ନେଇ ଅନିଶ୍ଚିତତା ଓ ଆଶଙ୍କାରେ ଅଞ୍ଚଳବାସୀ ରହିଛନ୍ତି। 

fallback

ଗମନାଗମନର ସୁବିଧା ହେଲେ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ। କିନ୍ତୁ କେଉଁଠି ନା କେଉଁଠି କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି ଫଳରେ ବର୍ଷ ବର୍ଷ ଧରି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳର ଆଦିବାସୀ। ତେବେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଛି ।