କଳାକୋଟର କଳାକାରନାମା; ଟ୍ରକ ଛଡ଼ାଇବାକୁ ଯାଇ ଓକିଲ ଗିରଫ
Advertisement

କଳାକୋଟର କଳାକାରନାମା; ଟ୍ରକ ଛଡ଼ାଇବାକୁ ଯାଇ ଓକିଲ ଗିରଫ

କୋର୍ଟଙ୍କ ନକଲି ଆଦେଶ ଦେଖାଇବା ଅଭିଯୋଗରେ ଓକିଲଙ୍କୁ ପୋଲିସ ଗିରଫ କରିଛି। ସମ୍ବଲପୁର SDJM କୋର୍ଟଙ୍କ ନକଲି ଆଦେଶ ଥାନାରେ ଦେଇ ଦୁର୍ଘଟଣା ଘଟଣାଇଥିବା ଟ୍ରକକୁ ସେ ଛଡାଇବାକୁ ଯାଇଥିଲେ। 

କଳାକୋଟର କଳାକାରନାମା; ଟ୍ରକ ଛଡ଼ାଇବାକୁ ଯାଇ ଓକିଲ ଗିରଫ

ଅଜୟ ନାଥ, ସମ୍ବଲପୁର: କଳାକୋଟର କଳାକାରନାମା! ଟ୍ରକ ଛଡ଼ାଇବାକୁ ଯାଇ ଗିରଫ ହେଲେ ଓକିଲ। ଏଭଳି ଏକ ଅବିଶ୍ୱାସନୀୟ ଘଟଣା ଯୁଜୁମୁରା ଥାନାରେ ଘଟିଛି। କୋର୍ଟଙ୍କ ନକଲି ଆଦେଶ ଦେଖାଇବା ଅଭିଯୋଗରେ ଓକିଲଙ୍କୁ ପୋଲିସ ଗିରଫ କରିଛି। ସମ୍ବଲପୁର SDJM କୋର୍ଟଙ୍କ ନକଲି ଆଦେଶ ଥାନାରେ ଦେଇ ଦୁର୍ଘଟଣା ଘଟଣାଇଥିବା ଟ୍ରକକୁ ସେ ଛଡାଇବାକୁ ଯାଇଥିଲେ। 

ଗତ ଫେବ୍ରୁଆରୀ ୧୯ ତାରିଖରେ NH 53ରେ ଟ୍ରକ ଓ ସ୍କୁଟି (Sambalpur Road Accident) ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜବତ ଟ୍ରକକୁ ଥାନାରୁ ବାହାର କରିବା ପାଇଁ ଓକିଲ ବ୍ରଜ ପ୍ରଧାନ ଯୁଜୁମୁରା ଥାନା (Jujumara PS) ରେ ସମ୍ବଲପୁର SDJMଙ୍କ ଏକ ନକଲି ଆଦେଶନାମା ଦେଇଥିଲେ। କିନ୍ତୁ ପୋଲିସ ଏହି ଆଦେଶ ନକଲି ଥିବା ସନ୍ଦେହ କରି କୋର୍ଟ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ।

Also Read: ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!

ସେପଟେ ପୋଲିସ (Sambalpuur Police) କୁ କୋର୍ଟ କର୍ମଚାରୀ ଏପରି କୌଣସି ଆଦେଶ ଦିଆଯାଇନଥିବା କହିଥିଲେ। ପରେ ଓକିଲ ବ୍ରଜ ପ୍ରଧାନଙ୍କୁ ଜାଲିଆତି (Fraud case) ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର (Bail cancelled)  ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ରଜ ପ୍ରଧାନଙ୍କ ବିରୁଦ୍ଧରେ IPCର ଧାରା ୪୬୬ ଓ ୪୨୦ ଲଗାଯାଇଛି।

ସେପଟେ ସମ୍ବଲପୁର ଓକିଲ ସଙ୍ଘ ସଭାପତି ପ୍ରମୋଦ ରଥ କହିଛନ୍ତି ଯେ, ଏ ଖବର ପ୍ରସାରିତ ହେଲା ପରେ ଓକିଲ ବ୍ରଜ ପ୍ରଧାନଙ୍କୁ ସମ୍ବଲପୁର BAR ପକ୍ଷରୁ ନିଲମ୍ବନ କରାଯାଇଛି। ରାଜ୍ୟ ଓକିଲ ସଂଘକୁ ଏ ବାବଦରେ ଖବର ଦିଆ ଯାଇଛି। ସମ୍ବଲପୁର ଏସପି ବି.ଗଙ୍ଗାଧର କହିଛନ୍ତି ଯେ, ସମସ୍ତ ତଥ୍ୟକୁ ଆଧାର କରି ଓକିଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ବାବଦରେ ଆହୁରି କାହା କାହାର ସମ୍ପୃକ୍ତି ରହିଛି ସେ ବିଷୟରେ ତଦନ୍ତ କରୁଛି। ଯାହାର ସମ୍ପୃକ୍ତି ଜଣା ପଡିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।