ଗୋଟିଏ ସମ୍ବଲପୁରୀ ଶାଢୀ (Sambalpuri Saree) ରେ ଅନେକ କାରୁକାର୍ଯ୍ୟକୁ ରୂପ ଦେବାରୁ କାରିଗରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ। ହେଲେ କେନ୍ଦ୍ର ବଜେଟ (Union Budget 2021) ଅସିବା ପରେ ଏହାର ସିଧାସଳଖ ପ୍ରଭାବ ସମ୍ବଲପୁରୀ ବସ୍ତ୍ର ଓ ଏହାର ମାର୍କେଟ (Ratail Market) ଉପରେ ପଡିଛି।
Trending Photos
ଅଜୟ ନାଥ, ସମ୍ବଲପୁର: ଚଳିତବର୍ଷ ବଜେଟ ବଢାଇଛି ପଶ୍ଚିମ ଓଡିଶା ବୁଣାକାରଙ୍କ ଟେନସନ୍। ଆଗକୁ ମହଙ୍ଗା ହେବାକୁ ଯାଉଛି ସମମ୍ବଲପୁରୀ ଶାଢୀ।
ବଜେଟରେ ସୂତା ଦରକୁ ବୃଦ୍ଧି କରାଯାଇଛି। ଯେଉଁଥିରେ ସମ୍ବଲପୁରୀ ଶାଢୀ ରିଟେଲ ମାର୍କେଟ୍ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ସମ୍ବଲପୁରୀ ହସ୍ତତନ୍ତ (Sambalpuri Handloom) ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କାହିଁ କେଉଁ ଅମଳରୁ ଅନେକଙ୍କ ଭିତରେ ଏହାର ଚାହିଦା ରହିଛି। ଗୋଟିଏ ସମ୍ବଲପୁରୀ ଶାଢୀ (Sambalpuri Saree) ରେ ଅନେକ କାରୁକାର୍ଯ୍ୟକୁ ରୂପ ଦେବାରୁ କାରିଗରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ। ହେଲେ କେନ୍ଦ୍ର ବଜେଟ (Union Budget 2021) ଅସିବା ପରେ ଏହାର ସିଧାସଳଖ ପ୍ରଭାବ ସମ୍ବଲପୁରୀ ବସ୍ତ୍ର ଓ ଏହାର ମାର୍କେଟ (Ratail Market) ଉପରେ ପଡିଛି।
Also Read: କଳାକୋଟର କଳାକାରନାମା; ଟ୍ରକ ଛଡ଼ାଇବାକୁ ଯାଇ ଓକିଲ ଗିରଫ
ବଜେଟ ଆସିବା ପରେ ସୂତା ରେଟ ବଢିବାରୁ ବୁଣାକାରଙ୍କ ମଜୁରୀ ବଢିବା ସହିତ ରିଟେଲ ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ବୁଣାକାର ଓ ବ୍ୟବସାୟୀଙ୍କ ଖର୍ଚ୍ଚ ବଢିବାରୁ ଏହାର ପ୍ରଭାବରେ ସମ୍ବଲପୁରୀ ବସ୍ତ୍ରର ଦର ବଢିଛି। ବଜେଟ ପ୍ରଭାବରେ ବଣ୍ଡଲ ପିଛା ୭୦ ଟଙ୍କା ଥିବା ସୂତା ୯୦ ଟଙ୍କା ହୋଇଛି। ଫଳରେ ପାରିଶ୍ରମିକ ସହ ଗୋଟିଏ ସାଧରଣ ସମ୍ବଲପୁରୀ ଶାଢ଼ୀ ମୂଲ୍ୟ ୫୦୦ରୁ ୭୦୦ ଟଙ୍କା ବୃଦ୍ଧି ପାଇଛି। ପାଟ ଶାଢ଼ୀରେ ଦାମ ୧୫୦୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ଶାଢ଼ୀ ପ୍ରତି ୧୦ ପ୍ରତିଶତ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ ସୁମିତ୍ରା ମେହେର କହିଛନ୍ତି।
ଶାଢୀର ଏପରି ଦର ବୃଦ୍ଧି ନେଇ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱଭାବିକ। ଦରବୃଦ୍ଧି ଯୋଗୁଁ ରିଟେଲ ବ୍ୟବସାୟୀଙ୍କ ଉପରେ ଅନାବଶ୍ୟକ ଚାପ ପଡୁଥିବା ବ୍ୟବସାୟୀ କହିଛନ୍ତି। ଦାମ ବଢିବା ଫଳରେ ଗ୍ରାହକମାନେ କମ ଦାମର ଶାଢୀ କିଣିବାକୁ ଆଗ୍ରହୀ ହେଉଛନ୍ତି। ଫଳରେ ଅଧିକ ଦାମର ଶାଢୀ ଦୋକାନରେ ଷ୍ଟକ ରହୁଛି। ସେପଟେ ବୁଣାକାରଙ୍କ ମଜୁରି ମଧ୍ୟ ବଢିଛି। ବ୍ୟବସାୟ ହେଉନଥିବା ବେଳେ ବୁଣାକାରଙ୍କୁ କିଭଳି ଅଧିକ ମଜୁରୀ ଦିଆଯିବ ସେନେଇ ବ୍ୟବସାୟୀମାନେ ଚିନ୍ତାରେ ଅଛନ୍ତି।
Also Read: ଗୌରୀ ଶଙ୍କରଙ୍କ ଅବହେଳା ନେଇଛି ହାତୀର ଜୀବନ
ସ୍ବଦେଶୀ ସୂତା (Swadeshi thread) କୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ସୂତା ଉପରେ କଷ୍ଟମ ଡ୍ୟୁଟି (Custom duty) ବଢାଇଛନ୍ତି। ଫଳରେ ଅସାଧୁ ସୂତା ଵ୍ୟଵସାୟୀ ଏହାର ଫାଇଦା ଉଠାଉଛନ୍ତି। ବିଦେଶୀ ସୂତା ଉପଲବ୍ଧ ନଥିବାରୁ ସ୍ବଦେଶୀ ସୂତାର ଦର ବୃଦ୍ଧି କରି ସେମାନେ କୋଟି କୋଟି ଟଙ୍କାର ଲାଭ ଉଠାଉଥିବା ଅଭିଯୋଗ ହୋଇଛି।
ସମ୍ବଲପୁରୀ ହସ୍ତତନ୍ତ ଉପରେ ପଶ୍ଚିମ ଓଡିଶା (Western Odisha) ର ୧୦ ହଜାର ବୁଣାକାର (Weavers) ନିର୍ଭରଶୀଳ। ବଜାର ଉପରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ସିଧାସଳଖ ବୁଣାକାରଙ୍କ ଉପରେ ପଡିବ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ନିଖିଳ ଓଡିଶା ମେହେର ସମାଜର ସେକ୍ରେଟେରୀ ଶିବ ପ୍ରସାଦ ମେହେର ଓ ସମ୍ବଲପୁର ଓକିଲ ସଂଘର ସଭାପତି ପ୍ରମୋଦ ରଥ କହିଛନ୍ତି।
Also Read: ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!
ସେପଟେ ସରକାର ତୁରନ୍ତ ସ୍ବଦେଶୀ ସୂତା ଉପରେ ଟିକସଦର ହ୍ରାସ କରନ୍ତୁ। ନଚେତ ସାଧାରଣ ଲୋକ ସମ୍ବଲପୁରି କପଡା ବଦଳରେ ନକଲି କପଡା ବ୍ୟବହାର କରିବେ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।