ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ପୋଲିସ ତଦନ୍ତକୁ ମାସେ, ଫଳାଫଳ ଶୂନ
Advertisement

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ପୋଲିସ ତଦନ୍ତକୁ ମାସେ, ଫଳାଫଳ ଶୂନ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି (Suicide) ଘଟଣାକୁ ଏକ ମାସ ପୁରିଛି। ହେଲେ ଆଜିସୁଦ୍ଧା ନ୍ୟାୟ ମିଳିଲା ନାହିଁ। ମୃତ ଦୀନବନ୍ଧୁ ଗତମାସ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଠାରୁ ଅତିଷ୍ଠ ହୋଇ ଶେଷରେ ନିଜ ଜୀବନକୁ ହାରିଥିଲେ। 

ଡିଜାଇନ ଫଟୋ

ସମ୍ବଲପୁର: ଜ୍ୟୋତି ବିହାର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁକୁ ପୁରିଲା ଏକ ମାସ। ହେଲେ ଆଜି ସୁଦ୍ଧା ନ୍ୟାୟ ପାଇବାରୁ ବଞ୍ଛିତ ମୃତକଙ୍କ ପରିବାର। ମୃତକର ପରିବାରକୁ ନାଁ ମିଳିଲା କ୍ଷତିପୂରଣ ନାଁ ପୁରା ହେଲା କୌଣସି ଗୋଟାଏ ହେଲେ ଦାବି। ନ୍ୟାୟ ଅପେକ୍ଷାରେ ଏବେ ବି ଅନେଇ ବସିଛନ୍ତି ମୃତ ଦିନବନ୍ଧୁ ମିଶ୍ରଙ୍କ ପରିବାର।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି (Suicide) ଘଟଣାକୁ ଏକ ମାସ ପୁରିଛି। ହେଲେ ଆଜିସୁଦ୍ଧା ନ୍ୟାୟ ମିଳିଲା ନାହିଁ। ମୃତ ଦୀନବନ୍ଧୁ ଗତମାସ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଠାରୁ ଅତିଷ୍ଠ ହୋଇ ଶେଷରେ ନିଜ ଜୀବନକୁ ହାରିଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ସେ ବିଶ୍ବବିଦ୍ୟାଳୟର କୁଳପତି ଓ ଅନ୍ୟ ଦୁଇଜଣଙ୍କ ନାମରେ ଅଭିଯୋଗ କରିଥିଲେ। 

Also Read: ଏକାଡେମିକ କାଉନସିଲ ବୈଠକ ବେଳେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆତ୍ମହତ୍ୟା

ସେପଟେ ମୃତ୍ୟୁ ପୂର୍ବରୁ ବୟାନ ରେକର୍ଡ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା (Bhabani Shankar Hota) ପ୍ରକାଶ କରିଛନ୍ତି। ସେହିପରି ଦୀନବନ୍ଧୁଙ୍କ ମୃତ୍ୟୁକୁ ଏକ ମାସ ପୂର୍ଣ୍ଣ ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ସହାୟତା ନ ମିଳିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ (Raseswari Panigrahi) ମଧ୍ୟ କହିଛନ୍ତି। 

କର୍ମଚାରୀ ଦିନବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କର ମୃତଦେହକୁ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ରଖି ବିଶ୍ୱବିଦ୍ୟାଳୟର କର୍ମଚାରୀ ମାନେ ନ୍ୟାୟ ପାଇଁ ଦାବି କରିଥିଲେ। ସେ ସମୟରେ ଆସନ୍ତା ୩ରୁ ଚାରି ଦିନ ମଧ୍ୟରେ ସିଣ୍ଡିକେଟ ବୈଠକ ଡାକି ସମସ୍ୟାର ସମାଧାନ କରାଯିବ ନେଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜିକୁ ଏକ ମାସ ପୁରିଥିଲେ ସୁଦ୍ଧା କୌଣସି ପ୍ରକାର ସାହାଯ୍ୟ କିମ୍ବା ସହାୟତା ମିଳି ନାହିଁ। ତୁରନ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବହିଷ୍କାର କିମ୍ବା ଅନ୍ୟତ୍ର ବଦଳି କରାଯାଉ ବୋଲି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଦାବି କରିଛନ୍ତି।

Also Read: କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ

ଅନ୍ୟପଟେ ଆନ୍ଦୋଳନରତ କର୍ମଚାରୀମାନେ ଆନ୍ଦୋଳନ କରିବା ସହିତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟକୁ ନିୟମିତ ଭାବେ ଯୋଗଦେଉଛନ୍ତି। ମୃତ ଦିନବନ୍ଧୁଙ୍କ ପରିବାର ନ୍ୟାୟ ଅପକ୍ଷାରେ ଅଛନ୍ତି। ଏଭଳି ପରିସ୍ଥିତିରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ (Sambalpur University) କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ନିରବ ବସିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।