କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଚାଳନା କରୁଥିବା ଶିକ୍ଷୟତ୍ରୀଙ୍କ ଉପରେ ଅଭିଯୋଗ ଆସିଛି । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବା ସହ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ। ଅଭିଯୋଗ ମୁତାବକ ବିଦ୍ୟାଳୟର ଦାୟିତ୍ୱରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ନକରି ବିଦ୍ୟାଳୟ ନିମନ୍ତେ ବିଭିନ୍ନ ସାମଗ୍ରୀ କିଣିବା ସହ ବଜାର ଦର ଠାରୁ ଅଧିକ ଦରର ବିଲ୍ ପ୍ରସ୍ତୁତ କରି ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସରକାର ଦେଇଥିବା ଟଙ୍କା ଆତ୍ମସାତ କରୁଛନ୍ତି ।
Trending Photos
ଅନ୍ୟପଟେ ବିଦ୍ୟାଳୟ ପାଇଁ କିଣାଯାଇଥିବା ସାମଗ୍ରୀ ଯଥା:- ଗଡ୍ରେଜ୍ ଆଲୁମିନା, ମୋବାଇଲ ଫୋନ୍, ପାଣିଟାଙ୍କି, ସୋଲାର୍ ଲାଇଟ୍, ରୋଷେଇ ପାଇଁ ବାସନ ଆଦି ସାମଗ୍ରୀ କିଣି ବଜାର ମୂଲ୍ୟ ଅପେକ୍ଷା ଅଧିକ ମୂଲ୍ୟର ବିଲ୍ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି କମିଟି ସଦସ୍ୟ ଓ ଅଭିଭାବକ। ଏମିତିକି କୋଭିଡ୍ ସମୟରେ ଦୂରଦୂରାନ୍ତରେ ଥିବା ଅଭିଭାବକମାନେ ବିଦ୍ୟାଳୟରୁ ଚାଉଳ ନେଇନଥିବା ସତ୍ତେ ସେମାନଙ୍କ ନାମରେ ମିଥ୍ୟା ଦସ୍ତଖତ କରି ସେମାନେ ଚାଉଳ ନେଇଥିବା ଦର୍ଶାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଚଳିତ ବର୍ଷର ରାସନ୍ ଖର୍ଚ୍ଚ ବାବଦକୁ ଆସିଥିବା ଟଙ୍କା ଏଯାଏଁ ପିଲାମାନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ । ଅନ୍ୟପଟେ ଯଥାଶୀଘ୍ର ଏହାର ଉଚିତ୍ ତଦନ୍ତ କରି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦେ।।ଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ସମୂହ ଗୋଷ୍ଠୀ ।
ତେବେ ସରକାରଙ୍କ ଶିକ୍ଷା ନୀତି ଉପରେ ବଡ ପ୍ରଶ୍ନ । କାରଣ ସରକାରଙ୍କ ଏତେ ଯୋଜନା ତିଆରି କରୁଛନ୍ତି କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉନାହିଁ କାହିଁକି,ଏହା ଗୋଟିଏ ଉଦାହାରରଣ ନୁହେଁ, ଏମିତି ଅନେକ ଉଦାହରଣ ଅନେକ ସମୟରେ ଅନେକ ସ୍ଥାନରୁ ଆସୁଛି । ହେଲେ ଆମର ଶିକ୍ଷା ବ୍ୟବସ୍ଥା ସୁଧୀରିବାରେ ନା ନେଉ ନାହିଁ , ବରଂ ଦିନକୁ ଦିନ ଏହି ଭଳି ଅବ୍ୟାବସ୍ତାର ଚିତ୍ର ଆସିବା ସବୁଦିଆନିଆ ଖବର ଭଳି ଆମ୍ଭ ମାନଙ୍କ ନିକଟରେ ପହଁଚୁଛି ।