ମହାବାତ୍ୟାକୁ ୨୧ ବର୍ଷ: ଛାତି ତଳର କୋହ ଆଜି ବି ଗୁମୁରି କାନ୍ଦେ...
Advertisement
Article Detail0/zeeodisha/odisha775222

ମହାବାତ୍ୟାକୁ ୨୧ ବର୍ଷ: ଛାତି ତଳର କୋହ ଆଜି ବି ଗୁମୁରି କାନ୍ଦେ...

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ପ୍ରଳୟଙ୍କରୀ ମହାବାତ୍ୟାରେ ସର୍ବାଧିକ କ୍ଷତି  ହୋଇଥିଲା ଜଗତସିଂହପୁର ଜିଲ୍ଲା। ଘନ ଅନ୍ଧାର ମଧ୍ୟରେ ବିକଟାଳ ଶବ୍ଦ କରି କରାଳ ରୂପରେ ସ୍ଥଳଭାଗରେ ମାଡ଼ ହୋଇଥିଲା ବାତ୍ୟା। ଚାହୁଁ ଚାହୁଁ ପାଣି ମାଡ଼ି ଆସିବା ସହିତ ତାଣ୍ଡବ ରଚିଥିଲା ମହାବାତ୍ୟା। ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରିଛି। ଆଜି ବି ବା

ମହାବାତ୍ୟାକୁ ୨୧ ବର୍ଷ: ଛାତି ତଳର କୋହ ଆଜି ବି ଗୁମୁରି କାନ୍ଦେ...

ନାରାୟଣ ବେହେରା, ପାରାଦୀପ: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ପ୍ରଳୟଙ୍କରୀ ମହାବାତ୍ୟାରେ ସର୍ବାଧିକ କ୍ଷତି  ହୋଇଥିଲା ଜଗତସିଂହପୁର ଜିଲ୍ଲା। ଘନ ଅନ୍ଧାର ମଧ୍ୟରେ ବିକଟାଳ ଶବ୍ଦ କରି କରାଳ ରୂପରେ ସ୍ଥଳଭାଗରେ ମାଡ଼ ହୋଇଥିଲା ବାତ୍ୟା। ଚାହୁଁ ଚାହୁଁ ପାଣି ମାଡ଼ି ଆସିବା ସହିତ ତାଣ୍ଡବ ରଚିଥିଲା ମହାବାତ୍ୟା। ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରିଛି। ଆଜି ବି ବାତ୍ୟା ନାଁ ଶୁଣିଲେ ଭୟଭୀତ ହୋଇ ପଡନ୍ତି ପାରାଦୀପ ସମୁଦ୍ର କୂଳ ନିକଟରେ ରହୁଥିବା ବସ୍ତବାସିନ୍ଦାମାନେ। ବାତ୍ୟା ଆଶ୍ରୟସ୍ଥଳୀଟିଏ ନଥିବାରୁ ବାତ୍ୟା ନାଁ ଶୁଣିଲା ମାତ୍ରେ ପ୍ରସ୍ତୁତ ହୋଇ ପଡନ୍ତି ଉଚ୍ଚ ସ୍ଥାନକୁ ଯିବା ପାଇଁ।

ଅଧିକ ପଢନ୍ତୁ: କୋରୋନା ଟୀକାକୁ ନେଇ ବହୁତ ବଡ଼ ବୟାନ ଦେଲେ ପିଏମ ମୋଦି

ଏହି ପ୍ରଳୟଙ୍କରୀ ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା। ହେଲେ ଆଜିକୁ ୨୧ବର୍ଷ ପରେ ଲୋକଙ୍କର ଜୀବନ ଶୈଳୀ ଅନେକ ପରିବର୍ତ୍ତନ ହୋଇଛି। ମାଟି ଘର ଆଜି ଇଟା କାନ୍ଥ ଘରରେ ପରିଣତ ହୋଇଛି। କଚ୍ଚା ରାସ୍ତା ବି ଆଜି ପକ୍କା ହୋଇଛି। ହେଲେ ଆଜି ବି ବାତ୍ୟା ନାଁ ଶୁଣିଲେ ଉପକୂଳ ବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ ସେହି ଭୟ ଓ ଆତଙ୍କ। ପାରାଦୀପ ନେହରୁ ବଙ୍ଗଳା ୧ନଂ ଓ୍ୱାର୍ଡରେ ବସ୍ତି ଅଞ୍ଚଳରେ ରହନ୍ତି ପ୍ରାୟ ୪ହଜାରରୁ ଉର୍ଦ୍ଧ ଲୋକେ।

୧୯୯୯ ମହାବାତ୍ୟାରେ ଏହି ବସ୍ତିବାସିନ୍ଦା ମାନେ ନିକଟରେ ଥିବା ୭ମହଲା କୋଠା ଘରେ ଆଶ୍ରୟ ନେଇଥିଲେ, ହେଲେ ବସ୍ତି ଅଞ୍ଚଳରେ ଜକ ବାତ୍ୟା ଆଶ୍ରୟ ସ୍ଥଳୀ ନଥିବାରୁ ବାତ୍ୟା ନାଁ ଶୁଣିଲେ କେଉଁଠି ଆଶ୍ରୟ ନେବେ ଚିନ୍ତାରେ ଏବେ ବସ୍ତି ବାସିନ୍ଦା, କାରଣ ଯେଉଁ ୭ ମହଲା କୋଠା ଘରେ ବସ୍ତିବାସିନ୍ଦାମାନେ ଆଶ୍ରୟ ନେଇଥିଲେ ତାହା ଆଜି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ତୁରନ୍ତ ଏଠାରେ  ବାତ୍ୟା ଆଶ୍ରୟ ସ୍ଥଳୀଟିଏ ପାଇଁ ଦାବି କରିଛନ୍ତି ବସ୍ତବାସିନ୍ଦାମାନେ।

 

 

ଅଧିକ ପଢନ୍ତୁ: ପୁଣି ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ!

ପାରାଦୀପ ନେହରୁ ବଙ୍ଗଳା ଏକ ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ମାଛଧରା ବନ୍ଦର ହୋଇଥିବାରୁ ଏଠାରେ ଅଧିକାଂଶ ଏଠାରେ ଛୋଟମୋଟ ବ୍ୟବସାୟୀ, ଦିନ ମଜୁରିଆ, ମତ୍ସ୍ୟଜୀବୀ ଓ ଶ୍ରମିକ ଶ୍ରେଣୀର ଲୋକେ ବସବାସ କରିଥାନ୍ତି। ଏହି ଅଞ୍ଚଳରେ ପ୍ରାୟ ୫ରୁ ଊର୍ଦ୍ଧ୍ୱ ବସ୍ତି ଥିବା ବେଳେ ସମସ୍ତ ବସ୍ତି ସମୁଦ୍ର କୂଳ ନିକଟରେ ଥିବାରୁ ବାସିନ୍ଦାଙ୍କର ବାତ୍ୟା କୁ ନେଇ ସବୁବେଳେ ଭୟ ରହିଥାଏ। କାରଣ ଏଠାରେ କୌଣସି ବାତ୍ୟା ଆଶ୍ରୟସ୍ଥଳୀଟିଏ ନଥିବାରୁ ଲୋକମାନେ ପାରାଦୀପ ବନ୍ଦରର ଚାରୋଟି ପୂରାତନ ସାତମହଲା କୋଠାରେ ବାତ୍ୟା ସମୟରେ ଆଶ୍ରୟ ନେଇଥାନ୍ତି।

୧୯୯୯ ମହାବାତ୍ୟାରେ ଏହି ସାତମହଲା କୋଠା ଘର ଥିଲା ନେହୁରୁ ବଙ୍ଗଳାବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ। ଯାହା ସେମାନଙ୍କ ପାଇଁ ଆଜି ସ୍ମୃତି ହୋଇ ରହିଛି। ହେଲେ ଆଜି ସେହି ପାରାଦୀପ ବନ୍ଦରର ଏହି କୋଠାଘରକୁ ବିପଦଜନ୍ନକ କୋଠା ବୋଲି ଘୋଷଣା କରିବା ପରେ ଏବେ ବାତ୍ୟା ଆସିଲେ କେଉଁଠି ଆଶ୍ରୟ ନେବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ନେହରୁ ବଙ୍ଗଳାର ବସ୍ତିବାସିନ୍ଦାମାନେ। ଏବେ ବାତ୍ୟା ଆସିଲେ ନିକଟରେ ଥିବା ଶିବମନ୍ଦିର ହିଁ ସେମାନଙ୍କ ପାଇଁ ସାହାଭରଷା। ଯାହା ଏହି ବସ୍ତିଙ୍କ ପାଇଁ ଆଶ୍ରୟ ନେବା ପାଇଁ ଯଥେଷ୍ଟ ନୂହେଁ ବୋଲି କହନ୍ତି ବସ୍ତିବାସିନ୍ଦା।