ସରୁନି ଓଡ଼ିଆ ଦାଦନଙ୍କ ଦୁଃଖ; ଜଣଙ୍କର ଜୁଇ ନ ଲିଭୁଣୁ ଆସିଲା ଆଉ ଜଣଙ୍କ ମୃତ୍ୟୁ ଖବର
Advertisement
Article Detail0/zeeodisha/odisha1201717

ସରୁନି ଓଡ଼ିଆ ଦାଦନଙ୍କ ଦୁଃଖ; ଜଣଙ୍କର ଜୁଇ ନ ଲିଭୁଣୁ ଆସିଲା ଆଉ ଜଣଙ୍କ ମୃତ୍ୟୁ ଖବର

କେନ୍ଦୁଝର ଖଣିଜ ପଦାର୍ଥରେ ଭରପୁର। ରାଜ୍ୟ ରଜକୋଷକୁ ସମୃଦ୍ଧ ମଧ୍ୟ କରୁଛି ହେଲେ ଏହି ଜିଲ୍ଲାରେ ଚାକିରୀ ନାହିଁ ତେଣୁ ପରିବାର ପ୍ରତିପୋଷଣ ପାଇଁ ଲୋକେ ଏହି ଜିଲ୍ଲାରୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। କାମ କରି ଦୁଇପଇସା ରୋଜଗାର କରିବା ପାଇଁ ବାଂଶପାଳ ବ୍ଲକ୍‌ର ଯୁବକଯୁବତୀମାନେ ବେଙ୍ଗାଲୁରୁ ଯାଇଛନ୍ତି। ହେଲେ ସେଠାରୁ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ଖବର ଆସୁଛି

ସରୁନି ଓଡ଼ିଆ ଦାଦନଙ୍କ ଦୁଃଖ; ଜଣଙ୍କର ଜୁଇ ନ ଲିଭୁଣୁ ଆସିଲା ଆଉ ଜଣଙ୍କ ମୃତ୍ୟୁ ଖବର

କେନ୍ଦୁଝର: ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି। ସେହି ଯୋଜନା ପାଇଁ ସରକାର ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ମଧ୍ୟ ହେଉଛନ୍ତି। ହେଲେ ଯୋଜନା ଗୁଡିକ ବାସ୍ତବରେ କେତେ ଲୋକଙ୍କ ପାଖରେ ପହଁଚିଛି, ତାହା ଏକ ବଡ ପ୍ରଶ୍ନ। ଶତାଧିକ ସରକାରୀ ଯୋଜନା ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଆଉ ଶବ ହୋଇ ଘରକୁ ଫେରୁଛିନ୍ତି। ଏହି ଦାଦନ ମୃତ୍ୟୁ ତାଲିକାରେ ଏବେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର କୁନ୍ତଳା ଓ ମନ୍ଦାକିନୀ ସାମିଲ ହୋଇଛନ୍ତି। ଜଣଙ୍କର ଜୁଇ ନିଆଁ ନ ଲିଭୁଣୁ ଆଉ ଜଣଙ୍କର ମୃତ୍ୟୁ ଖବର ଆସିଛି।  

କେନ୍ଦୁଝର ଖଣିଜ ପଦାର୍ଥରେ ଭରପୁର। ରାଜ୍ୟ ରଜକୋଷକୁ ସମୃଦ୍ଧ ମଧ୍ୟ କରୁଛି ହେଲେ ଏହି ଜିଲ୍ଲାରେ ଚାକିରୀ ନାହିଁ ତେଣୁ ପରିବାର ପ୍ରତିପୋଷଣ ପାଇଁ ଲୋକେ ଏହି ଜିଲ୍ଲାରୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। କାମ କରି ଦୁଇପଇସା ରୋଜଗାର କରିବା ପାଇଁ ବାଂଶପାଳ ବ୍ଲକ୍‌ର ଯୁବକଯୁବତୀମାନେ ବେଙ୍ଗାଲୁରୁ ଯାଇଛନ୍ତି। ହେଲେ ସେଠାରୁ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ଖବର ଆସୁଛି। ବାଂଶପାଳ ବ୍ଲକ୍ ତୋଟାଡିହି ଗ୍ରାମର ଦଶରଥ ଗଡ଼ମାଝୀଙ୍କ ଝିଅ କୁନ୍ତଳାଙ୍କ ମୃତଦେହ ଆସି ରବିବାର ଗାଁରେ ପହଞ୍ଚିଛି। ଅନ୍ୟପଟେ ସେହି ବେଙ୍ଗାଲୁରୁରେ ରହି ସିଲେଇ କାମ କରୁଥିବା ଗୋପପୁର ଗ୍ରାମର ସ୍ବର୍ଗତ ଚିତ୍ରସେନ ଭିତିରିଆଙ୍କ ଝିଅ ମନ୍ଦାକିନୀ (୨୪)ଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। 

Also Read: ବିବାହ ବେଦୀରୁ ଉଠି ପଡ଼ିଶା ଘରକୁ ଧାଇଁ ପଳାଇଲେ କନ୍ୟା

ତୋଟାଡିହି ଗ୍ରାମର ଦଶରଥ ଗଡ଼ମାଝୀଙ୍କ ଝିଅ କୁନ୍ତଳା ବେଙ୍ଗାଲୁରୁରେ ରହି ସିଲେଇ କାମ କରୁଥିଲେ। କିନ୍ତୁ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲା। ଗତ ୨୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। କୁନ୍ତଳାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଝିଅର ମୃତଦେହ ଘରକୁ କେମିତି ଫେରିବ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ବାପା ମା ବାଂଶପାଳ ଫାଣ୍ଡି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନେ ବାଂଶପାଳ ବ୍ଲକ୍‌ ଅଧ୍ୟକ୍ଷ ମାନସ ଦେହୁରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସହଯୋଗ ମଧ୍ୟ ଲଢିଥିଲେ। ରାଜ୍ୟ ଶ୍ରମ କମିସନର ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବେଙ୍ଗାଲୁରୁର ଓଡ଼ିଆ ସମାଜ ସହାୟତାରେ ବିମାନ ଯୋଗେ କୁନ୍ତଳାଙ୍କ ମୃତଦେହ ଭୁବନେଶ୍ବର ଆସିଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ତୋଟାଡିହିକୁ ଅଣାଯାଇ  ଶେଷକୃତ୍ୟ ସମ୍ପନ୍ନ ହୋଇଛି। 

fallback

ସେହିପରି ଗୋପପୁର ଗ୍ରାମର ସ୍ବର୍ଗତ ଚିତ୍ରସେନ ଭିତିରିଆ ଓ କାନ୍ଦିରୀ ଭିତିରିଆଙ୍କ ଝିଅ ମନ୍ଦାକିନୀ ତିନିମାସ ହେବ ବେଙ୍ଗାଲୁରୁର ଡେଭିନିସି ପ୍ରାଇଭେଟ ଲିଃ. ନାମକ ଏକ ସଂସ୍ଥାରେ ସିଲେଇ କାମ କରୁଥିଲେ। ବର୍ଷେ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ପରିବାର ପ୍ରତିପୋଷଣ ଆଶାରେ ବଡ଼ଭଉଣୀ ସଂଘମିତ୍ରାଙ୍କ ସହ ମନ୍ଦାକିନୀ ବେଙ୍ଗାଲୁରୁ ଯାଇଥିଲେ। ରବିବାରଠାରୁ ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜୟନଗରସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମନ୍ଦାକିନୀଙ୍କ ମୃତ୍ୟୁ ଖବର ବଡ଼ଭଉଣୀ ସଂଘମିତ୍ରା ଫୋନ୍‌ ଯୋଗେ ଜଣାଇବା ପରେ ପରିବାର ଲୋକ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ମନ୍ଦାକିନୀଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଗରିବ ହୋଇଥିବାରୁ ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ପ୍ରଶ୍ନ ଉଠୁଛି ଧନୀ ଜିଲ୍ଲାରେ ରୋଜଗାର ନ ଥିବାରୁ ଯୁବକ ଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏଥିପାଇଁ  ଦାୟୀ କିଏ?