Odisha News: ପାଟଣାଗଡରେ ହିଟ୍ ଆଣ୍ଡ ରନ୍ ମାମଲା, ତିନି ଯୁବତୀଙ୍କ ଉପରେ ଗାଡି଼....
Advertisement
Article Detail0/zeeodisha/odisha2425066

Odisha News: ପାଟଣାଗଡରେ ହିଟ୍ ଆଣ୍ଡ ରନ୍ ମାମଲା, ତିନି ଯୁବତୀଙ୍କ ଉପରେ ଗାଡି଼....

Odisha News: ବଲାଙ୍ଗୀର ପାଟଣାଗଡ଼ରେ ଅଭାବନୀୟ ଘଟଣା। ପାଟଣାଗଡ଼ରେ ସାମ୍ନାକୁ ଆସିଲା ହିଟ୍ -ଆଣ୍ତ ରନ୍ ମାମଲା । ଏହି ଘଟଣାରେ ବନ୍ଧା ହେଲେ କାର୍ ମାଲିକ ସୁଶୀଲ୍ କୁମାର ସାହୁ। 

Odisha News: ପାଟଣାଗଡରେ ହିଟ୍ ଆଣ୍ଡ ରନ୍ ମାମଲା, ତିନି ଯୁବତୀଙ୍କ ଉପରେ ଗାଡି଼....

Odisha News: ବଲାଙ୍ଗୀର ପାଟଣାଗଡ଼ରେ ଅଭାବନୀୟ ଘଟଣା। ପାଟଣାଗଡ଼ରେ ସାମ୍ନାକୁ ଆସିଲା ହିଟ୍ -ଆଣ୍ତ ରନ୍ ମାମଲା । ଏହି ଘଟଣାରେ ବନ୍ଧା ହେଲେ କାର୍ ମାଲିକ ସୁଶୀଲ୍ କୁମାର ସାହୁ। ଅଭିଯୁକ୍ତଙ୍କୁ ବେଲପଡା ପୋଲିସ୍ ଗିରଫ କରିଥିବା ଜଣାପଡିଛି। ତେବେ, ଗିରଫ ହୋଇଥିବା ବ୍ୟକ୍ତି ଜଣକ ଢାବା ମାଲିକ ବୋଲି ଜଣାପଡିଛି। 

ALSO READ : Bidusmita Viral Video: ସୋସିଆଲ ମିଡିଆରେ ନିଆଁ ଲଗାଇଲା ବିଦୁସ୍ମିତାଙ୍କ ଏହି ଭିଡିଓ , ଆପଣ ଦେଖିଛନ୍ତି କି?

ALSO READ : Rani Panda: ପୁଣି ଥରେ କାହା ପାଇଁ ଏହି ଭିଡିଓ ଜାରି କଲେ ରାଣୀ ପଣ୍ତା? ଦେଖନ୍ତୁ

ସୂଚନା ଅନୁସାରେ,  ଗତକାଲି ନିଶାସକ୍ତ ଅବସ୍ଥାରେ ତିନି ଯୁବତୀଙ୍କ ଉପରେ କାର୍ ଚଢାଇ ଦେଇଥିଲେ ସୁଶୀଲ।  ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।  ତେବେ, ସୂଚନା ଯୋଗ୍ୟ, ନୁନହାଡ ଗାଁ- ବସଷ୍ଟାଣ୍ଡ ନିକଟରେ ତିନି ଯୁବତୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ କାର୍ ଚଢିଯାଇଥିଲା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ହେଲେ ଭୋଲେଶ୍ବରୀ ମାଝୀ ।  ଅନ୍ୟ ଦୁଇ ଯୁବତୀ ପ୍ରତିମା ଧରୁଆ ଓ ଜେମନ୍ତୀ ମାଝୀଙ୍କ ଚିକିତ୍ସା ଜାରି ରହିଛି । ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି।