CBSE 10th 12th Result 2022: CBSE ଦଶମ, ଦ୍ୱାଦଶ ଶ୍ରେଣୀ ରେଜଲ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍
Advertisement
Article Detail0/zeeodisha/odisha1265871

CBSE 10th 12th Result 2022: CBSE ଦଶମ, ଦ୍ୱାଦଶ ଶ୍ରେଣୀ ରେଜଲ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍

CBSE Board Class 10th, 12th Result 2022: ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ପ୍ରକାଶ ପାଇପାଇବାକୁ ଯାଉଛି । ତେବେ, ଏପର୍ଯ୍ୟନ୍ତ ଦଶମ, ଦ୍ୱାଦଶ ଫଳାଫଳ ତାରିଖ ବିଷୟରେ CBSE ଦ୍ୱାରା କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ ।

ସୌ: ସୋସିଆଲ ମିଡିଆ

CBSE Board Class 10th, 12th Result 2022: ନିକଟରେ ICSE ଶ୍ରେଣୀ ୧୦ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଥିଲା । ସିବିଏସ୍ଇ ଛାତ୍ର-ଛାତ୍ରୀମାନେ ସେମାନଙ୍କର ଫଳାଫଳ ବାହାରିବାକୁ ନେଇ ଅପେକ୍ଷା କରିଛନ୍ତି । ବୋର୍ଡର ୱେବସାଇଟ୍ ବ୍ୟତୀତ, CBSE ଫଳାଫଳ ଡିଜିଲୋକର୍, UMANG ଆପ୍ ଓ results.gov.in ରେ ମଧ୍ୟ ଉପଲବ୍ଧ ହେବ । ସିବିଏସଇ ଫଳାଫଳ ଠିକ୍ ସମୟରେ ଆସିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan) ଶନିବାର କହିଛନ୍ତି । ମନ୍ତ୍ରୀ କହିଛନ୍ତି, "ସିବିଏସ୍ଇ ଫଳାଫଳରେ କୌଣସି ବିଳମ୍ବ ହେବନାହିଁ । ସିବିଏସ୍ଇ ପରୀକ୍ଷା ଜୁନ୍ ୧୫ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ଯାଞ୍ଚ ପାଇଁ ୪୫ ଦିନ ସମୟ ଲାଗିଥାଏ ।

ଏହାପୂର୍ବରୁ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସୂଚନା ଦେଇଥିଲା ଯେ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇର ଶେଷ ସପ୍ତାହରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳାଫଳ ଘୋଷଣା କରାଯିବ । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିବିଏସ୍ଇ କ୍ଲାସ୍ ଦ୍ୱାଦଶ ଫଳାଫଳ ଆଜି ପ୍ରକାଶ ପାଇପାରେ । ଦଶମ ଓ ଦ୍ୱାଦଶ ଫଳାଫଳ ପ୍ରକାଶ ପାଇବାକୁନେଇ ଶିକ୍ଷା ମନ୍ତ୍ରୀ ତାରିଖ ଓ ସମୟ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

ଏହିପରି ଦେଖିପାରିବେ ରେଜଲ୍ଟ

ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in, cbresults.nic.in ରେ ଭିଜିଟ୍ କରନ୍ତୁ ।

ଏହା ପରେ CBSE ଦଶମ / ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ ।

ବର୍ତ୍ତମାନ ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର / ରୋଲ୍ ନମ୍ବର ଏଣ୍ଟ୍ରି କରନ୍ତୁ ।

ଏହା ପରେ ଦଶମ ଓ ଦ୍ୱାଦଶ ୨୦୨୨ ର ରେଜଲ୍ଟ ସ୍କିନରେ ଦେଖାଯିବ ।

ଏହା ପରେ ନିଜର ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ।

ଶେଷରେ ରେଜଲ୍ଟରୁ ଏକ ପ୍ରିଣ୍ଟ୍ ବାହାର କରିନିଅନ୍ତୁ ।

ଏହା ବି ପଢ଼ନ୍ତୁ: CTET ପରୀକ୍ଷାକୁ ନେଇ CBSE ଜାରିକଲା ସଂକ୍ଷିପ୍ତ ବିଜ୍ଞପ୍ତି; ପରୀକ୍ଷା ବିଷୟରେ ରହିଛି ଏହି ସୂଚନା

ଏହା ବି ପଢ଼ନ୍ତୁ: ଲିଭ୍-ଇନରେ ରହି ସମ୍ପର୍କ ଖରାପ ହେଲେ ଦାଖଲ କରିପାରିବେ ନାହିଁ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟ