ବିଶ୍ୱରେ ବଢୁଛି କଣ୍ଡୋମର ଚାହିଦା, ଏହି ଦେଶରେ ବାଇକଠୁ ବି ମହଙ୍ଗା ଗୋଟିଏ ପ୍ୟାକେଟ
Advertisement

ବିଶ୍ୱରେ ବଢୁଛି କଣ୍ଡୋମର ଚାହିଦା, ଏହି ଦେଶରେ ବାଇକଠୁ ବି ମହଙ୍ଗା ଗୋଟିଏ ପ୍ୟାକେଟ

ଭାରତରେ ସରକାରୀ ହସ୍ପିଟାଲ, ସ୍ୱାସ୍ଥ୍ୟକର୍ମୀ, ଏନଜିଓ ଗୁଡିକ ମାଗଣାରେ କଣ୍ଡୋମ ଯୋଗାଇ ଦିଅନ୍ତି। ବଜାରରେ ଏହାର ଗୋଟିଏ ପ୍ୟାକେଟ ୩୦ରୁ ୫୦ ଟଙ୍କାରେ ମିଳେ। କିନ୍ତୁ ଭେନେଜୁଏଲାରେ ଗୋଟିଏ ପ୍ୟାକେଟ କଣ୍ଡୋମର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ନିକଟରେ ବିଶ୍ୱ ଜନସଂଖ୍ୟା ଦିବସ ଯାଇଛି। ଯେଉଁ ମାତ୍ରାରେ ବିଶ୍ୱର ଜନସଂଖ୍ୟା ବିସ୍ଫୋରଣ ହେଉଛି ତାହା ପ୍ରାୟ ସମସ୍ତ ଦେଶକୁ ଚିନ୍ତାରେ ପକାଇଛି। ଆସନ୍ତା ୨୦୨୭ ସୁଦ୍ଧା ଭାରତ, ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ବୋଲି ଅନୁମାନ କରାଯାଉଛି। ଜନସଂଖ୍ୟା ନିୟନ୍ତ୍ରଣ କରିବାରେ କଣ୍ଡୋମ ବା ନିରୋଧର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ରାୟତଃ ସମସ୍ତ ଦେଶରେ ସରକାରଙ୍କ ତରଫରୁ ମାଗଣା କିମ୍ବା ସୁଲଭ ମୂଲ୍ୟରେ କଣ୍ଡୋମ ଯୋଗାଇ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି, ଦୁନିଆରେ ଏମିତି ମଧ୍ୟ ଦେଶ ଅଛି ଯେଉଁଠି କଣ୍ଡୋମର ମୂଲ୍ୟ ଟିଭି ଠାରୁ ଅଧିକ ଟଙ୍କା। 

ଭାରତରେ ସରକାରୀ ହସ୍ପିଟାଲ, ସ୍ୱାସ୍ଥ୍ୟକର୍ମୀ, ଏନଜିଓ ଗୁଡିକ ମାଗଣାରେ କଣ୍ଡୋମ ଯୋଗାଇ ଦିଅନ୍ତି। ବଜାରରେ ଏହାର ଗୋଟିଏ ପ୍ୟାକେଟ ୩୦ରୁ ୫୦ ଟଙ୍କାରେ ମିଳେ। କିନ୍ତୁ ଭେନେଜୁଏଲାରେ ଗୋଟିଏ ପ୍ୟାକେଟ କଣ୍ଡୋମର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା। ଆଉ ଏହା ସେହି ଦେଶର ଗୋଟିଏ ଟିଭିର ମୂଲ୍ୟ ଆଉ ଭାରତର ଗୋଟିଏ ବାଇକର ମୂଲ୍ୟଠୁ ବି ଅଧିକ। ଆଉ ଏହା ସେଠାକାର କଣ୍ଡୋମର ନିୟମିତ ବା ସାଧାରଣ ମୂଲ୍ୟ।

Also Read: ମୋଟାପଣକୁ ନେଇ ଚିନ୍ତିତ କି ? ବ୍ୟାୟାମ କରିବାର ସର୍ବୋତ୍ତମ ସମୟ ବିଷୟରେ ଜାଣନ୍ତୁ ଓଜନ ହ୍ରାସ ହେବ ଯଥାଶୀଘ୍ର

ବିଶ୍ୱରେ ମହଙ୍ଗାରୁ ମହଙ୍ଗା କଣ୍ଡୋମ ମିଳେ। କିନ୍ତୁ ଭେନେଜୁଏଲାରେ ସାଧାରଣ କଣ୍ଡୋମର ମୂଲ୍ୟ ୬୦ ହଜାର ଟଙ୍କା। ମହଙ୍ଗା କଣ୍ଡୋମକୁ ନେଇ ସେଠାରେ ଜନ ଆକ୍ରୋସ ଦେଖିବାକୁ ମିଳୁଛି। ଭେନେଜୁଏଲାରେ ଗର୍ଭପାତ ଉପରେ ମଧ୍ୟ କଡା ନିୟମ ଅଛି। ବେଆଇନ ଗର୍ଭପାତ କରାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏକ ରିପୋର୍ଟ ଅନୁସରେ ଭେନେଜୁଏଲାରେ କିଶୋରୀଙ୍କ ଗର୍ଭଧାରଣ ସଂଖ୍ୟା ଅଧିକ ରହିଛି।

ଅନ୍ୟପଟେ Technavioର ରିପୋର୍ଟ ଅନୁସାରେ, ବିଶ୍ୱରେ କଣ୍ଡୋମ ମାର୍କେଟ ଭ୍ୟାଲୁ ୨୦୨୫ ସୁଦ୍ଧା ୩୭୦୦ କୋଟି ଟଙ୍କା ଟପିବ। ବିଶେଷ କରି ଆମେରିକୀୟ ଓ ୟୁରୋପୀୟ କମ୍ପାନୀ ଗୁଡିକ ସେମାନଙ୍କ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ଏହାର ଉପଭୋକ୍ତା ହେବେ ଆମେରିକା, ଚୀନ, ଭାରତ, ଜାପାନ ଓ ବ୍ରିଟେନ ଭଳି ଦେଶ। କୋରୋନା କାଳରେ କଣ୍ଡୋମର ବ୍ୟବହାର ବୃଦ୍ଧି ପାଇଛି ବୋଲି ବିଶ୍ୱର ଅଗ୍ରଣୀ ଗବେଷଣା ସଂସ୍ଥା କହିଛି।