OJS Result: ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ, ବାଜି ମାରିନେଲେ ଝିଅ, ପଛରେ ପଡି଼ଲେ ପୁଅ
Advertisement
Article Detail0/zeeodisha/odisha2031611

OJS Result: ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ, ବାଜି ମାରିନେଲେ ଝିଅ, ପଛରେ ପଡି଼ଲେ ପୁଅ

OJS Result 2023: ଓଡି଼ଶା ଜୁଡ଼ିସିଆଲ ସର୍ଭିସ (OJS) ରେଜଲ୍ଟ ପ୍ରକାଶ ପାଇଛି । ଟପ୍ ୧୦ ତାଲିକାରେ ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି ।

 

OPSC OJS Result 2023 Released

OJS Result 2023: ଓଡି଼ଶା ଜନସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍ ସର୍ଭିସେସ୍ (OJS) ର ଚୂଡ଼ାନ୍ତ ପରୀକ୍ଷଣର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇଛି । ମହିଳା ପ୍ରାର୍ଥୀମାନେ ସେମାନଙ୍କ ପ୍ରତିପକ୍ଷଙ୍କୁ ପଛରେ ପକାଇ ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏଥିରେ ୫୫ ଜଣ ପାସଙ୍କ ମଧ୍ୟରୁ ୩୩ ଜଣ ଝିଅ ଅଛନ୍ତି । ଏହା ସହ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟ ସ୍ଥାନରେ ନୀଲିଶା ପଟ୍ଟନାୟକ ରହିଛନ୍ତି। ଏହାପରେ ତୃତୀୟ ଚତୃଥ ସ୍ଥାନରେ ଯଥାକ୍ରମେ ଅନନ୍ୟା ମିଶ୍ର ଓ ରଞ୍ଜିତା ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଟପ୍ ୧୦ ତାଲିକାରେ ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି ।

ଏଠାରେ ଦେଖନ୍ତୁ ଟପ୍ ୧୦ ତାଲିକା

1. ସୁଶ୍ରିତା ମିଶ୍ର 
2. ନୀଲିଶା ପଟ୍ଟନାୟକ
3. ଅନନ୍ୟା ମିଶ୍ର
4. ରଞ୍ଜିତା ପଟ୍ଟନାୟକ
5. ଲୋପାମୁଦ୍ରା ଆଚାର୍ଯ୍ୟ
6. ହର୍ଷିତା ମିଶ୍ର
7. ପ୍ରଜ୍ଞା ସୁମନ ମିଶ୍ର
8. ଆର ତୋଷାଳି
9. ସତ୍ୟଜୀତ ପାଣି
10. ଲଲିତେନ୍ଦୁ ଦେବତା

ସବିଶେଷ ତଥ୍ୟ ପାଇବାକୁ ଆଗ୍ରହୀ ପ୍ରାର୍ଥୀଙ୍କୁ OPSC ୱେବସାଇଟ୍: www.opsc.gov.in ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି ।