Odisha News: ଏହି ଦିନ ହେବ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା
Advertisement
Article Detail0/zeeodisha/odisha2287025

Odisha News: ଏହି ଦିନ ହେବ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା

Odisha News: ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟ  ଓ କଲେଜରେ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ। ଏନେଇ ଚଳିତ ମାସ ୨୨ ତାରିଖରେ ଆଡ଼ମିଟ୍ କାର୍ଡ଼ ମିଳିବ ।..

 

 

Odisha News: ଏହି ଦିନ ହେବ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା

Odisha News: ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟ  ଓ କଲେଜରେ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ। ଜୁଲାଇ ୩ ରୁ  ୧୪ ପର୍ଯ୍ୟନ୍ତ  ଏହି ପରୀକ୍ଷା ହେବ ବୋଲି ଜଣାପଡିଛି।  ଚଳିତ ମାସ ୨୨ ତାରିଖରେ ଆଡ଼ମିଟ୍ କାର୍ଡ଼ ମିଳିବ ।  ଏସଏସବି ପକ୍ଷରୁ  ଏହି ପ୍ରବେଶିକା ପରୀକ୍ଷା କରାଯିବ। ଚଳିତ ବର୍ଷ ୧୧୩ ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ ହଜାର ୯୨୨ ସିଟ୍ ରେ ନାମଲେଖା ହେବ ବୋଲି ଜଣାପଡିଛି। ୬୩,୧୮୪ ଜଣ ଆବେଦନ କରିଥିବା ବେଳେ ୬୨, ୫୪୪ ଜଣ ଅନଲାଇନ୍ ଫି ଦାଖଲ କରିଛନ୍ତି। 

ALSO READ: Chaturgrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଚତୁଃଗ୍ରାହୀ ଯୋଗ, ବୃଷ, କନ୍ୟା ସହ ଲାଭରେ ରହିବେ ଏହି ୩ ରାଶି!

ALSO READ: Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହି ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

ସୂଚନା ଯୋଗ୍ୟ,  ଚଳିତ ବର୍ଷ ପିଜି ନାମଲେଖା ଆବେଦନ ପାଇଁ  ଛାତ୍ରଛାତ୍ରୀଙ୍କୁ ମାତ୍ର ୯ ଦିନ ସମୟ ଦିଆଯାଇଥିଲା।  ଫଳରେ ସେମାନେ  ଆବେଦନ କରିବାରେ ଅସୁବିଧା ଭୋଗିଥିଲେ। ସାଧାରଣ ନିର୍ବାଚନ ସାଙ୍ଗକୁ  ସରକାରୀ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର  ପାଇବାରେ ବିଳମ୍ବ ହେଇଥିବାରୁ ଅନେକ ଛାତ୍ରଛାତ୍ରୀ  ବଞ୍ଚିତ ହୋଇଥିଲେ। ତେଣୁ ଉଚ୍ଚ ଶିକ୍ଷା ବିଭାଗ ପୁନଃ ଆବେଦନ ପାଇଁ  ସୁଯୋଗ ଦେବାକୁ ବାରମ୍ବାର ଦାବି ହେଉଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ କିନ୍ତୁ ଶୁଣି ନଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।