Surya Birthday: ଭାଗ୍ୟର ବିଡ଼ମ୍ବନା, ସୂର୍ଯ୍ୟଙ୍କ ପାଇଁ ଚାଲିଗଲା ତାଙ୍କର ୨ ଫ୍ୟାନ୍ସଙ୍କ ଜୀବନ..
Advertisement
Article Detail0/zeeodisha/odisha1793276

Surya Birthday: ଭାଗ୍ୟର ବିଡ଼ମ୍ବନା, ସୂର୍ଯ୍ୟଙ୍କ ପାଇଁ ଚାଲିଗଲା ତାଙ୍କର ୨ ଫ୍ୟାନ୍ସଙ୍କ ଜୀବନ..

Surya Birthday: ଟଲିଉଡର ଲୋକପ୍ରିୟ କଳାକାର ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସୂର୍ଯ୍ୟ କୁମାରଙ୍କ ଜନ୍ମଦିନ ପାଳନ ବେଳର ଏକ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂର୍ଯ୍ୟଙ୍କ ଜନ୍ମଦିନ ପାଳନ ପାଇଁ ଏକ ଖୁଣ୍ଟିରେ ଚଢ଼ି ତାଙ୍କ ବ୍ୟାନର ଲଗାଉଥିବା ବେଳେ ତାଙ୍କର ୨ ଜଣ ପ୍ରଶଂସକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ।

ସାଙ୍କେତିକ ଫଟୋ: Actor Surya Birthday celebration tragedy

ଆଜିକାଲି ବଲିଉଡ୍ ଚଳଚ୍ଚିତ୍ର((Bollywood Movie) ଅପେକ୍ଷା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର(South Indian Movie) ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ସେଥିପାଇଁ ଦେଶରେ ଦକ୍ଷିଣ ଭାରତୀୟ କଳାକାରଙ୍କ କ୍ରେଜ୍ ଖୁବ୍ ବେଶୀ। ବିଶେଷ କରି ଜଦି ଆମେ ଦେଖିବା ଦକ୍ଷିଣ ଭାରତରେ ପ୍ରଶଂସକମାନେ ଫିଲ୍ମ ହିରୋଙ୍କୁ ବେଶ୍ ପସନ୍ଦ କରିଥାନ୍ତି। ଏଠାକାର ଦର୍ଶମାନେ ଏହି ହିରୋମାନଙ୍କୁ କେବଳ ଜଣେ ଅଭିନେତା ବା କଳାକାର ଭାବରେ ପସନ୍ଦ କରିନଥାନ୍ତି ବରଂ ସେମାନଙ୍କୁ ଭଗବାନ ଭଳି ପୂଜା କରିଥାନ୍ତି ।ମାତ୍ର କେବେ କେବେ ଏହି ପ୍ରଶଂସକମାନେ ନିଜ ପ୍ରିୟ ହିରୋ ବା ଅଭିନେତାମାନଙ୍କ ପାଇଁ ଏମିତି କିଛି ପାଗଳାମି କରି ଦିଅନ୍ତି ଯାହାକି ସେମାନଙ୍କ ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ତେବେ ଏପରି ଏକ ଦୁଖଃଦପୂର୍ଣ୍ଣ ଖବର ଆସିଛି ଆନ୍ଧ୍ରପ୍ରଦେଶ(Andhra Pradesh) ରାଜ୍ୟରୁ, ଯେଉଁଠି ଅଭିନେତା ସୂର୍ଯ୍ୟା(Surya)ଙ୍କର ଜଣେ ପ୍ରଶଂସକ ସୂର୍ଯ୍ୟାଙ୍କ ବ୍ୟନର ଲଗାଇବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ତେବେ ସୂଚନା ଅନୁସାରେ ଗତ କାଲି ଅଭିନେତା ସୂର୍ଯ୍ୟଙ୍କର ଜନ୍ମଦିନ ଥିବାବେଳେ ଏହାକୁ ପାଳନ କରିବା ପାଇଁ ଆନ୍ଧ୍ରପ୍ରଦେଶର ପାଲନାଡ଼ୁ ଜିଲ୍ଲାର ଦୁଇ ଜଣ ପ୍ରଶଂସକ ଏକ ଖୁଣ୍ଟିରେ ଚଢ଼ି ତାଙ୍କ ବ୍ୟାନର ଲଗାଉଥିଲେ। ହଠାତ୍ ସେମାନେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ହେତୁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ ।

 ସ୍ଥାନୀୟ ପୋଲିସର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ମୋପୁଲାଭରିପାଲେମ ଗ୍ରାମରେ ବିଦ୍ୟୁତ ସଂଯୋଗ ହେତୁ ନରସାରାଓପେଟ ମଣ୍ଡଳର ନାକ୍କା ଭେଙ୍କଟେଶ ଏବଂ ପୋଲୁରୀ ସାଇଙ୍କର ମୃତ୍ୟୁ ଘଟିଛି। ବ୍ୟାନର ଲଗାଇବା ବେଳେ ଫ୍ଲେକ୍ସିର ଏକ ଲୁହା ରଡ ଏକ ଓଭରହେଡ୍ ଇଲେକ୍ଟ୍ରିକ୍ ତାର ସହିତ ସଂସ୍ପର୍ଶରେ ଆସିବା ପରେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ଉଭୟ ଯୁବକଙ୍କର ମୃତ୍ୟୁ ଘଟିଛି।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଉଭୟ ମୃତ ବ୍ୟକ୍ତି ନାରସାରାଓପେଟର ଏକ ଘରୋଇ ଡିଗ୍ରୀ କଲେଜର ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିଲେ।  ମୃତଦେହକୁ ନରସାରାଓପେଟ ସରକାରୀ ଡାକ୍ତରଖାନାରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।ପୋଲୁରୀ ସାଇଙ୍କ ଭଉଣୀ ଓ ତାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ପାଇଁ କଲେଜକୁ ଦାୟୀ କରିଛନ୍ତି।

ତାଙ୍କ ଭଉଣୀ କହିଛନ୍ତି, "ମୋ ଭାଇର ମୃତ୍ୟୁ ପାଇଁ କଲେଜ ଦାୟୀ। ଆମେ କଲେଜକୁ ବହୁତ ଫି ଦେଉଛୁ। କଲେଜରେ ଯୋଗଦେବା ପୂର୍ବରୁ ସେମାନେ ଆମକୁ ଆଶ୍ୱାସନା ଦେଇଥିଲେ ଯେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ରହିବେ ଏବଂ ସେମାନେ ଭଲବାବେ ତଦାରଖ କରିବେ, କିନ୍ତୁ, କଲେଜ ହଷ୍ଟେଲରେ ଛାତ୍ରମାନଙ୍କୁ ସୁରକ୍ଷାର ତଦାରଖ ସେମାନେ ସଠିକ୍ ଭାବେ କରୁନାହାଁନ୍ତି। ଆମେ ପ୍ରତିଦିନ କଲେଜ ଫି ଦେବା ପାଇଁ ପରିଶ୍ରମ କରି ଟଙ୍କା ସଞ୍ଚୟ କରୁଛୁ, ଆମେ କଲେଜ ଫିସ୍ ଦେବା ପାଇଁ ବହୁତ ସଂଘର୍ଷ କରୁଛୁ, ହେଲେ ଏବେ ଆଉ ମୋ ଭାଇ ନାହିଁ ."

Also Read: State Govt Scheme: ଖୁସି ଖବର !ସହରରେ ଘର କଲେ ସରକାର ଦେବେ ୩ ଲକ୍ଷ

Weather Update: ଆସୁଛି ଆଉ ଏକ ଲଘୁଚାପ ! ପ୍ରଭାବରେ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା