Sonu Sood: ଲୋକାଲ ଟ୍ରେନରେ ଯାତ୍ରା କଲେ ରିୟଲ ହିରୋ, ଫ୍ୟାନ୍ସ କହିଲେ...
Advertisement
Article Detail0/zeeodisha/odisha1443606

Sonu Sood: ଲୋକାଲ ଟ୍ରେନରେ ଯାତ୍ରା କଲେ ରିୟଲ ହିରୋ, ଫ୍ୟାନ୍ସ କହିଲେ...

 Sonu Sood: ବଲିଉଡ୍ ଅଭିନେତା ସୋନୁସୁଦ । କୋରୋନାର ସମୟରେ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଲୋକଙ୍କ ହୃଦୟରେ ରହି ଆସିଛନ୍ତି । ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କ ସହ କଥା ହୋଇ ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବାରେ କାମ କରିଛନ୍ତି ଅଭିନେତା।

ସୌଜନ୍ୟ : ସୋସିଆଲ ମିଡିଆ

Sonu Sood: ବଲିଉଡ୍ ଅଭିନେତା ସୋନୁସୁଦ । କୋରୋନାର ସମୟରେ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଲୋକଙ୍କ ହୃଦୟରେ ରହି ଆସିଛନ୍ତି । ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କ ସହ କଥା ହୋଇ ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବାରେ କାମ କରିଛନ୍ତି ଅଭିନେତା। ଅଭିନେତାଙ୍କ ଏହି କାମକୁ ଦେଶବାସୀ ବେଶ ପ୍ରଶଂସା କରିଛନ୍ତି । ହେଲେ  ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିକଟରେ ଅଭିନେତାଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରଶ୍ନ ଉଠିଛି ।

ସୋନୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅଭିନେତା ଟ୍ରେନର ଏକ ଝରକା ପାଖରେ ବସି ବାହାରକୁ ଚାହିଁ ରହିଛନ୍ତି। ଏହି ସମୟରେ ଅଭିନେତା ଗଭୀର ଚିନ୍ତାରେ ଥିବା  ନଜର ଆସିଥାନ୍ତି । ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, 'ଜୀବନ ହେଉଛି ଏକ ଯାତ୍ରା ...ଭଲ ଯାତ୍ରା କରନ୍ତୁ।' ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଅଭିନେତାଙ୍କ ସରଳତାକୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ସ ନିଜ ମନ୍ତବ୍ୟ ଦେଇ ଲେଖିଛନ୍ତି, 'ରିୟଲ ହିରୋ' ।  ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ସାର୍ ଆପଣ ବହୁତ୍ ଭଲ ବ୍ୟକ୍ତି।' ଏହା ବ୍ୟତୀତ ଅନେକ ୟୁଜର୍ସ ଏହି ଭିଡିଓରେ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି। 

 

 
 
 
 

 
 
 
 
 
 
 
 
 
 
 

A post shared by Sonu Sood (@sonu_sood)

ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ

ଏହାବି ପଢନ୍ତୁ : Bollywood: ଡେବ୍ୟୁ ଫିଲ୍ମରେ ଦେଖାଇଥିଲେ ଜଲଓ୍ବା, ଆଜି ନାହିଁ ବଲିଉଡରେ ଅସ୍ତିତ୍ବ , ଜାଣନ୍ତୁ କେଉଁମାନେ ହେଉଛନ୍ତି ସେହି ସେଲିବ୍ରେଟି

ଏହାବି ପଢନ୍ତୁ : Akshay Kumar: କାନାଡୀୟ ନାଗରିକତ୍ୱ ତ୍ୟାଗ କରିବା ପରେ କାହିଁକି ତାଙ୍କର ନାହିଁ ଭାରତୀୟ ନାଗରିକତା ?

ଏହାବି ପଢନ୍ତୁ :Siddhant Vir Suryavanshi Last Post: ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ କ'ଣ ଥିଲା ଶେଷ ପୋଷ୍ଟ ? ଯାହା ଏବେ ହେଉଛି ଭାଇରାଲ୍

ଯଦି ଆମେ ସୋନୁସୁଦଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବା, ତେବେ ସୋନୁଙ୍କୁ ଶେଷଥର ପାଇଁ ଫିଲ୍ମ 'ସମ୍ରାଟ ପ୍ରୀତିରାଜ' ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ। ଯଦିଓ ଫିଲ୍ମଟି ବକ୍ସ ଅଫିସରେ ଖରାପ ଫ୍ଲପ୍ ହୋଇଥିଲା । ଅନ୍ୟପକ୍ଷରେ, ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିନେତା ଖୁବଶୀଘ୍ର ଶିବ ଆଚାର୍ଯ୍ୟଙ୍କ ଫିଲ୍ମ 'କୋରର୍ଟାଲା'ରେ ନଜର ଆସିବେ। ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ। ରିଲ୍ ଲାଇଫରେ ଭିଲେନ ଭାବେ ପରିଚିତ ଥିବା ବେଳେ ରିଏଲ ଲାଇଫର ଦେଶବାସୀଙ୍କ ପାଇଁ ହିରୋ ସାଜିଛନ୍ତି। କୋରୋନା ମହାମାରୀରେ ଦେଶବାସୀଙ୍କ ସେବା କରି ଚର୍ଚ୍ଚାକୁ ଆସିଥିଲେ ସେ । ସେ ସେଠାରୁ ସାମାଜସେବାରେ ଲାଗିଛନ୍ତି । ତେବେ,ତାଙ୍କ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା।