ରଣବୀର-ଆଲିଆଙ୍କ ବିବାହର ଖୁଣ ବାହାର କଲେ କେଆରକେ, ଟ୍ୱିଟ୍ କରି କଲେ ଟାର୍ଗେଟ୍
Advertisement
Article Detail0/zeeodisha/odisha1153676

ରଣବୀର-ଆଲିଆଙ୍କ ବିବାହର ଖୁଣ ବାହାର କଲେ କେଆରକେ, ଟ୍ୱିଟ୍ କରି କଲେ ଟାର୍ଗେଟ୍

କେଆରକେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, "ବଲିଉଡ ବହୁତ ଭଲ ଫ୍ୟାମିଲି, ଏହାର ଉଦାହାରଣ ହେଲା ଆଲିଆ ଭଟ୍ଟଙ୍କ କଜନ୍ ଇମ୍ରାନ ହାସମୀ (Emran Hashmi) ଙ୍କୁ ବିବାହକୁ ନିମନ୍ତ୍ରଣ କରାଯାଇନାହିଁ ।"

ରଣବୀର-ଆଲିଆଙ୍କ ବିବାହର ଖୁଣ ବାହାର କଲେ କେଆରକେ, ଟ୍ୱିଟ୍ କରି କଲେ ଟାର୍ଗେଟ୍

ନୂଆଦିଲ୍ଲୀ: Alia-Ranbir Wedding: ରଣବୀର କପୁର (Ranbir Kapoor) ଓ ଆଲିଆ ଭଟ୍ଟ (Alia Bhatt) ଏବେ ସାତ ଜନ୍ମର ସାଥୀ ହୋଇଯାଇଛନ୍ତି । ଉଭୟ ୧୪ ଏପ୍ରିଲରେ ମୁମ୍ବାଇସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ସାତଫେରା ନେଇଛନ୍ତି । ବି-ଟାଉନ (B-Town) ରେ ଆଲିଆଙ୍କ ଗସିପ୍ ଏବେ ଟକ୍ ଅଫ୍ ଦ ଟାଉନ (Talk-Of-The-Town) ପାଲଟିଛି । ହେଲେ ଏବେ କେଆରକେ (KRK) ଆଲିଆ ଆଉ ରଣବୀରଙ୍କ ବିବାହକୁ ନେଇ ଟାର୍ଗେଟ୍ କରିଛନ୍ତି ।

କେଆରକେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, "ବଲିଉଡ ବହୁତ ଭଲ ଫ୍ୟାମିଲି, ଏହାର ଉଦାହାରଣ ହେଲା ଆଲିଆ ଭଟ୍ଟଙ୍କ କଜନ୍ ଇମ୍ରାନ ହାସମୀ (Emran Hashmi) ଙ୍କୁ ବିବାହକୁ ନିମନ୍ତ୍ରଣ କରାଯାଇନାହିଁ ।" ଏହାପୂର୍ବରୁ ସେ ଆଲିଆଙ୍କ ବିବାହକୁ ନେଇ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା (Siddharth Malhotra) ଙ୍କ ବି ମଜାକ୍ ଉଡ଼ାଇଥିଲେ । କେଆରକେ ଟ୍ୱିଟ୍ କରି ଲେଖିଛନ୍ତି, "ଥରେ ସିଦ୍ଧାର୍ଥ ଆଲିଆ ଭଟ୍ଟଙ୍କ ପାଇଁ ମୋ ସହ ଝଗଡ଼ା କରିଥିଲେ, ଆଉ ଏବେ ଆଲିଆ ବି ସିଦ୍ଧାର୍ଥଙ୍କୁ ବିବାହକୁ ଡାକି ନାହାଁନ୍ତି । ଔକାତ ଜଣାପଡ଼ିଗଲା ।" 

ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ

ରିପୋର୍ଟ ଅନୁଯାୟୀ, ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ସମୟରେ ଆଲିଆ ଭଟ୍ଟ ଆଉ ସିଦ୍ଧାର୍ଥ ମଲହୋତ୍ରାଙ୍କ ଡେଟିଂର ଖବର ସାମ୍ନାକୁ ଆସିଥିଲା । ହେଲେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ଚାଲିନଥିଲା । ୨୦୧୭ ମସିହାରେ ହିଁ ଉଭୟ ଅଲଗା ଅଲଗା ରାସ୍ତା ବାଛି ନେଇଥିଲେ । ଏହାପରେ ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀଙ୍କୁ ଡେଟ୍ କରିଥିଲେ, ଆଉ ଆଲିଆ ଭଟ୍ଟ ବି ରଣବୀର କପୁରଙ୍କ ସହ ରିଲେସନସିପକୁ ଆସିଥିଲେ ।