Bollywood News: ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା ନାନା ପାଟେକର
Advertisement
Article Detail0/zeeodisha/odisha1961525

Bollywood News: ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା ନାନା ପାଟେକର

Bollywood News: ବର୍ତ୍ତମାନ ବଲିଉଡ ଅଭିନେତା ନାନା ପାଟେକରଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏକ ଭାଇରାଲ୍ ଭିଡିଓ କାରଣରୁ ନାନା ପାଟେକରଙ୍କୁ ନେଇ ବିବାଦ ବଢିଛି । ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା ଯେ, ନାନା ପାଟେକର କିପରି ଜଣେ ସେଲଫି ନେବାକୁ ଆସିଥିବା  ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିଲେ ।

Bollywood News: ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା ନାନା ପାଟେକର

Bollywood News: ବଲିଉଡର ଲୋକପ୍ରିୟ ଭେଟେରାନ ଅଭିନେତା ନାନା ପାଟେକର (nana patekar) ଅନେକ ଗୁଡିଏ ସିନେମାରେ ଅଭିନୟ କରି ଲୋକଙ୍କ ନିକଟରେ ମନୋରଞ୍ଜନର ଖୋରାକ ପହଞ୍ଚାଇଛନ୍ତି । ତାଙ୍କ ଅଭିନିତ ଅନେକ ସିନେମା ସିନେପ୍ରେମୀଙ୍କର ପ୍ରିୟ ହୋଇ ରହିଛି । ଏବେ ବି ନାନା ପାଟେକରଙ୍କ ଅନେକ ଡାଏଲଗ ଲୋକଙ୍କ ପାଇଁ ଖାସ୍ ହୋଇ ରହିଛି । ତେବେ ଏହି ଲୋକପ୍ରିୟ ଅଭିନେତା ବର୍ତ୍ତମାନ ବିବାଦରେ ଛନ୍ଦି ହୋଇପଡିଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ (Slapping Video viral) ହୋଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଅଭିନେତା ତାଙ୍କର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ନାନା ପାଟେକରଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି ।

ଭିଡିଓରେ ସ୍ପଷ୍ଟ ଭାବରେ ଏହା ଦେଖିବାକୁ ମିଳିଥିଲା ଯେ, ଜଣେ ପ୍ରଶଂସକ ନାନା ପାଟେକରଙ୍କ ସହ ସେଲଫି (selfie) ନେବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଅଭିନେତା ନାନା ପାଟେକର ପ୍ରଶଂସକଙ୍କ ମୁଣ୍ଡକୁ ଏକ ଚାପୁଡ଼ା ମାରିଥିଲେ। ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ପ୍ରଶଂସକଙ୍କ ବେକକୁ ଧରି ସେଠାରୁ ନେଇଯାଇଥିଲେ । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଆଜାଦ ଆଦିକର ସେନା ଅମିତାଭ ଠାକୁର ନାନା ପାଟେକରଙ୍କ ବିରୋଧରେ ଥାନାରେ ଏଫଆଇଆର (FIR) ଦେବାକୁ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଭିଡିଓଟି ଖୁବ୍ ଭାଇରାଲ୍ ହେବା ସହ ଟ୍ରୋଲର ଶିକାର ହେବାରୁ ନାନା ପାଟେକର ଏକ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି।

Post- 

ନାନା ପାଟେକରଙ୍କ ଭିଡିଓରେ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ଏକ ଫିଲ୍ମର ସୁଟିଂ (Film shooting) ଚାଲିଥିଲା ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ପଛରୁ ଆସି ତାଙ୍କୁ ଚାପୁଡ଼ା ମାରିବାକୁ ପଡିଥିଲାଲା । ସିନ୍ ଟି ସୁଟିଂ ହେବା ପୂର୍ବରୁ ସେ ଥରେ ଅଭ୍ୟାସ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ସିନେମାର ନିର୍ଦ୍ଦେଶକ ତାଙ୍କୁ ଆଉ ଥରେ ଅଭ୍ୟାସ କରିବାକୁ କହିଥିଲେ। ଯେତେବେଳେ ସେଲଫି ନେବାକୁ ପ୍ରଶଂସକ ପଛ ପଟରୁ ଆସିଥିଲେ, ସେତେବେଳେ ସେ ଭାବିଥିଲେ ଯେ, ସେ ତାଙ୍କ ଟିମର ସଦସ୍ୟ ତେଣୁ ଦୃଶ୍ୟ ଅନୁଯାୟୀ ତାଙ୍କୁ ଚାପୁଡ଼ା ମାରିବାର ଅଭ୍ୟାସ କରୁଥିଲେ । ଭିଡିଓରେ ନାନା ଏକଥା ମଧ୍ୟ କହିଛନ୍ତି ଯେ, ସେ ଫଟୋ ଉଠାଇବା ପାଇଁ କୌଣସି ପ୍ରଶଂସକଙ୍କୁ କେବେ ହେଲେ ମନା କରିନାହାନ୍ତି । ଏହି ଭୁଲଟି ଅଜାଣତରେ ହୋଇଛି । ଭୁଲ ବୁଝାମଣା କାରଣରୁ ସେ କ୍ଷମା ପ୍ରାର୍ଥନା (apologized) କରିଛନ୍ତି । ଲୋକମାନେ ତାଙ୍କୁ ଭଲ ପାଆନ୍ତି, ସେ ଏପରି କାର୍ଯ୍ୟ କେବେ କରିବେ ନାହିଁ । ଯଦି ପ୍ରଶଂସକ ଜଣକ ଆଗକୁ ଆସନ୍ତି, ତେବେ ସେ ତାଙ୍କୁ ମଧ୍ୟ କ୍ଷମା ମାଗିବେ ବୋଲି ଭିଡିଓରେ କହିଛନ୍ତି । ଘଟଣା ଘଟିବା ପରେ ମାଡ ଖାଇଥିବା ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ସେଦିନ ପଳାଇ ଯାଇଥିଲେ। ଏହି ଭିଡିଓ ଜାରୀ କରି ନାନା ପାଟେକର ନିଜର ସ୍ପଷ୍ଟୀକରଣ ସର୍ବସମ୍ମୁଖରେ ରଖିଥିବା ଦେଖିବାକୁ ମିଳିଛି ।

Also Read- IND vs NZ: ଭାରତର ବିଜୟ ଉପରେ ପିଏମ ମୋଦୀଙ୍କ ବାର୍ତ୍ତା

Also Read- IND VS NZ: ବିରାଟଙ୍କ ରେକର୍ଡରେ ଅନୁଷ୍କାଙ୍କ ପ୍ରତିକ୍ରିୟା