Sanjay Dutt: ଗୁରୁତର ଆହତ ହେଲେ ସଞ୍ଜୟ ଦତ୍ତ, ଏହି ଫିଲ୍ମ ପାଇଁ ଚାଲିଥିଲା ବୋମା ବିସ୍ଫୋରଣ ସିକ୍ବେନ୍ସ ସୁଟିଂ
Advertisement
Article Detail0/zeeodisha/odisha1649855

Sanjay Dutt: ଗୁରୁତର ଆହତ ହେଲେ ସଞ୍ଜୟ ଦତ୍ତ, ଏହି ଫିଲ୍ମ ପାଇଁ ଚାଲିଥିଲା ବୋମା ବିସ୍ଫୋରଣ ସିକ୍ବେନ୍ସ ସୁଟିଂ

Sanjay Dutt injured during shooting: ଅନେକ ସମୟରେ ସୁଟିଂ ସମୟରେ ଅଭିନେତା ଓ ଅଭିନେତ୍ରୀ ଆହତ ହେଉଥିବା ନେଇ ଖବର ସାମ୍ନାକୁ ଆସିଥାଏ  । ତେବେ ବୁଧବାର ଦିନ ସୁଟିଂ ସମୟରେ ଆହତ ହୋଇଛନ୍ତି ସଞ୍ଜୟ ଦତ୍ତ ।

ସୌ(ସୋସିଆଲ ମିଡିଆ)

Sanjay Dutt injured during shooting: ନିଜର ଦମଦାର ଅଭିନୟ ପାଇଁ ବଲିଉଡ଼ରେ ବେଶ ପରିଚିତ ସଞ୍ଜୟ ଦତ୍ତ (Sanjay Dutt) । କେ.ଜି.ଏଫ.ରେ (KGF) ଭିଲିଆନ୍ ଭୂମିକାରେ ସଞ୍ଜୟ ଦତ୍ତ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ତେବେ ସଞ୍ଜୟ ଦତ୍ତଙ୍କ ଫ୍ୟାନ୍ସଙ୍କ ଲାଗି ଆସିଛି ଏକ ଦୁଃଖତ ଖବର । ଫିଲ୍ମ ଶୁଟିଂ ସମୟରେ ଆହତ ହୋଇଛନ୍ତି ଅଭିନେତା । ସଞ୍ଜୟ ଦତ୍ତ (Sanjay Dutt) ବର୍ତ୍ତମାନ ବଙ୍ଗାଲୋରରେ ଆଖପାଖ ଅଞ୍ଚଳରେ କନ୍ନଡ଼ ଫିଲ୍ମ (kannada movie) “କେଡ଼ି- ଦି ଡେଭିଲ୍ସ”,( KD - The Devil) ର ଶୁଟିଂ କରୁଛନ୍ତି । ତେବେ ଏହି ଫିଲ୍ମର ସୁଟିଂ ସମୟରେ ସଞ୍ଜୟ ଦତ୍ତ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବୋମା ବିସ୍ଫୋରଣ ଦୃଶ୍ୟ ଶୁଟିଂ (Boom explosion scene shooting) ବେଳେ ସଞ୍ଜୟ ଦତ୍ତ ଆହତ ହୋଇଛନ୍ତି। ସଞ୍ଜୟଙ୍କ କାନ୍ଧ, ହାତ ଓ ମୁହଁରେ ଅନେକ ଆଘାତ ଲାଗିଛି। ଏହି ଘଟଣା ପରେ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି। ସଞ୍ଜୟ ରବି ଭର୍ମାଙ୍କ ଫିଲ୍ମ 'କେଡି: ଡେଭିଲ୍ସ' (KD - The Devil) ପାଇଁ ଆକ୍ସନ ସ୍କ୍ରିନ୍ ସୁଟିଂ (Action Scene) କରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସଞ୍ଜୟଙ୍କ ଆରୋଗ୍ୟ ଲାଭ ନେଇ ପ୍ରାର୍ଥନା କରିଛନ୍ତି । 'କେଜିଏଫ୍ (KGF) ଓ 'କେଜିଏଫ୍- ଚାପ୍ଟର ୨' (KGF chapter 2) ପରେ ସଞ୍ଜୟ ଦତ୍ତଙ୍କୁ ପୁଣି ଥରେ ବଡ଼ ପରଦାରେ ଭିଲେନ୍ (villain) ଭୂମିକାରେ ଦେଖିବାକୁ ମିଳିବ। ସଞ୍ଜୟ ଦତ୍ତ କନ୍ନଡ ଚଳଚ୍ଚିତ୍ର 'କେଡି: ଦି ଡେଭିଲ୍ସ'ରେ ଆକ୍ସନ୍ ହିରୋ ଧ୍ରୁଭ ସରଜାଙ୍କ ବିପରୀତ ଭୂମିକାରେ ନଜର ଆସିବେ। ପ୍ରକାଶଥାଉ କି, ନିକଟରେ ଧ୍ରୁବ ସରଜାଙ୍କ (Dhruva sarja) ଫିଲ୍ମ 'ମାର୍ଟିନ'ର (Martin) ଟିଜର ରିଲିଜ ହୋଇଥିଲା ତେବେ ଏହି ଟିଜରକୁ ବେଶ ପସନ୍ଦ କରିଛନ୍ତି ଲୋକେ ।

ଏହା ବି ପଢନ୍ତୁ-Shahrukh khan on aryan khan: ଏହି କାରଣ ଲାଗି କେବେ ଅଭିନେତା ହୋଇପାରିବେ ନାହିଁ ଆର୍ଯ୍ୟନ୍, ଖୁଲାସା କଲେ ଶାହାରୁଖ ଖାନ

ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ “କେଡି: ଦି ଡେଭିଲ୍ସ” (KD - The Devil) କେଭିଏନ୍ ବ୍ୟାନରରେ ନିର୍ମିତ କରାଯାଉଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନଜର ଆସିବେ। ସଞ୍ଜୟ ଦତ୍ତଙ୍କ ଶେଷ ଥର ପାଇଁ ରଣବୀର କପୁର (Ranbir kapoor) ଓ ବାନୀ କପୁରଙ୍କ  (vaani kapoor ) ଅଭିନୀତ ଫିଲ୍ମ 'ସମଶେରା'ରେ (Samsera) ନଜର ଆସିଥିଲେ। ତେବେ ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ୍ ପ୍ରର୍ଦଶନ କରିପାରିନଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ତେବେ ସଞ୍ଜୟ ଦତ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ରବିନା ଟଣ୍ଡନଙ୍କ (Raveena Tendon) ସହ ସ୍କ୍ରିନ୍ ସେୟାର୍ କରିବା ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ-ShahRukh Khan: କିଙ୍ଗ ଖାନଙ୍କୁ ଆଉ ଏକ ସଫଳତା, ଜିତିଲେ ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ

ଏହା ବି ପଢନ୍ତୁ-Kapil Sharma: ଦିନେ ବାପାଙ୍କ ଚିକିତ୍ସା ପାଇଁ ନଥିଲା ଟଙ୍କା, ଏବେ ଏତିକି କୋଟିର ମାଲିକ କପିଲ ଶର୍ମା

ଏହା ବି ପଢନ୍ତୁ-Salman Khan Death Threat: ବିପଦରେ ଭାଇଜାନଙ୍କ ଜୀବନ! ୩୦ ଏପ୍ରିଲ ଲାଷ୍ଟ ଡେଟ୍

ଏହା ବି ପଢନ୍ତୁ-Aishwarya Rai Bachchan: ପବ୍ଲିକ୍ ପ୍ଲେସରେ ଅଭିଷେକଙ୍କୁ ଏମିତି ବ୍ୟବହାର ଦେଖାଇଲେ ଐଶ୍ବର୍ଯ୍ୟା