Priyanka Chopra: 'ହିରୋଙ୍କ ପାଉଣାର ମାତ୍ର ୧୦ ପ୍ରତିଶତ ଟଙ୍କା ପାଉଥିଲି'
Advertisement
Article Detail0/zeeodisha/odisha1474604

Priyanka Chopra: 'ହିରୋଙ୍କ ପାଉଣାର ମାତ୍ର ୧୦ ପ୍ରତିଶତ ଟଙ୍କା ପାଉଥିଲି'

Priyanka Chopra: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସେ ନିଜର ଦମଦାର ଅଭିନୟ ପାଇଁ ଆଜି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଚଳିତ ବର୍ଷ ବିସିସିଆଇର ୧୦୦ ମହିଳା ତାଲିକାରେ ପ୍ରିୟଙ୍କା ମଧ୍ୟ ଅଛନ୍ତି । ଏହି ତାଲିକାରେ ସ୍ଥାନ ପାଇବାକୁ ଚାରିଜଣ ଭାରତୀୟଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ରହିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Priyanka Chopra: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସେ ନିଜର ଦମଦାର ଅଭିନୟ ପାଇଁ ଆଜି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଚଳିତ ବର୍ଷ ବିସିସିଆଇର ୧୦୦ ମହିଳା ତାଲିକାରେ ପ୍ରିୟଙ୍କା ମଧ୍ୟ ଅଛନ୍ତି । ଏହି ତାଲିକାରେ ସ୍ଥାନ ପାଇବାକୁ ଚାରିଜଣ ଭାରତୀୟଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ରହିଛନ୍ତି । ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଠାରେ ସେ ତାଙ୍କର ମନର କଥା କହିଥିଲେ । ସେ କହିଛନ୍ତି ଯେ 'ତାଙ୍କ କ୍ୟାରିୟର ଆରମ୍ଭ ବେଳେ ସେ ଅନେକ ସଂଘର୍ସ କରିଛନ୍ତି । ବଲିଉଡରେ ଯେତେବେଳ ସେ କାମ ଆରମ୍ଭ କଲେ ସେତେବେଳେ ତାଙ୍କୁ ମେଲ ଆଟିଷ୍ଟ (ହିରୋ)ଙ୍କ ପରି ସମାନ ପାଉଣା ମିଳୁ ନ ଥିଲା। ଏବଂ ପୁରୁଷ କଳାକାର(ମେଲ ଆଟିଷ୍ଟ) ମାନଙ୍କୁ ସେଟରେ ଅଧିକ ସୁବିଧା ମିଳୁ ଥିଲା। 

କିନ୍ତୁ ମୋତେ ସେତେବେଳେ କୌଣସି ସୁବିଧା ସେଟରେ ମିଳୁ ନ ଥିଲା। ବଲିଉଡରେ ମୁଁ କେବେବି ସମାନତା ଦେଖିନାହିଁ ,ମୋର ପୁରୁଷ ସହ-ଅଭିନେତାଙ୍କ ବେତନର ପ୍ରାୟ ୧୦ ପ୍ରତିଶତ ମୋତେ ମିଳୁ ଥିଲା। କେବଳ ମୋତେ ନୁହେଁ, ବାକି ଅନ୍ୟ ସମସ୍ତ ମହିଳା କଳାକାର (ଫିମେଲ ଆଟିଷ୍ଟ)ଙ୍କୁ ମଧ୍ୟ ସମାନତା ଭାବେ ଦରମା ମିଳେନାହିଁ । କିନ୍ତୁ ଆଗାମୀ ପିଢିର ଯେଉଁମାନେ ବଲିଫଡରେ କାମ କରିବାକୁ ଆସୁଛନ୍ତି,  ମୁଁ ଫିମେଲ ଆଟିଷ୍ଟଙ୍କୁ ଏତିକି କହିବି ଯେ, ଏହା ବିରୋଧରେ ମୁହଁ ଖୋଲନ୍ତୁ । ଏବଂ ସମାନତା ପାଉଣା ଆଦାୟ କରନ୍ତୁ । 

କେବଳ ସେତିକି ନୁହେଁ, ସେତେବେଳେ ସେଟରେ ତାଙ୍କୁ ମିଳିଥିବା ସୁବିଧା ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ,ଯେତେବେଳେ ମୁଁ କ୍ୟାରିୟର ଆରମ୍ଭ କଲି ,ସେତେବେଳେ ସୁଟିଂ ପାଇଁ ଆମକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। ମେଲ ଆଟିଷ୍ଟଙ୍କ (ହିରୋ) ହିସାବରେ ସୁଟିଂ ମଧ୍ୟ କରାଯାଉଥିଲା। ଯେଉଁଟାକି ହଲିଉଡରେ ହୁଏନି । ' ରୁଷୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ସିଟାଡେଲ୍ (Citadel) ଓଟିଟି ପ୍ଲାଟଫର୍ମରେ ଖୁବ ଶିଘ୍ର  ରିଲିଜ୍ ହେବେ। ଯେଉଁଥିରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ । ଆଗାମୀ ସାଇ-ଫାଇ ଡ୍ରାମା ସିରିଜ୍ ପାଟ୍ରିକ୍ ମୋର୍ଗାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରିୟଙ୍କାଙ୍କ ସହ ରିଚାର୍ଡ ମ୍ୟାଡେନ୍ ମଧ୍ୟ ଅଭିନୟ କରିଛନ୍ତି । ଏହାବ୍ୟତିତ ପ୍ରିୟଙ୍କା ଏକ ଆନ୍ତର୍ଜାତୀୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି । ସେହିପରି ବଲିଉଡ ଫିଲ୍ମ 'ଜିଲେ ଜାରା'ରେ ମଧ୍ୟ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ୍ ନଜର ଆସିବେ । ଫିଲ୍ମଟି ୨୦୨୩ ଗ୍ରୀଷ୍ମ ସମୟରେ ମୁକ୍ତିଲାଭ କରିବ । 

 ଏହାବି ପଢନ୍ତୁ :  Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ

 ଏହାବି ପଢନ୍ତୁ : Shah Rukh Khan: ଶାହରୁକ୍ ଖାନଙ୍କ ବିଷୟରେ ବଡ ଖୁଲାସା କଲେ ସିଦ୍ଧାର୍ଥ ଆନନ୍ଦ, କହିଲେ କିଛି ଏମିତି