Entertainment News: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର, ବାଲକୋନୀରୁ ଖସିପଡି଼ କଣ୍ଠଶିଳ୍ପୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2475816

Entertainment News: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର, ବାଲକୋନୀରୁ ଖସିପଡି଼ କଣ୍ଠଶିଳ୍ପୀଙ୍କ ମୃତ୍ୟୁ

Entertainment News: ପୁଣି ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର।  ହୋଟେଲ୍ ବାଲକୋନିରୁ ଖସି ପଡି଼ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ହୋଇଛି। 

Entertainment News: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର, ବାଲକୋନୀରୁ ଖସିପଡି଼ କଣ୍ଠଶିଳ୍ପୀଙ୍କ ମୃତ୍ୟୁ
Entertainment News: ପୁଣି ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର।  ହୋଟେଲ୍ ବାଲକୋନିରୁ ଖସି ପଡି଼ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ହୋଇଛି। କଣ୍ଠଶିଳ୍ପୀ ଜଣକ ହେଲେ ବ୍ରିଟିସ୍ କଣ୍ଠଶିଳ୍ପୀ ଲିୟାମ୍ ପାଏନ୍। ୩୧ ବର୍ଷ ବୟସରେ ତାଙ୍କର ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।  ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍ସ ଆରେଜ୍ ର ଏକ ହୋଟେଲର ବାଲକୋନୀରୁ ଖସି ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 
 
 
ସୂଚନା ଅନୁସାରେ, ବ୍ରିଟିସ୍ ର ଏହି କଣ୍ଠଶିଳ୍ପୀ ଲିୟାମ୍ ପାଏନ୍ ଅକ୍ଟୋବର ୧୫ ତାରିଖରେ ଏକ ଆର୍ଜେଣ୍ଟିର ରାଜଧାନୀ ବୁଏନ୍ସ ଏରିଜ୍ କୁ ଯାଇଥିଲେ। ସେଠାରେ ମଧ୍ୟ ରାତିରେ ପ୍ରୋଗାମ୍ ଶେଷ କରି ଏକ ହୋଟେଲ୍ ରୁମ୍ କୁ ଫେରିଥିଲେ। ହେଲେ ୧୬ ତାରିଖ ସକାଳୁ ହୋଟେଲ୍ ରୁମ୍ ତଳୁ ତାଙ୍କ ମୃତଦେହ ଦେଖି ହୋଟେଲ୍ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମଟମ୍ ପାଇଁ ପଠାଇଛି। ତେବେ, ହୋଟେଲ୍ ବାଲକୋନିରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ, ଏହା ଆତ୍ମହତ୍ୟା ନା ସେ ମଦ୍ୟପାଇ କରି ନିଶାସକ୍ତ ଅବସ୍ଥାରେ ବୋଲକୋନୀରୁ ଖସି ଗଲେ ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ସେପଟେ, କଣ୍ଠଶିଳ୍ପୀଙ୍କ ମୃତ୍ୟୁ ଖବରକୁ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବାରୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ସାଥୀ କଣ୍ଠଶିଳ୍ପୀ ଓ ଫ୍ୟାନ୍ସ। ବ୍ରିଟିସ୍ ସଙ୍ଗୀତ ଜଗତ ପାଇଁ ଏକା ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ।