Raveena Tandon: 'ଅଭିନେତ୍ରୀଙ୍କ ସହ ରାତି କାଟିବାକୁ ଭଲ ପାଆନ୍ତି ଅକ୍ଷୟ'
Advertisement
Article Detail0/zeeodisha/odisha1894051

Raveena Tandon: 'ଅଭିନେତ୍ରୀଙ୍କ ସହ ରାତି କାଟିବାକୁ ଭଲ ପାଆନ୍ତି ଅକ୍ଷୟ'

Raveena Tandon Akshay Kumar Break Up: ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର (Akshay Kumar)। ଏପରି ଏକ ସମୟ ଥିଲା ଖିଲାଡି଼ କୁମାରଙ୍କ ନାଁ  ଅଭିନେତ୍ରୀ ରବିନା ଟଣ୍ତନଙ୍କ  (Raveena Tandon) ସହ ଯୋଡି଼ ହୋଇଥିଲା। 'ମୋହାରା '( Mohra) ଓ ( Khiladi Ka Khiladi) 'ଖିଲାଡି କା ଖିଲାଡି' ଭଳି ଫିଲ୍ମରେ  ଦୁହେଁ ଏକାଠି କାମ ବି କରିଛନ୍ତି। କାମ କରିବା ସମୟରେ ରବିନାଙ୍କୁ ମନ ଦେଇଥିଲେ ଅକ୍ଷୟ । ଏପରିକି ତାଙ୍କୁ ଡେଟ୍ କରୁଥିଲେ ଅକ୍ଷୟ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Raveena Tandon Akshay Kumar Break Up: ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର (Akshay Kumar)। ଏପରି ଏକ ସମୟ ଥିଲା ଖିଲାଡି଼ କୁମାରଙ୍କ ନାଁ  ଅଭିନେତ୍ରୀ ରବିନା ଟଣ୍ତନଙ୍କ  (Raveena Tandon) ସହ ଯୋଡି଼ ହୋଇଥିଲା। 'ମୋହାରା '( Mohra) ଓ ( Khiladi Ka Khiladi) 'ଖିଲାଡି କା ଖିଲାଡି' ଭଳି ଫିଲ୍ମରେ  ଦୁହେଁ ଏକାଠି କାମ ବି କରିଛନ୍ତି। କାମ କରିବା ସମୟରେ ରବିନାଙ୍କୁ ମନ ଦେଇଥିଲେ ଅକ୍ଷୟ । ଏପରିକି ତାଙ୍କୁ ଡେଟ୍ କରୁଥିଲେ ଅକ୍ଷୟ । ଆଉ, ଖିଲାଡି଼ କୁମାରଙ୍କ ପ୍ରେମରେ ପାଗଳ ଥିଲେ ରବିନା । ଏପରିକି ଦୁହେଁ, ଲୁଚି ଛପି ନିର୍ବନ୍ଧ ମଧ୍ୟ କରିଥିଲେ। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ରହିପାରିଲା ନାହିଁ । କାହିଁକିନା ସମ୍ପର୍କର ଦ୍ବାହି ଦେଇ ଅନ୍ୟ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ ଅକ୍ଷୟ । ଅର୍ଥାତ୍ ସେହି ସମୟରେ ଅକ୍ଷୟ କୁମାର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ବି ଡେଟ୍ କରୁଥିଲେ। ଆଉ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟରେ ଅକ୍ଷୟ ଶିଳ୍ପାଙ୍କୁ ଡେଟ୍ କରୁଥିବା କଥା ଜାଣିବା ପରେ ରବିନା ଏହି ସମ୍ପର୍କରୁ ଦୂରେଇ ଯାଇଥିଲେ। କିନ୍ତୁ  ଅକ୍ଷୟ ରବିନାଙ୍କୁ ଛାଡିବାକୁ ଚାହୁଁ ନଥିଲେ। 

Also Read: Nayanthara: ଦକ୍ଷିଣ ଭାରତର ସବୁଠୁ ଦାମୀ ଅଭିନେତ୍ରୀ ନୟନତାରା, ଜାଣନ୍ତୁ କେତେ କୋଟି ସମ୍ପତ୍ତିର ମାଲିକାଣୀ ସେ?

Also Read: Balasore News: ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ୩ ମୃତ

ନିକଟରେ ଏକ ସାକ୍ଷାତକାରରେ ରବିନାଙ୍କୁ ଅକ୍ଷୟଙ୍କ ସହ ବ୍ରେକଅପ୍ ର କାରଣ ବିଷୟରେ ପଚରା ଯାଇଥିଲା। ସେ କହିଥିଲେ ଯେ, 'ସବୁ ସମ୍ପର୍କରେ ବିଶ୍ବାର ହେଉଛି ପ୍ରଥମ। ଯେଉଁଠି ବିଶ୍ବାସ ଓ ଭରସା ନ ଥାଏ ସେ ସମ୍ପର୍କ ବେଶି ଦିନ ଯାଏଁ ନାହିଁ। ପ୍ରେମ ମଣିଷକୁ ଅନ୍ଧ କରିଦିଏ ବୋଲି ଜାଣିଥିଲି । ଯେତେବେଳେ ମୁଁ ତାଙ୍କ ସହ ସମ୍ପର୍କରେ ଥିଲି ସେତେବେଳେ ବହୁତ କିଛି ଜାଣିବାକୁ ପାଇଥିଲେ। ସେ ମୋତେ ଭଲ ପାଉନ ଥିଲେ ବରଂ ୟୁଜ୍ କରୁଥିଲେ। ମୋ ସହ ଭଲ ପାଇବାର ଛଳନା କରି ଅନ୍ୟ ଅଭିନେତ୍ରୀଙ୍କ ସହ ରାତି କଟାଉଥିଲେ। ଯେତେବେଳେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି । ସେତେବେଳେ ମୁଁ ତାଙ୍କଠାରୁ ଦୂରେଇ ଗଲି' ବୋଲି ଅଭିନେତ୍ରୀ କହିଛନ୍ତି। 

ଅଭିନେତ୍ରୀ ରବିନା ଟଣ୍ତନ ଖିଲାଡି଼ କୁମାରଙ୍କ ସହ ବ୍ରେକ୍ ଅଫ୍ ହେବା ପରେ ୨୦୦୪ ମସିହା  ୨୨ ଫେବୃଆରୀରେ ସେ ଫିଲ୍ମ ନିର୍ମାତା ( ଡିଷ୍ଟିବ୍ୟୁଟର) ଅନୀଲ ଥଣ୍ତାନୀଙ୍କୁ ବିବାହ କରିଥିଲେ। ଏବଂ ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ୨୦୦୫ ମସିହାରେ ସେ  ଝିଅ ରିଶାଙ୍କୁ ଜନ୍ମ ଦେଇଥିଲେ। ଏବଂ ୨୦୦୮ ମସିହା ଜୁଲାଇରେ ପୁଅ (Ranbirvardhan) ରଣବୀର ବଦ୍ଧନଙ୍କୁ ଜନ୍ମ ଦେଇଥିଲେ। ତେବେ, ରବିନାଙ୍କ ଝିଅ ବି ବର୍ତ୍ତମାନ ବଲିଉଡ଼ରେ ଏଣ୍ଟ୍ରି ମାରିବା ପାଇଁ ରେଡ୍ଡି ହୋଇଗଲେଣୀ।