)
ଭୁବନେଶ୍ୱର: ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ଫେବୃୟାରୀ ୯ରେ ଶୁଭମୁକ୍ତି ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହି ଅବସରରେ ପ୍ରଯୋଜକ ରୁପେଶ କୁମାର ନାୟକଙ୍କ ସହିତ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପ୍ରଭୂ ଜଗନ୍ନାଥ ଙ୍କୁ ଅର୍ପଣ କରିଥିଲେ। ଚଳଚ୍ଚିତ୍ରର ପ୍ରଚାର ପାଇଁ ଟିମ୍ ବ୍ରହ୍ମପୁର ସମେତ ଅନେକ ସହରର ବିଭିନ୍ନ ସ୍ଥାନକୁ ଯାଇ ଫ୍ୟାନ ଫୋଲର୍ସଙ୍କ ସହିତ ମିଶି ସିନେମାର ପ୍ରମୋସନରେ ଲାଗିପଡିଛନ୍ତି। ଚଳଚ୍ଚିତ୍ର କେମିତି ଏ ସମ୍ପର୍କ ସମଗ୍ର ଓଡିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେଣୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳୁଛି।
ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର। କାହାଣୀରେ ଯେମିତି ରହସ୍ୟ ରୋମାଞ୍ଚ ଭରିରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର। ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ। ସମ୍ପାଦନା ରାଜେଶ ଦାସ। କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫିରେ ଲୁବୁନ ଟୁବୁନ, ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି। ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି।
ତେବେ ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମ କୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି କେମିତି ଏ ସମ୍ପର୍କ କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ନିର୍ଦ୍ଦେଶକ ଓ ପ୍ରଯୋଜକ ଆଶାବାଦୀ।