Gadar 2 Sakina: 'ଗଦ୍ଦର ୨ ' ରିଲିଜ୍ ପୂର୍ବରୁ ସକିନା ସେୟାର କଲେ ଏଭଳି ଭିଡିଓ, ତାରା ସିଂଙ୍କ ନୁହେଁ ଫ୍ୟାନ୍ସଙ୍କ ଉଡିବ ହୋସ!
Advertisement

Gadar 2 Sakina: 'ଗଦ୍ଦର ୨ ' ରିଲିଜ୍ ପୂର୍ବରୁ ସକିନା ସେୟାର କଲେ ଏଭଳି ଭିଡିଓ, ତାରା ସିଂଙ୍କ ନୁହେଁ ଫ୍ୟାନ୍ସଙ୍କ ଉଡିବ ହୋସ!

Gadar 2 Ameesha Patel: ବଡ଼ ପରଦାରେ ପୁଣି ଥରେ ତାରା ସିଂ ଏବଂ ସକିନା (ଅମିଶା ପଟେଲ)ଙ୍କ ଯୋଡିକୁ ଦେଖିବାକୁ ପାଇବେ ଫ୍ୟାନ୍ସ । କାହିଁକି ଚଳିତ ବର୍ଷ ରିଲିଜ୍ ହେବ 'ଗଦ୍ଦର ୨ ' । ଏହି ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ଚଳଚ୍ଚିତ୍ରରେ ପୁଣି ଥରେ ସନ୍ନି ଦେଓଲଙ୍କୁ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। ନିକଟରେ ଏହି ଫିଲ୍ମର ଏକ ଛୋଟ କ୍ଲିପ୍ ଭାଇଲାଲ ହୋଇଥିଲା।

Gadar 2 Sakina: 'ଗଦ୍ଦର ୨ ' ରିଲିଜ୍ ପୂର୍ବରୁ  ସକିନା ସେୟାର କଲେ ଏଭଳି ଭିଡିଓ, ତାରା ସିଂଙ୍କ ନୁହେଁ ଫ୍ୟାନ୍ସଙ୍କ ଉଡିବ ହୋସ!

Gadar 2 Ameesha Patel: ବଡ଼ ପରଦାରେ ପୁଣି ଥରେ ତାରା ସିଂ ଏବଂ ସକିନା (ଅମିଶା ପଟେଲ)ଙ୍କ ଯୋଡିକୁ ଦେଖିବାକୁ ପାଇବେ ଫ୍ୟାନ୍ସ । କାହିଁକି ଚଳିତ ବର୍ଷ ରିଲିଜ୍ ହେବ 'ଗଦ୍ଦର ୨ '  । ଏହି ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ଚଳଚ୍ଚିତ୍ରରେ ପୁଣି ଥରେ ସନ୍ନି ଦେଓଲଙ୍କୁ ଜବରଦସ୍ତ  ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। ନିକଟରେ ଏହି ଫିଲ୍ମର ଏକ ଛୋଟ କ୍ଲିପ୍ ଭାଇଲାଲ ହୋଇଥିଲା। ଯେଉଁଥିରେ ତାରା ସିଂଙ୍କ ଦମଦାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଫିଲ୍ମ 'ଗଦର ୨' ରିଲିଜ୍ ହେବା ପୂର୍ବରୁ ତାରା ସିଂଙ୍କ ସକିନାଙ୍କ କିଛି ଭିଡିଓ ଭାଇରାଲ ହୋଇଛି ।  ସକିନା ନିଜ ଇନଷ୍ଟାରେ ତାଙ୍କର କିଛି ଭିଡିଓ ସେୟାରେ କରିଛନ୍ତି । ସୋସିଆଲ ମିଡିଆରେ କିଛି ମିନିଟର ଏହି ଭିଡିଓ ଫ୍ୟାନ୍ସଙ୍କ ମନରେ ନିଆଁ ଲଗାଇଛି। 

ସକିନା ଭୂମିକାରେ ଅଭିନୟ କରୁଥିବା ଅମିଶା ପଟେଲ ଇନଷ୍ଟାଗ୍ରାମରେ କ୍ରମାଗତ ଭାବରେ ଏ-ଭଳି ଭିଡିଓ ସେୟାର କରୁଛନ୍ତି ଯେ,କେବଳ ତାର ସିଂ ନୁହଁନ୍ତି ତାଙ୍କ ଫ୍ୟାନ୍ସଙ୍କ ହୋସ ମଧ୍ୟ ଉଡିଯିବ ।  ଇନଷ୍ଟାଗ୍ରାମରେ ଅମିଶା ପଟେଲ ସେୟାର କରିଥିବା ଭିଡିଓରେ ସେ ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଭିଡିଓରେ,ସେ ବିକିନି ପିନ୍ଧି ନିଆରା ଅନ୍ଦାଜରେ ପୋଜ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ଅମିଷା ପଟେଲଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଅନେକ ବୋଲ୍ଡ ଭିଡିଓ ଏବଂ ଫଟୋରେ ନିକଟରେ ସେ ସେୟାର କରିଛନ୍ତି । ଏହି ଭିଡିଓ ଏବଂ ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କୁ ଅତି ଛୋଟ ପୋଷାକ ପିନ୍ଧିଛନ୍ତି ।  ଅମୀଷା ପଟେଲ ନିଜ କ୍ୟାରିୟର 'କହୋନା ପ୍ୟାର ହେ'ରେ ଆରମ୍ଭ କରିଥିଲେ। ଯେଉଁଥିରେ ସେ ହ୍ରିତିକ୍ ରୋଶନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବଂ ପରେ 'ଗଦର 'ରେ ସନ୍ନି ଦେଓଲଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ହିଟ୍ ହୋଇଥିଲା । 

 

 
 
 
 

 
 
 
 
 
 
 
 
 
 
 

A post shared by Ameesha Patel (@ameeshapatel9)

ଫିଲ୍ମ ‘ଗଦ୍ଦର ୨’ ଚଳିତ ବର୍ଷ ରଲିଜ୍ ହେବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସନି ଦେଓ୍ବଲ ଓ ଅମୀଷା ପଟେଲ । ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ,ଅଭିନେତା ସନ୍ନି ଦେଓଲ ଏକ ବଳଦଗାଡ଼ିର ଚକାକୁ ଟେକି ଧରିଥିବା ବେଳେ ରାଗରେ ଥିଲେ । ପୂର୍ବ ସିନେମାରେ ସନ୍ନି ଏକ ହ୍ୟାଣ୍ଡପମ୍ପ ଓପାଡ଼ି ଦେଉଥିବା ଦର୍ଶକ ଦେଖିବାକୁ ପାଇଥିଲେ। ଫିଲ୍ମର ମୁଖ୍ୟ ଚରିତ୍ର ତାରା ସିଂଙ୍କ ଏବଂ ସାକିନା ଏହି ଫିଲ୍ମ ପାଇଁ ମୋଟା ଅଙ୍କ ଅର୍ଥ ନିର୍ମାତାଙ୍କ ଠାରୁ ଚାର୍ଜ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସନି ଦେଓଲ ପୁଣିଥରେ ତାର ସିଂ ଭୂମିକାରେ ଅଭିନୟ କରିବାକୁ ପ୍ରାୟ ନିର୍ମାତାଙ୍କ ଠାରୁ ୫ କୋଟି ଟଙ୍କା ନେଉଛନ୍ତି । ତାରା ସିଂଙ୍କ ବିପକ୍ଷରେ ନାୟିକା ସାଜିବେ ଅମୀଷା ପଟେଲ । ଖବର ଅନୁଯାୟୀ ଆମିଷା ପଟେଲ ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୨ କୋଟି ଟଙ୍କା ନେଇଛନ୍ତି।

ଏହି ଚଳଚ୍ଚିତ୍ରରେ ତାରା ସିଂ ଏବଂ ସାକିନାଙ୍କ ପୁଅ ଭୂମିକାରେ ଉତ୍କର୍ଶ ଶର୍ମା (Utkarsh Sharma) ଅଭିନୟ କରିଥିଲେ। ଉତ୍କର୍ଶ ବର୍ତ୍ତମାନ ବହୁତ ବଡ ହୋଇ ଯାଇଛନ୍ତି । ଏହି ଚଳଚ୍ଚିତ୍ରରେ ତାରା ଏବଂ ସାକିନାଙ୍କ ପୁଅ ଚରଣଜିତ୍ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ କିଛି ନୂଆ ଚରିତ୍ର ମଧ୍ୟ ଏଥର ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସିମରତ କୈର (Simrat Kaur) ମଧ୍ୟ ଅଭିନୟ କରିଛନ୍ତି। ମନୀଷ ୱାଧଓ୍ବା(Manish Wadhwa) ‘ଗଦ୍ଦର ୨’ରେ ପାକ୍ ଆର୍ମି ଜେନେରାଲ୍ ଭୂମିକାରେ ଅଭିନୟ କରୁଛନ୍ତି।  ଏଥି ସହିତ ସାଜଜାଦ ପାକ୍ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ନେଉଛନ୍ତି।