#HappyBirthdayAmitabhBachchan : "ତୁ ନା ଥକେଗା କଭି, ତୁ ନା ରୁକେଗା କଭି, ତୁ ନା ମୁଡେଗା କଭି..."
Advertisement

#HappyBirthdayAmitabhBachchan : "ତୁ ନା ଥକେଗା କଭି, ତୁ ନା ରୁକେଗା କଭି, ତୁ ନା ମୁଡେଗା କଭି..."

Happy Birthday Amitabh Bachchan: ୮୦ ବର୍ଷ ବୟସରେ ପାଦ ଥାପିଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶୁଭେଚ୍ଛା। ନାତୁଣୀ ନବ୍ୟା ସେୟାର କଲେ ଅଗ୍ନିପଥର ଡାଇଲଗ। ଗତକାଲି ଯାଇଛି ରେଖାଙ୍କ ଜନ୍ମ ଦିନ।

#HappyBirthdayAmitabhBachchan : "ତୁ ନା ଥକେଗା କଭି, ତୁ ନା ରୁକେଗା କଭି, ତୁ ନା ମୁଡେଗା କଭି..."

Happy Birthday Amitabh Bachchan: ସିନେମାରେ ତାଙ୍କର ଗୋଟିଏ ଝଲକ ହିଁ କାଫି। ତାଙ୍କର ଡାଇଲଗ୍, ଅନେକଙ୍କୁ ବର୍ଷ ବର୍ଷ ଧରି ଦିୱାନା କରିଛି। ୫ ଦଶନ୍ଧି ଧରି ଭାରତୀୟ ସିନେମାରେ ସେ ରାଜ୍ କରିଛନ୍ତି। ସେଥିପାଇଁ ତ ତାଙ୍କୁ ବଲିଉଡର ସହେନସା କୁହାଯାଏ। ସେ ଆଙ୍ଗ୍ରିମ୍ୟାନ ଓ ବିଗ୍-ବି ନାମରେ ମଧ୍ୟ ପରିଚିତ। ଆଜି ସେହି ଆଙ୍ଗ୍ରିମ୍ୟାନ ଅମିତାଭ ବଚ୍ଚନଙ୍କ ୮୦ତମ ଜନ୍ମଦିନ। ଜନ୍ମ ଦିନ ଅବସରରେ ବିଗ-ବିଙ୍କ ନିକଟକୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। କେବଳ ବଲିଉଡ ଜଗତ ନୁହଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ନେତା-ମନ୍ତ୍ରୀ, ବିଶିଷ୍ଟ ବ୍ୟାକ୍ତି ଓ ଅଗଣିତ ଫ୍ୟାନ୍ସ ଅଭିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଭାରତର ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ଅମିତାଭ ଜଣେ ବୋଲି କହି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।  ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ଅମିତାଭ ବଚ୍ଚନଙ୍କୁ ୮୦ତମ ଜନ୍ମଦିନର ଶୁଭେଚ୍ଛା। ସବୁ ପିଢ଼ିର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ଆମୋଦିତ କରିଥିବା ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରେ ସେ ଅନ୍ୟତମ। ସେ ଦୀର୍ଘ ଓ ନିରାମୟ ଜୀବନଯାପନ କରନ୍ତୁ।" ଝିଅ ଶ୍ବେତା ଓ ନାତୁଣୀ ନବ୍ୟା ମଧ୍ୟ ଅମିତାଭଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ହରିବଂଶ ରାୟ ବଚ୍ଚନଙ୍କ ପ୍ରସିଦ୍ଧ କବିତା 'ଅଗ୍ନିପଥ'ରୁ କବିତା ପଙ୍‌କ୍ତି ଉଦ୍ଧାର କରି ନାତୁଣୀ ନବ୍ୟା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି, "ଆପଣଙ୍କ ପରି କେହି ନ ଥିଲେ, କେହି ହେବେ ନାହିଁ। ଶୁଭ ଜନ୍ମଦିନ, ଅଜା।" 

Also Read: Happy Birthday Rekha : ରେଖାଙ୍କୁ କାହିଁକି ପ୍ରରଣା ବୋଲି ମାନନ୍ତି ମାଧୁରୀ , ଜାଣନ୍ତୁ କାରଣ

୧୯୬୯ ମସିହାରେ 'ସାତ୍‌ ହିନ୍ଦୁସ୍ତାନୀ' ଚଳଚ୍ଚିତ୍ରରୁ ଅମିତାଭ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହାପରେ ସେ 'ଆନନ୍ଦ' (୧୯୭୧), 'ଜଞ୍ଜିର୍‌' (୧୯୭୩) ଏବଂ 'ଦିୱାର' (୧୯୭୫) ଭଳି ଚଳିଚ୍ଚିତ୍ରରେ ଅଭିନୟ କରି ଅଶେଷ ଜନପ୍ରିୟତା ହାସଲ କରିବା ସହ ସୁପର୍‌ଷ୍ଟାର୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ବିଜୟ, ବିଗ୍ ବି, ସେହନସା, ଏମିତି ନାଁ ଅନେକ ଆଉ ଚରିତ୍ର ବି ଅନେକ, ହେଲେ ଚେହେରା ଗୋଟିଏ। ଭାରତୀୟ ସିନେମାର ମହାନାୟକ, ଶତାବ୍ବୀର ସହେନସା, ଯାହାଙ୍କ ଗୋଟିଏ ଡାଇଲଗ୍ ଫିଲ୍ମକୁ ବ୍ଲକବଷ୍ଟର କରିଦିଏ, ସିଏ ହେଉଛନ୍ତି ଅମିତାଭ ବଚ୍ଚନ। ବୟସ ୮୦ ପାର କିନ୍ତୁ ଆଜି ମଧ୍ୟ ତାଙ୍କ ଚେହେରାରେ ୨୮ ବର୍ଷିୟ ଯୁବକର ଚମକ ରହିଛି। ଅମିତାଭ ଦେଖିବାକୁ ଯେମିତି ସରଳ ତାଙ୍କ ପ୍ରକୃତ ଜୀବନଶୈଳୀ ମଧ୍ୟ ସେମିତି ସରଳ।

ବିଶିଷ୍ଠ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପରିବାରରେ ୧୧ ନଭେମ୍ବର ୧୯୪୨ରେ  ଅମିତାଭ ଜନ୍ମ ହୋଇଥିଲେ। ସେନାରେ ଭର୍ତ୍ତି ହେବାକୁ ସ୍ୱପ୍ନ ଦେଖିଥିବା ଅମିତାଭ କିନ୍ତୁ ପରବର୍ତ୍ତି ସମୟରେ ସିନେମା ଜଗତକୁ ଟାଣି ହୋଇ ଆସିଥିଲେ। ନିଜ ଲମ୍ବା ଚେହେରା ପାଇଁ ବାରମ୍ବାର ପ୍ରତ୍ୟାଖାନର ସମ୍ମୁଖିନ ହେବା ପରେ ଅମିତାଭ୍, ଅଲ୍ ଇଣ୍ଡିଆ ରେଡିଓରେ ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ସେଠୁ ବି ଦୁଇ ଥର ତାଙ୍କୁ ରେଜକସନ୍ ମିଳିଥିଲା। ଶେଷରେ ୧୯୬୯ ମୃଣାଳ ସେନଙ୍କ ବଙ୍ଗଳା ଫିଲ୍ମରେ ଅମିତାଭ ଭଏସ୍ ଓଭର୍ ଦେଇଥିଲେ। ଏହାପରେ ସେହି ବର୍ଷ 'ସାତ୍‌ ହିନ୍ଦୁସ୍ତାନୀ'ରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା। ହେଲେ ୧୯୭୩ର ଜଞ୍ଜିର ତାଙ୍କୁ ସଫଳତାର ସ୍ୱାଦ ଚଖାଇଥିଲା। ଜଞ୍ଜିର ପୂର୍ବରୁ ସେ ୧୨ଟି ଫ୍ଲପ୍ ସିନେମା ଦେଇଛନ୍ତି। ଏହାପରେ କାଲିଆ, ଅମର ଅକବର ଆନ୍ଥୋନୀ, ସତେ ପେ ସତା, ଦିଓ୍ବାର, ଡନ୍, ସୋଲେ ଭଳି ଏକାଧିକ ହିଟ୍ ଫିଲ୍ମ ତାଙ୍କୁ ଭାରତର ବଡ଼ ଷ୍ଟାର ଭାବେ ପରିଚୟ ଦେଇଥିଲା। 

Also Read: Phone Bhoot Trailer : ସାମ୍ନାକୁ ଆସିଲା 'ଫୋନ୍ ଭୂତ' ଟ୍ରେଲର୍ , କ୍ୟାଟଙ୍କ ଲୁକ୍ ଦେଖି ଫିଦା ହେ

୧୯୮୩ର କୁଲି ଫିଲ୍ମର ଫାଇଟ୍ ସିନ୍ ସୁଟି ବେଳେ ଅମିତାଭ ଗୁରୁତର ଭାବେ ଆହତ ହୋଇଥିଲେ। କୁହାଯାଏ, ଫ୍ୟାନ୍ସଙ୍କ ଅସୁମାରୀ ଭଲ ପାଇବା ତାଙ୍କୁ ପୁନର୍ଜନ୍ମ ଦେଇଥିଲା। ଅମିତାଭ ଦୁଇ ହାତରେ ଲେଖିପାରନ୍ତି, ଆଉ ଏକାସଙ୍ଗେ ଦୁଇଟି ଘଣ୍ଟା ପିନ୍ଧନ୍ତି। ପରଦାରେ ଯେତେ ହିଟ୍ ଅମିତାଭ ସେତେ ଫିଟ୍ ମଧ୍ୟ। ୨୦୦୭ ସୁଟ୍ ଆଉଟ୍ ଆଟ୍ ଲୋଖଣ୍ଡଓ୍ବାଲାର ସୁଟିଂ ବେଳେ ସେ ଏକାଥରେ ୫ ଘଣ୍ଟାରେ ୨୩ ସିନ୍ ସାରିଥିଲେ। ଅମିତାଭଙ୍କ ୮୦ତମ ଜନ୍ମଦିବସକୁ ଦେଶରେ ଏକ ନିଆରା ଢଙ୍ଗରେ ପାଳନ କରାଯାଉଛି। ବଚ୍ଚନଙ୍କ କିଛି ଆଇକନିକ୍ ଫିଲ୍ମକୁ ଥିଏଟରରେ ରିଲିଜ୍ କରାଯାଇଛି। ଡନ୍, ସୁହାଗ, କୁଲି, ଅମର ଅକବର ଆନ୍ଥୋନି ଭଳି ସିନେମାକୁ ଫ୍ୟାନ୍ସ ଦେଖୁଛନ୍ତି। ତାସହ ନିକଟରେ ରିଲିଜ୍ ହୋଇଥିବା ଗୁଡ୍ ବାଏ ସିନେମାକୁ ୮୦ ଟଙ୍କାରେ ଦର୍ଶକ କିଛି ମଲ୍ଟିପ୍ଲେକ୍ସରେ ଦେଖିପାରିବେ।