Poonam Pandey Happy Birthday: ଏହି ବୟାନ ଯୋଗୁଁ ରାତିରାତି ଷ୍ଟାର ବନିଥିଲେ ପୁନମ୍ ପାଣ୍ତେ
Advertisement
Article Detail0/zeeodisha/odisha1604966

Poonam Pandey Happy Birthday: ଏହି ବୟାନ ଯୋଗୁଁ ରାତିରାତି ଷ୍ଟାର ବନିଥିଲେ ପୁନମ୍ ପାଣ୍ତେ

Poonam Pandey Happy Birthday:  ନିଜର ବୋଲ୍ଡ ଅନନ୍ଦାଜ ପାଇଁ ବେଶ ଜଣାଶୁଣା ପୁନମ୍ ପାଣ୍ତେ)। ଆଜି ବଲିଉଡ଼ ଅଭିନେତ୍ରୀ ନିଜର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୧୧ ମସିହାରେ ସେ ପ୍ରଥମ ଥର ପାଇଁ ଲାଇମଲାଇଟକୁ ଆସିଥିଲେ ପୁନମ୍ । ସେହି ସମୟରେ ପୁନମ ପାଣ୍ତେଙ୍କ ଏକ ବୟାନ ସୋସିଆଲ ମିଡ଼ିଆରେ ନିଆଁ ପରି ବ୍ୟାପିଯାଇଥିଲା ।

ସୌ(ସୋସିଆଲ ମିଡିଆ)

Poonam Pandey Happy Birthday: ନିଜର ବୋଲ୍ଡ ଅନନ୍ଦାଜ ପାଇଁ ବେଶ ଜଣାଶୁଣା ପୁନମ୍ ପାଣ୍ତେ(Poonam Pandey)। ଆଜି ବଲିଉଡ଼ ଅଭିନେତ୍ରୀ ନିଜର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି । ‘ନଶା’, ‘ଆଗୟା ହିରୋ’, ‘ଇଚ୍ଛାଧାରୀ’, ‘ଗଲତି ସିର୍ଫ ତୁମହାରୀ’ ପରି ଅନେକ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ଦୀର୍ଘ ବର୍ଷ ହେବ ବିବାଦରେ ରହିଆସିଛନ୍ତି । ପୁନମ୍ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କ ଲାଗି ଅନେକ ସମୟରେ ବୋଲ୍ଡ ଭିଡିଓ ସେୟାର କରିଥାଆନ୍ତି । ନିଜର ବୋଲ୍ଡ ଡ୍ରେସ ପାଇଁ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ହେବାକୁ ପଡ଼ିଥାଏ । ୨୦୧୧ ମସିହାରେ ସେ ପ୍ରଥମ ଥର ପାଇଁ ଲାଇମଲାଇଟକୁ ଆସିଥିଲେ ପୁନମ୍ ।

ସେହି ସମୟରେ ପୁନମ ପାଣ୍ତେଙ୍କ ଏକ ବୟାନ ସୋସିଆଲ ମିଡ଼ିଆରେ ନିଆଁ ପରି ବ୍ୟାପିଯାଇଥିଲା । ୨୦୧୧ ମସିହାରେ କ୍ରିକେଟ୍ ବିଶ୍ବକପ ପାଇଁ ଦେଇଥିବା ଏକ ବୟାନ ସେତେବେଳେ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା । ସେ କହିଥିଲେ ଯଦି ଇଣ୍ତିଆ ବିଶ୍ବକପ ଜିତେ ତାହାଲେ ମୁଁ ମୋର ପୋଷାକ ଖୋଲିଦେବି । ପରବର୍ତ୍ତୀ ମୁହୁର୍ତ୍ତରେ ଭାରତ  ବିଶ୍ବକପ ହାତେଇ ଥିଲା । କିନ୍ତୁ ଦେଇଥିବା କଥାରୁ ମୁକୁରୁଯାଇଥିଲେ ପୁନମ୍ । ଅବଶ୍ୟ ତାଙ୍କର ଏହି ବୟାନ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ବାସ ସେବେଠାରୁ ହିଁ ତାଙ୍କୁ ଜାଣିବାକୁ ଲାଗିଥିଲେ ଲୋକେ । ପୁନମ ମଡେଲିଂ ସମେତ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ସେ ପ୍ରଥମ ଥର ପାଇଁ ୨୦୧୩ ମସିହାରେ ‘ନଶା’(Nasha) ଚଳଚ୍ଚିତ୍ରରେ ଲିଡ଼ ଭୂମିକାରେ ନଜର ଆସିଥି୍ଲେ । ଏଥିରେ ସେ ବହୁ ବୋଲ୍ଡ ସିନ୍ ଦେଇଥିଲେ । ଚଳଚ୍ଚିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ପରେ ତାଙ୍କୁ କୌଣସି ଭଳ ଅଫର ମିଳିନଥିଲା । ଏହାପରେ ସେ ସେପରି କିଛି ଖାସ ଚଳଚ୍ଚିତ୍ରରେ ନଜର ଆସିନଥିଲେ। ୨୦୧୧ ପରଠାରୁ ସେ କ୍ରମାଗତ ଭାବେ ବିବାଦରେ ରହିଥିଲେ । ୨୦୧୨ ମସିହାରେ ପୁନମ୍ ପାଣ୍ତେ ତାଙ୍କ ନାମରେ ଏକ ଆପ(APP) ତିଆରି କରିଥିଲେ । ଯାହାକୁ ପରେ ଗୁଗୁଲ(Google) ଦ୍ବାରା ନିଷେଧ କରାଯାଇଲା । ଏହି ଆପ ମାଧ୍ୟମରେ ପୁନମ୍ ଲୋକଙ୍କୁ ଆପତ୍ତିଜନକ କଣ୍ଟେଟ ଦେଖାଉଥିବା ଗୁଗୁଲ ପକ୍ଷରୁ କୁହାଯାଇଥିଲା । ଏତିକିରେ ସରିନଥିଲା ତାଙ୍କ ହରକତ । ଏହାପରେ ଚର୍ଚ୍ଚାରେ ରହିବା ଲାଗି ନିଜ ବାଥରୁମ ଭିଡ଼ିଓକୁ ୟୁଟ୍ୟୁବରେ(Youtube) ସେୟାର କରିଥଲେ । ଏହାପରେ ପୁଣି ପୁନମ୍ କୁ ନେଇ ଥମି ଯାଇଥିବା ବିବାଦ ମୁଣ୍ତ ଟେକିଥିଲା ।

ଅଶ୍ଲୀଳ ଭିଡ଼ିଓ ମାମଲାରେ ଫଶି ଥିବା ଶିଳ୍ପା ସେଟ୍ଟୀଙ୍କ(shilpa shetty)  ସ୍ବାମୀ ରାଜ କୁନ୍ଦ୍ରାଙ୍କୁ(Raj Kundra) ଯେତେବେଳେ ଏନେଇ ପଚରାଉଚରା କରାଯାଇଥିଲା ସେହି ସମୟରେ ଏଥିରେ ପୁନମ୍ ପାଣ୍ତେଙ୍କ ନାଁ ମଧ୍ଯ ସାମ୍ନାକୁ ଆସଥିଲା । ଯେଉଁ ଆପ ପାଇଁ ରାଜ କୁନ୍ଦ୍ରାଙ୍କୁ ଆଡ଼ଲ୍ଡ କଣ୍ଟେଣ୍ଟ (Adult content) ବନାଉଥିଲେ ସେଥିରେ ପୁନମ୍ ଅଭିନୟ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପକ୍ଷରୁ ପୁନମଙ୍କୁ ୩୦ ଡ଼ିସେମ୍ବର ୨୦୨୨ ମସିହାରେ ଜାମିନ ମିଳିଥିଲା ।

Also Reda-Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'