Bollywood : 'Housefull 5'ରେ ନଜର ଆସିବେ ଏହି ଅଭିନେତା
Advertisement

Bollywood : 'Housefull 5'ରେ ନଜର ଆସିବେ ଏହି ଅଭିନେତା

Housefull 5 : 'ହାଉସପୁଲ ୫' ଏହା ଖୁବ ଶିଘ୍ର ପରଦାକୁ ଆସିବ। ଫିଲ୍ମରେ କେଉଁମାନେ ନଜର ଆସିବ ତାହା ବି ସ୍ପଷ୍ଟ ହୋଇଛି । ଏପରିକି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Housefull 5 : 'ହାଉସପୁଲ ୫' ଏହା ଖୁବ ଶିଘ୍ର ପରଦାକୁ ଆସିବ। ଫିଲ୍ମରେ କେଉଁମାନେ ନଜର ଆସିବ ତାହା ବି ସ୍ପଷ୍ଟ ହୋଇଛି । ଏପରିକି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି । ଫିଲ୍ମରେ ଅକ୍ଷୟ କୁମାର(Akshay Kumar), ଜନ୍ (John Abraham) , ଅଭିଷେକ ବଚ୍ଚନ(Abhishek Bachchan), ବବି ଦେଓ୍ବଲ (Bobby Deol) ଏବଂ ରିତିଶ ଦେଶମୁଖ (Riteish Deshmukh) ଦେଖିବାକୁ ମିଳିବେ। ରିପୋର୍ଟ ଅନୁଯାୟୀ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ମଧ୍ୟ ଆରମ୍ଭ ହୋଇଛି। ସାଜିଦ୍ ନାଦିଆଦିୱାଲାଙ୍କ ହାଉସଫୁଲ୍ ଫ୍ରାଞ୍ଚାଇଜ୍ ଅକ୍ଷୟ କୁମାରଙ୍କ ଷ୍ଟାର୍ କମେଡି ପାଇଁ ମଧ୍ୟ ଜଣାଶୁଣା। ଏଗୁଡ଼ିକ ହେଉଛି ହିନ୍ଦୀ ସିନେମା ଫ୍ରାଞ୍ଚାଇଜ୍ (franchise) ର ଚଳଚ୍ଚିତ୍ର। ଯେଉଁଥିରେ ହିଟ୍ ହେବାର ସମସ୍ତ ସମ୍ଭାବନା ଥାଏ । ସାଜିଦ ନାଦିଆଦିୱାଲା ହାଉସଫୁଲର ଏହି ପଞ୍ଚମ ସିରିଜର କିସ୍ତି ପାଇଁ ପ୍ରସ୍ତୁତ ହୋଇଛନ୍ତି। ଫିଲ୍ମର ଟାଇଟଲ୍ ହେଉଛି ହାଉସଫୁଲ୍ -୫।  ସୂତ୍ର ଅନୁଯାୟୀ ଏହା ଫ୍ରାଞ୍ଚାଇଜ୍ ର ସବୁଠୁ ବଡ ଫିଲ୍ମ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଫିଲ୍ମକୁ ହଲକୁ ଆସିବ ବୋଲି କୁହାଯାଉଛି। ସାଜିଦ ୨୬ ନଭେମ୍ବର ୨୦୧୯ରେ ହାଉସଫୁଲ୍ ୪ ରିଲିଜ୍ ପରେ ହାଉସ୍‌ଫୁଲ୍‌ ୫ ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ନିର୍ମାତାମାନେ ଏହା ଉପରେ ଶୀଘ୍ର କାମ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଅକ୍ଷୟଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

'ହାଉସଫୁଲ' ଫିଲ୍ମଟି ୨୦୧୦ ଏପ୍ରିଲ ୩୦ରେ ପରଦାକୁ ଆସିଥିଲା । ଫିଲ୍ମର ଲିଡ୍ ରୋଲରେ ନଜର ଆସିଥିଲେ ଅକ୍ଷୟ କୁମାର, ରିତେଶ ଦେଶମୁଖ୍, ଅର୍ଜୁନ ରାମପାଲ୍, ଦୀପିକା ପାଦୁକୋନ୍, ଲାରା ଦତ୍ତା ,  ଜିୟା ଖାନ୍ ,ବୋମାନ ଇରାନି,ରନଧିର କପୁର,ଚଙ୍କି ପାଣ୍ତେ ଓ ମଲାଇକା ଆରୋରା । ଫିଲ୍ମଟି ହିନ୍ଦି ଓ ଉର୍ଦ୍ଧୁ ଭାଷାରେ ରିଲିଜ ହୋଇଥିଲା । ଫିଲ୍ମଟିର ବଜେଟ ଥିଲା ୧୨୦.୫୦ କୋଟି । ଫିଲ୍ମଟି ବକ୍ସ ଅଫିସରେ ୩୦ କୋଟି ରୋଜଗାର କରିଥିଲା । 

ଏହାବି ପଢନ୍ତୁ : Santokh Singh Death Threats: ଏହି ଅଭିନେତ୍ରୀ ପିତାଙ୍କୁ ମିଳିଛି ହତ୍ୟା ଧମକ, ପୂର୍ବରୁ ହୋଇଥିଲା ଗୁଳିମାଡ

ଯଦି ଆମେ ଅକ୍ଷୟ କୁମାରଙ୍କ କାମର କଥା କହିବା ତେବେ, ତାଙ୍କ ହାତରେ  ଅନେକ ବଡ ଫିଲ୍ମ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଚଳିତ ମାସରେ ଫିଲ୍ମ ରାମସେତୁ(Ram Setu)ରେ ଦେଖିବାକୁ ମିଳିବ । ସେ ଏ ଫିଲ୍ମରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଙ୍କ ସହ ନଜର ଆସିବେ। ଫିଲ୍ମଟି ଆସନ୍ତା ମାସ ୨୪ ତାରିଖରେ ରିଲିଜ୍ ହେବ ବୋଲି ସ୍ଥିର ହୋଇଛି । ଦିଓ୍ବାଲୀ ସମୟରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଅଭିଶେକ ଶର୍ମା ରହିଥିବା ବେଳେ ନିର୍ମାତା ରହିଛନ୍ତି ଅରୁଣ ଭାଟିଆ ଓ ବିକ୍ରମ ମଲହୋତ୍ରା ।  ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ଜ୍ୟାକଲିନ୍ ,ନୁସରତ ଭାରୁଚା,ସତ୍ୟଦେବ ଓ ଅଜୟ ଲାବୋ ମଧ୍ୟ ନଜର ଆସିବେ। ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ସେ ଫିଲ୍ମ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଦେଖିବାକୁ ମିଳିବେ।