Kailash Kher: ଦୁଲୁକିବ ସମ୍ବଲପୁର, କୈଳାସ ଖେରଙ୍କ ଗୀତରେ ଝୁମିବେ ପଶ୍ଚିମ ଓଡିଶାବାସୀ
Advertisement

Kailash Kher: ଦୁଲୁକିବ ସମ୍ବଲପୁର, କୈଳାସ ଖେରଙ୍କ ଗୀତରେ ଝୁମିବେ ପଶ୍ଚିମ ଓଡିଶାବାସୀ

Kailash Kher: ହକି ବିଶ୍ୱକପ୍ ପାଇଁ ଉଠୁଛି ପଡୁଛି ସାରା ଓଡିଶା । ଉପକୂଳ ଓଡିଶା ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶାରେ ହକ ଫିଭର । ୧୧ ତାରିଖରେ କଟକରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ । ଏଥିରେ ବଲିଉଡର ହଟ୍ ଗାର୍ଲ ଦିଶା ପାଟାନୀଙ୍କ ସମେତ ରଣବୀର କପୁର ମଧ୍ୟ ନିଜର ଧମାକାଦର ଡାନ୍ସ ଦେଖାଇଥିଲେ। କେବଳ ବଲିଉଡ କଳାକାର ନୁହଁନ୍ତି ଓଲିଉଡର ବହୁ ନାମୀଦାମୀ କଳାକାର ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ମଧ୍ୟ ନିଜର କଳା ପ୍ରର୍ଦଶନ କରିଥିଲେ ।

Kailash Kher: ଦୁଲୁକିବ ସମ୍ବଲପୁର, କୈଳାସ ଖେରଙ୍କ ଗୀତରେ ଝୁମିବେ ପଶ୍ଚିମ ଓଡିଶାବାସୀ

Kailash Kher: ହକି ବିଶ୍ୱକପ୍ ପାଇଁ ଉଠୁଛି ପଡୁଛି ସାରା ଓଡିଶା । ଉପକୂଳ ଓଡିଶା ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶାରେ ହକ ଫିଭର । ୧୧ ତାରିଖରେ କଟକରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ । ଏଥିରେ ବଲିଉଡର ହଟ୍ ଗାର୍ଲ ଦିଶା ପାଟାନୀଙ୍କ ସମେତ ରଣବୀର କପୁର ମଧ୍ୟ ନିଜର ଧମାକାଦର ଡାନ୍ସ ଦେଖାଇଥିଲେ। କେବଳ ବଲିଉଡ କଳାକାର ନୁହଁନ୍ତି  ଓଲିଉଡର ବହୁ ନାମୀଦାମୀ କଳାକାର ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ମଧ୍ୟ ନିଜର କଳା ପ୍ରର୍ଦଶନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବିଶ୍ବକପ୍ ଆନ୍ଥେମ୍ ବନାଇ ଥିବା ବେଳେ ଏହାକୁ ଗାଇଥିଲେ ସୁଖବିନ୍ଦର ସିଂ  । ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ସାମିଲ ହୋଇଥିଲେ। ସେହି ଦିନ ଠାରୁ ଆରମ୍ଭ କରି ଓଡିଶାର ବିଭିନ୍ନ ସ୍ଥାନରେ ଲୋକଙ୍କ ମନୋରଞ୍ଜନ ପାଇଁ ନାମୀଦାମୀ କଳାକାର ନିଜର କଳା ପ୍ରଦର୍ଶନ କରୁଛନ୍ତି । 

 

ସେହିପରି ଆସନ୍ତାକାଲି (ଜାନୁଆରୀ ୧୮)ରେ ବଲିଉଡ ସିଙ୍ଗର ସମ୍ବଲପୁର ଆସୁଛନ୍ତି । କୈଳାସ ଖେରଙ୍କ ଗୀତରେ ଝୁମିବେ ପଶ୍ଚିମ ଓଡିଶାବାସୀ । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥିତି ପରଖା ଯାଇଛି । ସମ୍ବଲପୁର ବିର୍ସା ମୁଣ୍ଡା ପିଏଚଇଡି ପଡିଆରେ  କୈଳାସ ଖେରଙ୍କର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ  ଦର୍ଶକଙ୍କ ବସିବାର ବ୍ୟବସ୍ଥା ହୋଇଥିବା ବେଳେ ପିଏଚଇଡି ପଡିଆ ବାହାରେ ଏଲଇଡି ଲଗାଯିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ,କମିଶନର ପ୍ରମୁଖ ପଡିଆକୁ ଯାଇ ସ୍ଥିତି ତଦାରଖ କରିଛନ୍ତି । ଏବଂ ଆଜି ସନ୍ଧ୍ୟାରେ କୈଳାସ ଖେର ସମ୍ବଲପୁର ପହଁଚିବେ ବୋଲି  ସୂଚନା ମିଳିଛି।

 

Also Read: Aishwarya Rai Property Row: ନିଳ ନୟନାଙ୍କୁ ବଡ଼ ଝଟକା, ଟ୍ୟାକ୍ସ ଫାଙ୍କି ଏବେ ଅଡ଼ୁଆରେ

ସମ୍ବଲପୁରୀ ଗୀତରେ ଗ୍ରୀନ ରୁମ  ଦୁଲୁକାଇଲେ ମହାରାଷ୍ଟ୍ର ର ଲାବଣୀ କଳାକାର :
ସମ୍ବଲପୁର ଲୋକ ମହୋତ୍ସବକୁ ଚାରଚାନ୍ଦ ଲଗାଇଥିଲେ ମହାରାଷ୍ଟ୍ରର ଲାବଣୀ କଳାକାର । ସମ୍ବଲପୁରର ଲୋକଗୀତ ଓ ନାଚରେ ଦୁଲୁକି ଉଠିଥିଲା ପୁରା ପଶ୍ଚିମ ଓଡିଶା । କଳାକାରମାନଙ୍କର ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ ।  ଏଭଳି ଭାବରେ ସମ୍ବଲପୁରୀ ନାଚ, ଗୀତ ଓ ବେଶ ପୋଷକର ବେଶ ପ୍ରଶଂସା କରିଥିଲେ ଦର୍ଶକ । ଏହି ଅବସରରେ ସେମାନେ ଷ୍ଟେଜ ରେ ସମ୍ବଲପୁରୀ ନାଚ ଚାଲୁଥିବା ବେଳେ ଗ୍ରୀନ ରୁମରେ ସେମାନେ ଢୋଲ ନିଶାନର ତାଳେ ତାଳେ ନାଚିଥିଲେ ।

ହକି ବିଶ୍ବ କପ ପାଇଁ ଭୁବେନେଶ୍ବର ଠାରୁ ଆରମ୍ଭ କରି ହକିର ଏନ୍ତୁ଼ଡିଶାଳ କୁହାଯାଉଥିବା ପୁରା ସୁନ୍ଦରଗଡରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ୨୦୧୮ରେ ବିଶ୍ବକପ ଖେଳାଯାଇଥିବାବେଳେ ଚଳିତ ଥର ଭୁବନେଶ୍ବର ସମେତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆୟୋଜିତ ହେଉଛି।  ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୧୭ ଦିନରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ୨୯ରେ କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ।