Bollywood Divorce: ଜାଣନ୍ତୁ ଡିଭର୍ସ ନେବାପରେ କେଉଁ ଅଭିନେତ୍ରୀ ବେଶ୍ ମାଲାମାଲ୍
Advertisement

Bollywood Divorce: ଜାଣନ୍ତୁ ଡିଭର୍ସ ନେବାପରେ କେଉଁ ଅଭିନେତ୍ରୀ ବେଶ୍ ମାଲାମାଲ୍

Bollywood Divorce News: ବିବାହ ପରେ ଡିଭର୍ସ ନେଇ ଚର୍ଚ୍ଚାରେ ଅଛନ୍ତି ଏହି ସବୁ ବଲିଉଡ ଅଭିନେତା ଓ ଅଭିନେତ୍ରୀ । କେବଳ ଯେ, ସମ୍ପର୍କକୁ ତୁଚ୍ଛ କରିଛନ୍ତି ତାହା ନୁହେଁ ବରଂ ସ୍ୱାମୀ ମାନଙକ ପାଖରୁ ମୋଟା ଅଙ୍କର ଆଲିମନି ନେଇ ମାଲାମାଲ୍ ହୋଇଛନ୍ତି ଏହି ୫ ଅଭିନେତ୍ରୀ । ତେବେ ଚାଲନ୍ତୁ ଜାଣିବା କେଉଁ ମସିହାରେ କିଏ କେବେ ନିଜ ସମ୍ପର୍କକୁ ଅଲବିଦା କହିଥିଲେ । 

Bollywood Divorce: ଜାଣନ୍ତୁ ଡିଭର୍ସ ନେବାପରେ କେଉଁ ଅଭିନେତ୍ରୀ ବେଶ୍ ମାଲାମାଲ୍

Bollywood Divorce: କଥାରେ ଅଛି ସମ୍ପର୍କ ଭାଙ୍ଗିବା ତ ସହଜ ହେଲେ ସମ୍ପର୍କ ବଜାୟ ରଖିବା ଆଜିକାଲି ଦୁନିଆରେ ଭାରି କଷ୍ଟ । କିନ୍ତୁ ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆଉ ନଥାଏ ତେବେ ଏକାଠି ରହିବାର କୌଣସି ତାତ୍ପର୍ଯ୍ୟ ହିଁ ନାହିଁ । ସେଥିପାଇଁ ଦମ୍ପତ୍ତି ମାନେ ଅଲଗା ବା ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇଥାନ୍ତି। ତେବେ କିଛି ବଲିଉଡ ଦମ୍ପତ୍ତିଙ୍କ କ୍ଷେତ୍ରରେ ମଧ୍ୟ ଏହି ବିବାହ ବିଚ୍ଛେଦ ପରି ସମାନ ଘଟଣା ଘଟିଛି । ହେଲେ କେବଳ ଯେ, ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ନୁହେଁ ବରଂ ବିଚ୍ଛେଦ ପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଛନ୍ତି ଅଭିନେତା।

Hrithik Roshan-Sussanne Khan:ବଲିଉଡର ଜଣାଶୁଣା ଆକ୍ଟର ହ୍ରିତିକ ରୋଶନଙ୍କ ବିବାହ ବିଚ୍ଛେଦ ସବୁଠାରୁ ଚର୍ଚ୍ଚାରେ ଥିଲା । ହ୍ରିତିକ ରୋଶନ ଏବଂ ସୁଜୈନ ଖାନଙ୍କ ଛାଡପତ୍ର ବଲିଉଡରେ ସବୁଠାରୁ ମହଙ୍ଗା ଛାଡପତ୍ର ବୋଲି ବିବେଚନା କରାଯାଏ। କାରଣ ହ୍ରିତିକ ଏହି ସମ୍ପର୍କ ଭାଙ୍ଗିବା ପରେ ପତ୍ନୀ ସୁଜୈନଙ୍କୁ ୩୮୦ କୋଟି ଟଙ୍କା ଦେଇଥିଲେ। ଏହି କପଲଙ୍କ ବିବାହ ପ୍ରେମ ସହ ଆରେଞ୍ଜ ମ୍ୟାରେଜରେ ସମ୍ପନ୍ନ ହୋଇଥିଲା । ମାତ୍ର ୧୪ ବର୍ଷ ପର୍ଯ୍ୟନ୍ତ ଚାଲିପାରିଥିଲା ବିବାହ ସମ୍ପର୍କ।

Aamir Khan- Reena Dutta: ଆମୀର ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ବିବାହ କରି ସାରିଛନ୍ତି ଏବଂ ଉଭୟ ପତ୍ନୀଙ୍କୁ ମଧ୍ୟ ଛାଡପତ୍ର ଦେଇ ସାରିଛନ୍ତି। କିନ୍ତୁ ରିନା ଦତ୍ତାଙ୍କ ସହ ତାଙ୍କର ଛାଡପତ୍ର ସବୁଠୁ ଚର୍ଚ୍ଚିତ ଥିଲା। ବିଶେଷକରି ଏହି ଛାଡପତ୍ର ପାଇଁ କ୍ଷତିପୂରଣ ରାଶି ବିଷୟରେ ବେଶ ଚର୍ଚ୍ଚା ସାଉଁଣ୍ଟିଥିଲା । କୁହାଯାଏ ଯେ ରିନାଙ୍କ ଛାଡପତ୍ର ପରେ ଆମୀର ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲେ।

Saif Ali Khan-Amrita Singh:ସୈଫ ଅଲ୍ଲି ଖାନ ଏବଂ ଅମୃତା ସିଂଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ସୁନ୍ଦର ଥିଲା, ସେଥିପାଇଁ ଉଭୟ ବୟସ ଏବଂ ସମାଜର ଟାହିଟାପରାକୁ ଖାତିର ନକରି ବିବାହ କରିଥିଲେ। କିନ୍ତୁ ୧୪ ବର୍ଷ ମଧ୍ୟରେ ସେମାନଙ୍କ ସମ୍ପର୍କରେ ଏପରି ମତଭେଦ ଦେଖାଗଲା ଯେ ମାମଲା ଛାଡପତ୍ରରେ ପହଞ୍ଚିଗଲା । ୨୦୦୩ ରେ ସୈଫ ଏବଂ ଅମୃତାଙ୍କ ଛାଡପତ୍ର ହୋଇଥିଲା । ସେହି ସମୟରେ ଅମୃତା ସମ୍ପତ୍ତିରେ ଭାଗ ସହ ୫ କୋଟି ଟଙ୍କା ମାଗିଥିଲେ।

Malaika Arora-Arbaaz Khan: ମଲାଇକା ଆରୋରା ଏବଂ ଅରବାଜ ଖାନ ମଧ୍ୟ ପରସ୍ପରର ସହମ୍ମତି କ୍ରମେ ସେମାନଙ୍କର ସମ୍ପର୍କକୁ ସମାପ୍ତ କରିଥିଲେ ଏବଂ ଯେତେବେଳେ ମଲାଇକା କ୍ଷତିପୂରଣ ବାବଦରେ ଅରବାଜଙ୍କ ଠାରୁ ୧୫ କୋଟି ଟଙ୍କା ମାଗିଥିଲେ, ସେତେବେଳେ ସେ ଏଥିରେ ରାଜି ହୋଇଥିଲେ। ସେହି ସମୟରେ ଯିଏ ଏତେ ପରିମାଣର କ୍ଷତିପୂରଣ ବିଷୟରେ ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ।

Karisma Kapoor and Sanjay Kapoor: ବଲିଉଡର ଜଣାଶୁଣା ଅଭିନେତ୍ରୀ କରିସ୍ମା କପୁର ଏବଂ ବିଜିନେସ ମ୍ୟାନ ସଞ୍ଜୟ କପୁର ୨୦୦୩ ରେ ବିବାହ କରିଥିଲେ। ବଲିଉଡର ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଏହା ଅନ୍ୟତମ । ଯେଉଁଥିରେ ସମଗ୍ର ଇଣ୍ଡଷ୍ଟ୍ରିକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଶୀଘ୍ର ଏହି ସମ୍ପର୍କ ଭାଙ୍ଗିଗଲା । ଅନ୍ୟପକ୍ଷରେ, ବିବାହ ବିଚ୍ଛେଦ ବିଷୟରେ କହିବାକୁ ଗଲେ, ୨୦୧୬ ରେ ଛାଡପତ୍ର ସମୟରେ ସଞ୍ଜୟ କପୁର ଏହି ଅଭିନେତ୍ରୀଙ୍କୁ ୧୪କୋଟି ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ, ଯାହା ସେ ପ୍ରତିମାସରେ ୧୦ ଲକ୍ଷ ଟଙ୍କା ଦେଇ ପୂରଣ କରିଥିଲେ।

Also Read: Drishyam 2 Ott Release: ସୁପରହିଟ୍ 'ଦୃଶ୍ୟମ ୨' ! ଏହି ଦିନ ଓଟିଟିରେ ହେବ ରିଲିଜ୍

Also Read: Manushi Chhillar: ଏହି ବିଜନେସ୍ ମ୍ୟାନଙ୍କ ପ୍ରେମରେ ପାଗଳ ବିଶ୍ବ ସୁନ୍ଦରୀ ମାନୁଷୀ, ଜାଣନ୍ତୁ ସେ କିଏ ?